ଲୋପ୍‌ ପାଉଛେ ଧାନଖଣି, ପୁଡୁଗ୍‌ ବଁଧା ପରମ୍ପରା

ଭବାନୀପାଟଣା, ୪ା୬ (ଡି.ଏନ୍‌.ଏ):
ଓଡ଼ିଶା ହେଉଛେ ଗୁଟେ କୃଷି ପରଧାନ ରାଏଜ୍‌। ରାଏଜର ବଡ଼ଭାଗି ଲୋକ୍‌ ଚାଷ୍‌ବାସ କାରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା ଚାଷୀ ଆଘ ଧାନ, ଚାଉଲକେ ବେଉଁତ କରି ରଖବାର ଲାଗି ଅନେକ ପରକାର ସାଜୋସାମାନ ଆର ପଧତି ଆପନଉଥିଲା। ହେଲେ ଆଏଜ୍‌ ଆମେମାନେ ଗୁଟେ ବୈଜ୍ଞାନିକ ଯୁଗ୍‌ ସଂଗେ ତାଲ ଦେଇ ଚାଲିଛୁଁ। ସେଥିରଲାଗି ଚାଷ୍‌ବାସରେ ବି ଅନେକ ପରିବରତନ୍‌ ହେଲାନ, ଯନ୍‌ତରପାତିର ବଡ଼ଭାରି ବେଭାର ହେଉଛେ। ଆଏଜ୍‌କାଲି ଆଘର ଲେଖେଁ ଧାନ୍‌କେ ଢେଁକିରେ କୁଟି ଚାଉଲ ବାହାରକରବାକେ ନାଇଁ ପଡ଼ବାର। ଚାଷୀ ଆଘ ଧାନ୍‌, ଚାଉଲ, ମୁଗ୍‌, ବିରିକେ ଅନେକ ଦିନଧରି ସାଇତି ରଖବାର ଲାଗି ପୁରା, ଢୁଲଗିଁ, ଲୁଦର୍‌ର ବେଭାର କରୁଥିଲେ। ସେନ୍‌ତା ଘରେ, ବାରିଆଡ଼େ, ବାଟମୁହେଁ ଯେନ୍‌ଚାଷୀକର ଜାଗାଠାନ୍‌ ଥିଲା ସେମାନେ ଗାତ୍‌ କୁଡ଼ି, ସେଥ୍‌ରେ ପୁଆଲ ତା’ପରେ ଧାନ, ଫେନ୍‌ ପୁଆଲ ଦେଇ ମାଟି ଢାପି ଦେଉଥିଲେ। ଉପରେ ଖରସି ଲିପାଘଁସା କରି ରଖୁଥିଲେ। ସେଟାକେ ଧାନଖଣି ବଲି କହୁଥିଲେ। ହେଲେ ବୈଜ୍ଞାନିକ ପଧତିରେ ଚାଷ୍‌ବାସ ହେଲା ଉତାରୁ ଦିନୁଦିନ୍‌କେ ପାରମ୍ପରିକ ଚାଷ୍‌ବାସ, ଧାନ୍‌ଚାଉଲ, ମୁଗ୍‌ବିରି ରଖାଥୁଆରେ ଅନେକ ପରିବରତନ୍‌ ଦେଖ୍‌ବାକେ ମିଲିଛେ। ଆଏଜ୍‌ ଓଡ଼ିଶାର କଁା ଭଁା ଗଁାଗଁଡ଼ାରେ ପାରମ୍ପରିକ ପଧତିରେ ଧାନ୍‌ଚାଉଲ ରଖାଥୁଆ କରବାର ଦେଖ୍‌ବାକେ ମିଲୁଛେ।
ଆଘ ଚାଷୀ ଖେତୁ ଧାନ ଅମଲ କରି ଆନ୍‌ଲା ଉତାରୁ ଖଲାରେ ମଡ଼ଉଥିଲା। ସେଥ୍‌ରୁ ବାହାରୁଥିବାର ପୁଆଲ ଗାଈଗୋରୁ ଖାଏବାର ସଂଗେ ଧାନ୍‌ ଚାଉଲ ରଖାସଁଗାରେ ବି କାମ୍‌ ଆସୁଥିଲା। ଚାଷୀ ପୁଆଲରୁ ବେଁଟି ତିଆରୁଥିଲା ଆର ସେ ବେଁଟିରେ ଧାନ ଚାଉଲକେ ପୁରା ବଁାଧି ବେଉଁତେ ରଖୁଥିଲା। ହେଲେ ଆଏଜ୍‌କାଲି ଧାନ କଟାନୁ ମୂଲ କରି ମଡ଼ାଦଲା ତକ୍‌ ଟ୍ରାକ୍ଟର, ମେଶିନର ବେଭାର ହେଉଛେ। ଯେନ୍‌ଥିରେ ପୁଆଲ ନାଇଁ ବାହାରବାର। ଏହେଦେ ଚାଷୀ ଆଘର ସେ ପାରମ୍ପରିକ ପଧତିକେ ଛାଡ଼ି ଧାନ୍‌ ଚାଉଲ ରଖ୍‌ବାର ଲାଗି ପ୍ଲାଷ୍ଟିକ, ଲୁହାଚଦର ଡ୍ରମ ଭେବାର କରୁଛେ। କଁା ଭଁା ଚାଷୀ ଢୁଲଗିଁ, ପୁଡୁଗ୍‌ର ବେଭାର କରୁଛନ୍‌। ହେଲେ ଆଘ ଧାନଖଣି ଆର ପୁରାରେ ଧାନ୍‌କେ ସାଇତି ରଖବାରଟା ଚାଷୀକର ଲାଗି ଗୁଟେ ସନ୍‌ମାନର ବିଷେ ଥିଲା। ଯେନ୍‌ ଚାଷୀର ଧାନଖଣି କି ପୁରା ନାଇଁ ସେ ଚାଷୀରେ ଗନ୍‌ତି ନାଇଁ ହୁଏ ବଲି ଲୋକ୍‌ କହୁଥିଲେ। ଯେନ୍‌ ଚାଷୀର ଧାନ୍‌ଖଣି ଯେତେ ବଡ଼ ସେ ସେତେ ବଡ଼ ଚଷା ବଲି ସମାଜରେ ଗନ୍‌ତି ହେଉଥିଲେ। କିନିଅଁା ଟୁକେଲ କି ବର ଦେଖାବେଲେ ଲୋକ୍‌ ଧାନଖଣିର ଉଚାକେ ଦେଖି ସେ ଚାଷୀକଁର ଘରେ ବଁଧୁ ବଁାଧୁଥିଲେ। ପରବ୍‌ ପରବାଣୀରେ ଚାଷୀ ଧାନଖଣିକେ ଲିପିପୁଛା କରି ଧୂପ୍‌ଦୀପ ଦେଇ ପୂଜା କରୁଥିଲେ। ହେଲେ ଆଏଜ୍‌କାଲି ବୈଜ୍ଞାନିକ ପଧତିରେ ଚାଷ୍‌ବାସ ହେବାର ଲାଗି ଇ ଶହ ଶହ ବଛର୍‌ର ପୁରନା ପରମ୍ପରା ଲୋପ୍‌ ପାଇଯାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri