ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି ନକ୍ଷତ୍ରାନୁସାରେ ସମବେତ ପଣ୍ଡିତ ଓ ଜ୍ୟୋତିର୍ୱିଦମାନଙ୍କ ଗଣନାନୁସାରେ ଆସନ୍ତା ୧୫ ତାରିଖ (ମଙ୍ଗଳବାର) ନୂଆଁଖାଇ ସକାଶେ ଲଗ୍ନ ଶୁଭ ହୋଇଛି। ଧାର୍ଯ୍ୟ ଲଗ୍ନକୁ ଆଧାର କରି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍‌ ଗତେ ୯ଟା ୫୪ ମିନିଟ୍‌ ମଧ୍ୟେ ତୁଳା ଲଗ୍ନେ ବୃଷ ନବାଂଶେ ଇଷ୍ଟଦେବୀ ଦେବୀ ସମଲେଇଙ୍କଠାରେ ପ୍ରଥମେ ନବାନ୍ନ ଲାଗିବ। ତେଣୁ ପରମ୍ପରା ଓ ରୀତିନୀତିକୁ ଦୃଷ୍ଟିରେ ରଖି ଇଷ୍ଟ ଦେବୀଙ୍କୁ ନବାନ୍ନ ଭୋଗ ଲାଗିବା ପରେ ଜନସାଧାରଣ ନୂଅଁାଖାଇ ଭୋଗ ଖାଇପାରିବେ ବୋଲି ସ୍ଥିରୀକୃତ ହୋଇଛି।
ସମ୍ୱଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଶନିବାର ନୂଅଁାଖାଇ ଲଗ୍ନଧାର୍ଯ୍ୟ ଲାଗି ସଭା ହୋଇଥିଲା। ଝାଡୁଆପଡ଼ା ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ମହାସଭା କର୍ମକର୍ତ୍ତାଙ୍କ ସମେତ ସମ୍ୱଲପୁର ଜିଲାର ବିଭିନ୍ନ ଅଞ୍ଚଳରୁ ଜ୍ୟୋତିଷ ଓ ପଣ୍ଡିତମାନେ ସାମିଲ ହୋଇଥିଲେ। ସମବେତ ପଣ୍ଡିତ ଓ ଜ୍ୟୋତିର୍ୱିଦ୍‌ମାନେ ନକ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରିଥିଲେ। ନିର୍ଦ୍ଧାରିତ ଲଗ୍ନକୁ ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତା ସର୍ୱସମ୍ମତିକ୍ରମେ ଗ୍ରହଣ କରିଥିଲେ। ପ୍ରଥମେ ବ୍ରହ୍ମପୁରା ଠାକୁରଙ୍କଠାରେ ମନ୍ଦିର ପୂଜକ ସନ୍ତୋଷ ପଣ୍ଡା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସରୋଜ କୁମାର ଦଳପତ ଧାର୍ଯ୍ୟ ଲଗ୍ନ ପାଠ କରିଥିଲେ। ସେଠାରୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ, କର୍ମକର୍ତ୍ତା ଏବଂ ପଣ୍ଡିତମାନେ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଗୋଧୂଳି ଲଗ୍ନରେ ସମଲେଇ ମନ୍ଦିର ପୀଠରେ ପହଞ୍ଚତ୍ ଥିଲେ। ମନ୍ଦିର ମୁଖ୍ୟ ଫାଟକଠାରେ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା ଓ ପୂଜକମାନେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୂଅଁାଖାଇ ଲଗ୍ନ ଅର୍ପଣ ନୀତି ହୋଇଥିଲା। ସମଲେଇ ମନ୍ଦିର ମୁଖ୍ୟ ପୂଜକ ଅମ୍ୱିକା ପ୍ରସାଦ ରାୟ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସଭ୍ୟଙ୍କ ସମେତ ପୂଜକମାନେ ପରମ୍ପରାନୁସାରେ ଲଗ୍ନ ଗ୍ରହଣ କରିଥିଲେ। ଜୟ ମା’ ସମଲେଇ ଧ୍ୱନିରେ ଲଗ୍ନ ଗ୍ରହଣ ନୀତିକାନ୍ତି ହୋଇଥିଲା। ସମ୍ୱଲପୁର ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ଅମରନାଥ ସୂପକାର, ସୂର୍ଯ୍ୟକୁମାର ମିଶ୍ର, ଶ୍ରୀମନ୍ତ୍ର ମିଶ୍ର, ସୁଶାନ୍ତ କୁମାର ପୁରୋହିତ, ପ୍ରାଣରଞ୍ଜନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀଶ୍ରୀ ବ୍ରହ୍ମ ପଣ୍ଡିତ ମହାସଭା ସଭାପତି ରବିନାରାୟଣ ପଣ୍ଡା, ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର କରଶର୍ମା, ପଣ୍ଡିତ ବୀରେନ ମିଶ୍ର, ପଣ୍ଡିତ ଜିତେନ୍ଦ୍ର କୁମାର ନନ୍ଦ, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ପଣ୍ଡିତମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍ ।…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri