ପୁରନା ବଁଧ୍‌କଟାର ପୁନଃରୁଧାର ଦାବି

ଅତାବିରା, ୪।୬ (ଡି.ଏନ.ଏ.):
କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌ ଲୁକ୍‌କର ଲାଗି ପିଇଲା ପାଏନ୍‌ର ବେବସ୍‌ତା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଗଁାଗଁଲିରେ ଥିବାର ପୁରାତନ ବଁଧ୍‌କଟାର ପୁନଃରୁଧାର ନାଇଁ କରାଯିବାର। ଯେନ୍‌ଥିରଲାଗି ଇ ପୁରାତନ୍‌ ବଁଧ୍‌କଟାମାନ ମାଏଟ୍‌ କାମ୍‌ ଅଭାବୁ ଦିନୁଦିନ୍‌କେ ତୁପି ହେଇଯାଉଛେ। ଆଗ୍‌ରୁ ଲୋକ୍‌ ବଁଧ୍‌କଟା ଉପରେ ନିରଭର କରି ଚାଷ୍‌ କରୁଥିଲେ। ଏହେଦେ ଦେଖ୍‌ଭାଲ ଆର ବିଭାଗୀୟ ଅଧ୍‌କାରୀମାନକର ଅବହେଲା ଲାଗି ଅନେକ ଜାଗାରେ ପୁରାତନ୍‌ ବଁଧ୍‌କଟାମାନ ତୁପି ହେଇଗଲାନ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଦେଶଭଟିଲି-ବିଶିପାଲି ରାସ୍‌ତା ତରେ ଥିବାର ବଡ଼କଟାରେ। ଦିନ୍‌ ଥିଲା ୧୬ ଏକର ଜାଗାରେ ଫଏଲି କରିଥିଲା ଇ କଟା। ହେଲେ ଏହେଦେ କଟାର ବଡ଼ଭାଗି ଜାଗା ଜବରଦଖଲରେ ରହିଥିଲାବେଲେ ୧ ଏକର ମଝି ଜାଗାରେ ପାଏନ୍‌ ରହିଛେ। ଯେନ୍‌ଥିରଲାଗି ଅଂଚଲର ଚାଷୀ ଜଲସେଚନ ସୁବିଧାରୁ ବଁଚିତ ହେଉଛନ୍‌। ଆଗ୍‌ରୁ ଅଂଚଲର ଚାଷୀ ଇ କଟାର ପାଏନ୍‌ ଉପରେ ନିରଭର କରୁଥିଲେ। ହେଲେ ଜବରଦଖଲ ସଂଗେ ଦେଖଭାଲ ଅଭାବୁ କଟା ଦିନୁଦିନ୍‌କେ ତୁପିହେଇ ଯାଉଛେ। ଯେନ୍‌ଥିରଲାଗି ଆଘର ଲେଖେଁ କଟାରେ ପାଏନ୍‌ ବି ନାଇଁ ରହିବାର। ଜିଲା ପରଶାସନ ଇ କଟାର ପୁନଃରୁଧାର କଲେ ଅଣଜଲସେଚିତ ଅଂଚଲର ପାଖାପାଖି ୨ଶହ ଏକର ଜମିରେ ଦୁଇଫସଲି ଚାଷ୍‌ ହେଇପାରତା ବଲି ଚାଷୀ ବୃନ୍ଦାବନ ପଣ୍ଡା କହିଛନ୍‌। ସେନ୍‌ତା ଇଥ୍‌ରେ ଶତାଧିକ ଚାଷୀ ଉପକାର ପାଏବାର ସଂଗେ ଖରାଦିନେ ଅଂଚଲବାସୀ ଗଧାବୁଡ଼ା କରବାର ଲାଗି ପାଏନ୍‌ ଟିକେ ପାଏତେ ବଲି ସେ କହିଛନ୍‌। ଦେଶଭଟିଲିର ବଡ଼କଟା ଲେଖେଁ ପଁଚେତ୍‌ର ଲନ୍ଦୁ ବଁଧ୍‌, ଦେଶପଥର୍ଲା ବଁଧ୍‌, ଉଦେପୁର ଗଁାର ମୁଣ୍ଡା ବଁଧ୍‌, ଲଖରା ବଁଧ୍‌, ଅତାବିରା ବ୍ଲକ ବୁଗବୁଗା ୧୫୦ ଏକରର ବାବୁରକଟା, ବୁଗବୁଗା ନୂଅଁାବଁଧ୍‌, ଉପର କଟା ଲେଖେଁ ଶହ ଶହ ପୁରନା ବଁଧ୍‌ ଦେଖ୍‌ଭାଲ ଆର ମରାମତି ଅଭାବୁ ତୁପି ହେବାକେ ବସ୍‌ଲାନ। ଇଥିରଲାଗି ଅଂଚଲବାସୀ ଖରାଦିନେ ବଡ଼ଭାରି ପାଏନ୍‌ ସମସିଆର ସାମ୍‌ନା କରୁଥିବାର ଦେଖ୍‌ବାକେ ମିଲୁଛେ। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପୁରାତନ ବଁଧ୍‌କଟାର ପୁନଃରୁଧାର ଦିଗେ ପଦକ୍ଷେପ ନେବାକେ ଚାଷୀ ମହଲରେ ଦାବି ହେଉଛେ। ଇ ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକ ଆର ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଅଂଚଲର ପୁରାତନ ବଁଧ୍‌କଟାର ପୁନଃରୁଧାର ଲାଗି ପଦକ୍ଷେପ ନିଆଯିବା ବଲି ଉଭଏ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri