ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ ନାହିଁ। ଏମିତି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଫାଶିମାଲ ପଞ୍ଚାୟତର ପୁକୁଡା ଗ୍ରାମରୁ। ଯେଉଁଠି ପରିଣତ ବୟସରେ ଜଣେ ଅସହାୟ ବୃଦ୍ଧା ପାଞ୍ଚ ନାତି ନାତୁଣୀଙ୍କ ଭାର ସମ୍ଭାଳୁଛନ୍ତି। ଖାଇବାକୁ ଦୁଇ ମୁଠା ପାଇଁ ସଂଘର୍ଷ କରୁଥିବା ବେଳେ ପିଲାମାନଙ୍କ ପାଠପଢ଼ା ଓ ପ୍ରତିପୋଷଣର ଦାୟିତ୍ୱ ତାଙ୍କ ମୁଣ୍ଡରେ।
ଖଇରୀ ଦେହୁରୀ (୬୨), ପୁକୁଡା ଗ୍ରାମର ଜଣେ ବାସିନ୍ଦା। ଦିନେ ତାଙ୍କର ଏକ ହସଖୁସିର ସଂସାର ଥିଲା। ହେଲେ ଛଅ ବର୍ଷ ତଳେ ଏକମାତ୍ର ପୁଅ ଶ୍ରୀକାନ୍ତ ଦେହୁରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନର ସବୁ କିଛି ବଦଳିଗଲା। ପୁଅର ମୃତ୍ୟୁ ପରେ ବୋହୂ ସୁଭଦ୍ରା ଦେହୁରୀ ପାଞ୍ଚ ଜଣ ପୁଅଝିଅଙ୍କୁ ଛାଡ଼ି କୁଆଡ଼େ ଚାଲିଗଲେ। ଏହିଭଳି ଏକ ଅସହାୟ ଅବସ୍ଥାରେ ଗୋଟିଏ ନାତି ଓ ଚାରି ନାତୁଣୀଙ୍କ ଦାୟିତ୍ୱ ନେଇଥିଲେ ଖଇରୀ ଓ ତାଙ୍କ ସ୍ବାମୀ। ଦୁହେଁ ମୂଲ ଲାଗି ପରିବାର ଚଳାଉଥିଲେ। ହେଲେ ଦୁଃଖର ସମୟ କମି ନ ଥିଲା। କିଛି ଦିନ ପରେ ଖଇରୀଙ୍କ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଗଲା।
ଏବେ ପାଞ୍ଚ ନାତି ନାତୁଣୀଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ଏକାକୀ ଖଇରୀଙ୍କ ଉପରେ। ବୟସ ବଢ଼ିବା ସହ ଶରୀର ଆଉ ସାଥ ଦେଉନାହିଁ। ମୂଲ ଲାଗିବାକୁ ଅସମର୍ଥ ଖଇରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ୨୫ କେଜି ଚାଉଳ ଓ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ହିଁ ଏବେ ଏକମାତ୍ର ଆଶ୍ରା। କିନ୍ତୁ ଏତିକି ସହାୟତାରେ ଏତେ ବଡ଼ ପରିବାର ଚଳାଇବା ଖଇରୀଙ୍କ ପାଇଁ କାଠିକର ପାଠ।
ପାଞ୍ଚ ଜଣ ଯାକ ପିଲା ସ୍କୁଲ ଯାଉଛନ୍ତି। ସେମାନଙ୍କ ପାଠପଢ଼ା ଖର୍ଚ୍ଚ ସହ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ଖଇରୀଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଅଭାବ ଅନଟନ ମଧ୍ୟରେ ପାଖ ପଡ଼ୋଶୀଙ୍କ ସହଯୋଗରେ କଷ୍ଟେମଷ୍ଟେ ପରିବାର ଚଳୁଥିବା ସେ କହିଛନ୍ତି।
ଏହା କେବଳ ଏକ ପରିବାରର ଦୁଃଖର କାହାଣୀ ନୁହେଁ, ଏହା ପାଞ୍ଚ ଜଣ ନିରୀହ ଶିଶୁଙ୍କ ଭବିଷ୍ୟତ।
ଏହି ଅସହାୟ ପରିବାର ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ। ଯଦି ସେମାନଙ୍କୁ ସରକାରୀ ସହାୟତା ମିଳନ୍ତା, ତେବେ ଖଇରୀଙ୍କ ବୋଝ କମିବା ସହ ପିଲାମାନଙ୍କ ଭବିଷ୍ୟତ ବି ସୁରକ୍ଷିତ ହୋଇପାରନ୍ତା। କେବଳ ସରକାର ନୁହେଁ, ବରଂ ସମାଜର ଦାୟିତ୍ୱବାନ ନାଗରିକ ଓ ସଂଗଠନମାନେ ମଧ୍ୟ ଏହି ପରିବାରକୁ ସହାୟତା କରିବା ପାଇଁ ଆଗେଇ ଆସିବା ଉଚିତ୍‌। ଅସହାୟ ପରିବାର କୁ ସାହା ହେବ କିଏ, ତାହା ଏବେ ବଡ଼ ପ୍ରଶ୍ନ?

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri