Posted inଜାତୀୟ

ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ ଏଥିରୁ ବାଦ୍‌ ଦିଆଯାଇଛି। ସେଥିମଧ୍ୟରୁ ୪୧ଟି ଆସନକୁ ରେଡ୍‌ ଆଲର୍ଟ ଘୋଷଣା କରାଯାଇଛି। ଏସବୁ ଆସନରେ ୩ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ସେହିପରି ୮ଶହ ୮୮ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି। ମୋଟ୍‌ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୪ ଶହ ୭୦ ଥିବାବେଳେ ମହିଳାଙ୍କ ସଂଖ୍ୟା ଶହେ ୨୦ ରହିଛି। ଯାଞ୍ଚ୍‌ ହୋଇଥିବା ୧୫ଶହ ୯୦ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଥିବା କୁହାଯାଉଛି। ଏହି ପର୍ଯ୍ୟାୟରେ ଆସାମର ୫, ବିହାର ୫, ଛତିଶଗଡ଼ ୩, ଜମ୍ମୁ ଓ କଶ୍ମୀର ୨, କର୍ନାଟକ ୧୪ , ମହାରାଷ୍ଟ୍ର ୧୦, ମଣିପୁର ୧, ଓଡ଼ିଶା ୫, ତାମିଲନାଡ଼ୁ ୩୮, ତ୍ରିପୁରା ୧, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗ ୩ ଏବଂ ପୁଡୁଚେରୀର ଗୋଟିଏ ଲୋକ ସଭା ଆସନ ପାଇଁ ମତଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

ସୁପ୍ରିମ କୋର୍ଟରୁ ଆଜମଙ୍କୁ ଝଟକା

ନୂଆଦିଲ୍ଲୀ,୧।୧୨: ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାମପୁରର ଜୋହର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମି ପଟ୍ଟା ବାତିଲ କରିବା ମାମଲାରେ ଆଜମ ଖାନ ଉତ୍ତର...

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା...

‘କେବଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତାକ୍ଷର ପ୍ରମୋଶନ ପାଇଁ ଯଥେଷ୍ଟ ନୁହେଁ’, କର୍ନାଟକ ହାଇକୋର୍ଟ

ବେଙ୍ଗଲୁରୁ,୩୦।୧୧: କର୍ନାଟକ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହୋଇଥିବା ଟ୍ରାନ୍ସଫର ଅର୍ଡରର ବୈଧତା ନାହିଁ ଯଦି ଏହା ନିମ୍ନ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ...

ନିର୍ବାଚନ ୫ ରାଜ୍ୟରୁ ଜବତ ହେଲା ୧,୭୬୬ କୋଟି

ନୂଆଦିଲ୍ଲୀ,୩୦ା୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ହେଲେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର ହୋଇଥିବା ୪୦ ଶ୍ରମିକ

ରିଷିକେଶ,୩୦।୧୧: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଯାଇଛି। ହସ୍ପିଟାଲ ପ୍ରଶାସନ ୪୧ଜଣ ଶ୍ରମିକଙ୍କ ମଧ୍ୟରୁ ୪୦ଜଣଙ୍କୁ କ୍ଲିୟରାନ୍ସ ଦେଇଛନ୍ତି...

ଚନ୍ଦ୍ରଶେଖର ଆଜାଦଙ୍କ ଦଳର ନେତାଙ୍କୁ ଘରେ ପଶି ଗୁଳି କଲେ ଦୁର୍ବୁତ୍ତ

କନ୍ନୌଜ,୩୦।୧୧: ଉତ୍ତର ପ୍ରଦେଶର କନ୍ନୌଜରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟିର ସାଧାରଣ ସମ୍ପାଦକଙ୍କୁ ଅତି ନିର୍ମମ ଭାବେ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri