Posted inଜାତୀୟ

ଲେଉଟି ଆସିଲା ସାମୁଦ୍ରିକ ଝଡ଼ ‘ବାୟୁ’: ୪୮ ଘଣ୍ଟାରେ ଗୁଜରାଟ ଉପକୂଳ ଛୁଇଁବ

ନୂଆଦିଲ୍ଲୀ,୧୬ା୬ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଲୁଚକାଳି ଖେଳୁଛି। ଗତ ଗୁରୁବାର ଏହା ଗୁଜରାଟ ଉପକୂଳରେ ମାଡ଼ ହେବାର ଆଶଙ୍କା ଥିବାବେଳେ ବୁଧବାର ରାତିରେ ଏହାର ଗତିପଥ ବଦଳି ଯାଇଥିଲା। ଫଳରେ ରାଜ୍ୟ ସରକାର ସ୍ଥାନାନ୍ତର ହୋଇଥିବା ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିଜ ଘରକୁ ଫେରିଯିବାକୁ କହିଥିଲେ। ଏବେ କିନ୍ତୁ ‘ବାୟୁ’ ପୁଣି ଫେରିବାର ଆଶଙ୍କା ପ୍ରକାଶ ପାଇଛି। ଗତିପଥ ପୁଣି ବଦଳାଇ ଏହି ବାତ୍ୟା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗୁଜରାଟର କଚ୍ଛରେ ମାଡ଼ ହେବ ବୋଲି କୁହାଯାଉଛି। ରାଜ୍ୟ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍‌. ରାଜୀବନ୍‌ କହିଛନ୍ତି ଯେ, ଜୁନ୍‌ ୧୬ରେ ଏହା ମୋଡ଼ନେଇ ୧୭ ଓ ୧୮ରେ କଚ୍ଛକୁ ଛୁଇଁବ। ‘ବାୟୁ’ ପୂର୍ବଭଳି ଶକ୍ତିଶାଳୀ ନାହିଁ ଓ ଉପକୂଳରେ ଏହାର ପ୍ରଭାବରେ କେବଳ ଝଡ଼ବର୍ଷା ହେବ ବୋଲି ଭୂ-ବିଜ୍ଞାନ ବିଭାଗର ଅଧିକାରୀମାନେ କହିଛନ୍ତି।
ଓ ସୌରାଷ୍ଟ୍ରରେ ବାତ୍ୟା ‘ବାୟୁ’ ମାଡ଼ହେବା ନେଇ ଏତେଶୀଘ୍ର ଅନୁମାନ ଲଗାଇବା ଠିକ୍‌ ହେବନି ବୋଲି ଅହମଦାବାଦ ପାଣିପାଗ କେନ୍ଦ୍ରର ଉପନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଏହା ପୁଣି ଗତିପଥ ବଦଳାଇପାରେ କିମ୍ବା ଦୁର୍ବଳ ହୋଇପାରେ। କେବଳ ସମୟକୁ ହିଁ ଏଥିଲାଗି ଅପେକ୍ଷା କରିବାକୁ ପଡ଼ିବ। ତେବେ ଶନିବାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପୁଣି ପରାମର୍ଶ ଦିଆଯାଇଛି। ଏଥିସହ ଉପକୂଳବାସୀ ସତର୍କ ରହିବାକୁ ମଧ୍ୟ ପାଣିପାଗ ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri