ଲିଭିଲା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ : ବଢିଲା ବନ୍ୟା ଆଶଙ୍କା

ସିଡ୍‌ନୀ,୧୮।୧: ଗତ ଗୁରୁବାର ପୂର୍ବ ଅଷ୍ଟ୍ରେଲିଆରେ ହୋଇଥିବା ବର୍ଷାରେ ସେଠାକାର ଜଙ୍ଗଲରେ ଲାଗିଥିବା ନିଆଁ ଅନେକାଂଶରେ ଲିଭିଯାଇଛି। ହେଲେ ଏହା ଫଳରେ ବନ୍ୟା ଆଶଙ୍କା ଦେଖାଯାଇଛି। ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଆସିଥିବା ବନ୍ୟାରେ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ଗୋଲ୍ଡ କୋଷ୍ଟରେ ପ୍ରାୟ ୩୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଇଷ୍ଟ କୋଷ୍ଟରେ ଥିବା ରେପଟାଇଲ ପାର୍କରେ ବନ୍ୟାଜଳ ମାଡିଯାଇଛି। ତେବେ ଜଙ୍ଗଲ ନିଆଁରେ ବନ୍ୟଜନ୍ତୁ କୋଆଲାଙ୍କ ବହୁ ପରିମାଣରେ ମୃତ୍ୟୁ ହୋଇଥିବା ବେଳେ ଏବେ ବନ୍ୟା ଯୋଗୁ ମଧ୍ୟ ଏମାନେ ପ୍ରଭାବିତ ହୋଇଥିବାରୁ ଏମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଦକ୍ଷିଣ-ପୂର୍ବ ଜଙ୍ଗଲରେ ଲାଗିଥିବା ନିଆଁ କିନ୍ତୁ ଏପର୍ଯ୍ୟନ୍ତ ଲିଭିବାର ନାଁ ନେଉନି। ତେବେ ଗୋଟିଏ ପଟେ ବର୍ଷା ହୋଇଥିବାରୁ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିଥିବାରୁ ନିଆଁ ଲିଭା କାର୍ଯ୍ୟରେ ଏହା ସାହାଯ୍ୟ କରୁଛି ବୋଲି ଦମକଳ ବାହିନୀ ପକ୍ଷରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଦିଆଯାଉଛି କରୋନା ବର୍ଗର

ହାନୋଇ,୨୭।୩- ସମଗ୍ର ବିଶ୍ୱରେ କୋଭିଡ-୧୯ ଆତଙ୍କ ଖୋଳାଇଛି। ଫଳରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହି ଭୟକୁ ଦୂର କରି ଲୋକଙ୍କ...

ଏହି ହୋଟେଲରେ ଯାଆଁଳାମାନେ ପରଷନ୍ତି ଖାଦ୍ୟ…

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ଏବଂ ଯାଆଁଳା। ହୋଟେଲ ପକ୍ଷରୁ ଯାଆଁଳା ଭଉଣୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥାଏ।...

କରୋନା ଡର: କର୍ମଚାରୀ ଛିଙ୍କିବାରୁ ଅଫିସରୁ ଦୌଡ଼ି ପଳାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୬।୯: କରୋନା ମହାମାରୀ ଆତଙ୍କ ସାରା ପୃଥିବୀରେ ଜାରି ରହିଛି। କେହି ଜଣେ ଛିଙ୍କିଲେ ଏବେ ସଭିଏଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଡ଼କୁ ବୁଲି ଚାହୁଁଛନ୍ତି।...

ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…

ଲଣ୍ଡନ, ୧୪।୭: ଫ୍ରାନ୍ସ୍‌ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍‌ ବ୍ଲାଙ୍କ୍‌ ପର୍ବତଶ୍ରେଣୀର ବୋସନ୍ସ୍‌ ହିମନଦୀରୁ ନ୍ୟାଶନାଲ୍‌ ହେର୍ଲାଡ୍‌,...

‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର...

ହଲଚଲ ହେଉଛି ଶବ

କାନ୍‌ବେରା: ମୃତ୍ୟୁ ପରେ ମଣିଷ ଶରୀର ପାଖାପାଖି ବର୍ଷେ ଯାଏ ହଲଚଲ ହୁଏ ଅର୍ଥାତ ତା’ ମୂଳ ଅବସ୍ଥାରେ କିଛି ଏପାଖ ସେପାଖ ହୁଏ ବୋଲି...

ଆମେରିକାର ପ୍ରତିଶୋଧ: ଇରାନ ଡ୍ରୋନକୁ ଧ୍ୱସଂ କଲା

ଓ୍ବାଶିଂଟନ, ୧୯।୭: ହରମୁଜଠାରେ ଏକ ଇରାନ ଡୋନ୍‌କୁ ଧ୍ୱସଂ କରି ଆମେରିକା ପ୍ରତିଶୋଧ ନେଇଛି। ନୌସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଆମେରିକା କହିଛି। କିନ୍ତୁ...

ଖଣି କର୍ମଚାରୀଙ୍କ ଉପରେ ଆକ୍ରମଣ: ୩୭ ମୃତ

ଓ୍ବାଗାଡୁଗୁ,୮-୧୧(ଏଏଫ୍‌ପି):ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜେହାଦୀ ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ...

Coronavirus Update


Archives

Model This Week

Why Dharitri