ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡ଼ା,୫ା୩(ସ୍ବ.ପ୍ର.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡପଡ଼ାଠାରେ ବୁଧବାର ସନ୍ଧ୍ୟାରେ କାଠ ଅନୁକୂଳ ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିର ୧ନଂ. ୱାର୍ଡ ଟିଙ୍କଚୁଆ ଗ୍ରାମ ନିକଟରୁ ସ୍ଥାନୀୟ ବନ ବିଭାଗ ସହାୟତାରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆମ୍ବଗଛଗୁଡିକୁ ଚିହ୍ନଟ କରାଯାଇଥିଲା। ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା, ତହସିଲଦାର ପାର୍ଥସାରଥି ହାଁସଦା, ବନପାଳ ଶ୍ରୀନିବାସ ଦାଶ ଓ ଶ୍ରୀନିବାସ ମହାପାତ୍ରଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ହେମନ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବକାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ଟି ଆମ୍ବଗଛକୁ ଟ୍ରକ୍‌ରେ ଲଦାଯାଇ ଭୁବନେଶ୍ୱର ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ତିନୋଟି ଆମ୍ବକାଠ ଗଣ୍ଡି ପଠାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ୮ଟି ଆମ୍ବ ଗଣ୍ଡି ପଠାଯିବ ବୋଲି ବନାଞ୍ଚଳ ଅଧିକାରୀ ପଣ୍ଡାଙ୍କଠାରୁ ପ୍ରକାଶ। ସୂଚନାଯୋଗ୍ୟ ରାଜାରାଜୁଡା ଅମଳରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣାରଥ ନିର୍ମାଣ ନିମନ୍ତେ କାଠଗଣ୍ଡି ଖଣ୍ଡପଡା ଅଞ୍ଚଳରୁ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳ ବ୍ୟାଡ଼ମିଣ୍ଟନ ଖେଳାଳି ସମ୍ମାନିତ

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ବାଲେଶ୍ୱର...

ମକର ବୁଡ଼ ବେଳେ ଯୁବତୀଙ୍କୁ ଗଣବଳାତ୍କାର

ବାରିପଦା ଅଫିସ,୧୪।୧: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ବୁଧବାର ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ...

ଡ୍ରୋନ୍‌ ନଜରରେ ଅଜଗର

ଖୋର୍ଦ୍ଧା ଅଫିସ,୯।୫: ଚନ୍ଦକା ବନଖଣ୍ଡ ହଳଦିଆ ବନାଞ୍ଚଳ ଅଧୀନ ଖୋର୍ଦ୍ଧା ଜିଲା ମଲ୍ଲୀପୁର ପଞ୍ଚାୟତର ଗଡ଼ନିଆଳ ଗଁା ପାଖ ଜଙ୍ଗଲରେ ଗର୍ଭବତୀ ଅଜଗର ସାପକୁ ଗ୍ରାମବାସୀ...

କରୋନା ମୁକାବିଲା: ନୀରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏହି ସମୟରେ ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା...

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡି ଭାଙ୍ଗୁଛି ବର୍ଷା ଜଳ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ମଧ୍ୟରେ ବର୍ଷାଜଳ ଲହଡି ଭାଙ୍ଗୁଛି । ମଙ୍ଗଳବାର ସକାଳୁ ଲାଗି ରହିଥିବା ବର୍ଷାରେ ପାଣି ନିଷ୍କାସନ...

ଖାଦ୍ୟ ସୁରକ୍ଷା: ଓଡ଼ିଶା ନଂ.୧

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଜାତୀୟ ସ୍ତରରେ ଓଡ଼ିଶାକୁ ମିଳିଛି ଆଉଏକ ସଫଳତା। ନ୍ୟାଶନାଲ ଫୁଡ୍‌ ସିକ୍ୟୁରିଟି ଆକ୍ଟ ବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ) ୨୦୨୨ କାର୍ଯ୍ୟକାରିତାରେ...

ଚାଉଳିଆଗଞ୍ଜ ପୂଜା କମିଟି : ଦଶମୀରେ ହୁଏ ଦହି ପଖାଳ

କଟକ ଅଫିସ,୧୬ା୯ : ଷୋଡ଼ଶ ଉପଚାରରେ ହୁଏ ଜନଗହଳି। କେବଳ ଗୋଟିଏ ଦିନ ନୁହେଁ, ସମ୍ପୂର୍ଣ୍ଣ ଷୋଡ଼ଶ ଉପଚାରରେ ଏଠାରେ ଜନଗହଳି ହୁଏ। ଚଳିତଥର ଷୋଡ଼ଶ...

୨୪ ଘଣ୍ଟାରେ ୩୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୨ ଜଣ...

Advertisement
Archives

Model This Week