Posted inଖେଳ

ଲା ଲିଗା: ମେସିଙ୍କ ନୂଆ ରେକର୍ଡ

ମାଲୋର୍କା(ସ୍ପେନ), ୧୫।୬: ଏଠାରେ ଅନୁଷ୍ଠିତ ରିଅଲ ମାଲୋର୍କା ବିପକ୍ଷ ଲା ଲିଗା ଫୁଟବଲ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି। ଏହି ମ୍ୟାଚରେ ଆର୍ଜେଣ୍ଟିନା ତାରକା ମେସି ଗୋଟିଏ ଗୋଲ ଦେବା ସହିତ ୨ଟି ଗୋଲ ଦେବାରେ ସହାୟତା କରିଥିଲେ। ତାଙ୍କ ସଫଳତା ବଳରେ ବାର୍ସିଲୋନା ୪-୦ ଗୋଲରେ ରିଅଲ ମାଲୋର୍କାକୁ ପରାସ୍ତ କରିଥିଲା। ଖେଳର ଶେଷ ମୁହୂର୍ତ୍ତରେ ଗୋଲ ଦେବା ସହିତ ମେସି କ୍ରମାଗତ ୧୨ଟି ଲା ଲିଗା ସିଜନରେ ୨୦ କିମ୍ବା ତଦୂର୍ଦ୍ଧ୍ୱ ଗୋଲ ଦେବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଚଳିତ ସିଜନରେ ସେ ଟପ୍‌ ସ୍କୋରର ମଧ୍ୟ ହୋଇ ଯାଇଛନ୍ତି। ୨୧ ମ୍ୟାଚରୁ ସେ ୨୦ଟି ଗୋଲ ଦେଇଛନ୍ତି। ଏହା ବ୍ୟତୀତ ଗୋଲ ପାଇଁ ସହଯୋଗ କରିଥିବା ଖେଳାଳିଙ୍କ ତାଲିକାରେ ମଧ୍ୟ ସେ ଶୀର୍ଷରେ ରହିଛନ୍ତି। ଚଳିତ ସିଜନରେ ସେ ୧୨ଟି ଗୋଲ ଦେବାରେ ସହାୟତା କରିଛନ୍ତି। ଏହି ସଫଳତା ପାଇଁ ମେସିଙ୍କୁ ବାର୍ସିଲୋନା କ୍ଲବ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। କରିମ ବେଞ୍ଜିମା ଓ ଲୁଇସ ସୁଆରେଜ ୧୪ ଗୋଲ ଦେବା ସହିତ ୧୧ଟି ଲେଖାଏ ଗୋଲ ଦେବାରେ ସହାୟତା କରି ପରବର୍ତ୍ତୀ ସ୍ଥାନରେ ରହିଛନ୍ତି।
ମ୍ୟାଚର ଦ୍ୱିତୀୟ ମିନିଟରେ ବାର୍ସିଲୋନା ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ଅର୍ଟୁରୋ ଭିଡାଲ। ଏହାପରେ ମେସିଙ୍କ ସହଯୋଗରେ ମାର୍ଟିନ ବ୍ରାଥ୍‌ଓ୍ବେଟ ଏବଂ ଜୋର୍ଡି ଆଲ୍‌ବା ଗୋଲ ଦେବାରୁ ଦଳ ୩-୦ ଗୋଲରେ ଅଗ୍ରଣୀଲାଭ କରିଥିଲା। ଶେଷ ହ୍ବିସିଲ ବାଜିବାର ଅଳ୍ପକିଛି କ୍ଷଣ ପୂର୍ବରୁ ଅର୍ଥାତ୍‌ ଇଞ୍ଜୁରି ଟାଇମ୍‌ରେ ମେସି ଗୋଟିଏ ଗୋଲ ଦେଇ ମ୍ୟାଚର ପରିସମାପ୍ତି ଘଟାଇଥିଲେ। ୨୦୧୯-୨୦ ସିଜନରେ ଏହା ତାଙ୍କର ୨୦ତମ ଗୋଲ ଥିଲା। ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ ହେଁ ସେ ପୂରା ୯୦ ମିନିଟ ଖେଳିଥିଲେ। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ଚଳିତବର୍ଷ ପ୍ରାରମ୍ଭରୁ ଖେଳିପାରି ନ ଥିବା ଲୁଇସ ସୁଆରେଜ ଦ୍ୱିତୀୟାର୍ଦ୍ଧରେ ଦଳରେ ଯୋଗ ଦେଇଥିଲେ। ମେସିଙ୍କ ଗୋଲରେ ଏହି ଉରୁଗୁଏ ଖେଳାଳିଙ୍କ ଅବଦାନ ରହିଥିଲା।
କରୋନା ଭାଇରସ ସଂକ୍ରମଣ ପାଇଁ କଡ଼ା କଟକଣା ସତ୍ତ୍ୱେ ମ୍ୟାଚ ଅବସରରେ ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ମଧ୍ୟକୁ ପଶି ମେସିଙ୍କ ସହିତ ଫଟୋ ନେବାପାଇଁ ଚେଷ୍ଟା କରିଥିଲେ। ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଧରି ନେଇଥିଲେ। ବ୍ୟକ୍ତିଜଣକ ଆର୍ଜେଣ୍ଟିନା ଦଳର ଟି-ଶାର୍ଟ ପରିଧାନ କରିଥିଲେ। ଏହା ପଛରେ ମେସିଙ୍କ ନାମ ଲେଖା ହେବା ସହିତ ୧୦ ନମ୍ବର ରହିଥିଲା। ବ୍ୟକ୍ତିଜଣକ କିପରି ଷ୍ଟାଡିୟମକୁ ପ୍ରବେଶ କଲେ ତାର ମଧ୍ୟ ତଦନ୍ତ ହେବ। ତାଙ୍କ ବିରୋଧରେ ଫୌଜଦାରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲା ଲିଗାର ଆୟୋଜକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୨ ମିଟର ଉଚ୍ଚତା ବିଶିଷ୍ଟ ବାଡ଼କୁ ଡେଇଁ ଉକ୍ତ ବ୍ୟକ୍ତି ଷ୍ଟାଡିୟମରେ ପ୍ରବେଶ କରିଥିଲେ। ମେସିଙ୍କୁ ସେ ଆଦର୍ଶ ବୋଲି ମାନନ୍ତି। ମ୍ୟାଚ ହେବବୋଲି ଘୋଷଣା ହେବା ଦିନଠାରୁ ସେ ଯୋଜନା କରିଥିଲେ। ମେସିଙ୍କ ସହ ଏକ ଫଟୋ ଉଠାଇବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ପୋଲିସ ହାତରେ ଧରା ପଡ଼ିଥିଲା ଉକ୍ତ ବ୍ୟକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?