Posted inଜାତୀୟ

ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଶ୍ରୀନଗର,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୭୩ତମ ସ୍ବାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିପାରନ୍ତି। ଏଥିପାଇଁ ଅଗଷ୍ଟ ୧୪ ସନ୍ଧ୍ୟାରେ ଶାହ ଶ୍ରୀନଗର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ ହଟିବା ପରେ ଚଳିତ ଅଗଷ୍ଟ ୧୫ ଅବସରରେ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡ଼ାଯିବ। ଏହି ଅବସରରେ ଅମିତ ଶାହ ଉପସ୍ଥିତ ରହିବେ। ଆଉ ଏହାକୁ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ସମର୍ଥନ କରିଛନ୍ତି। କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଅକ୍ଷମ କରିବା ସହ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଛନ୍ତି। ଯଦି ଅମିତ ଶାହ ସ୍ବାଧୀନତା ଦିବସ ଅବସରରେ ଲାଲଚୌକରେ ତ୍ରିରଙ୍ଗା ଉଡ଼ାନ୍ତି ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ଦିତୀୟ ଐତିହାସିକ ପଦକ୍ଷେପ ହେବ। ତେବେ ଶ୍ରୀନଗର ପରେ ଶାହ ଅଗଷ୍ଟ ୧୬ ଓ ୧୭ରେ ଲଦାଖ ଗସ୍ତ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା

କୋଲକାତା,୨୬।୫: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଆରମ୍ଭ ହୋଇଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ୨.୦! ଆମେରିକା ଆକ୍ରମଣର ଜବାବ ଦେଲା ଇରାନ, ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ, ୨୬।୫: ଗଲ୍ଫ ଅଞ୍ଚଳରେ ଚାଲିଥିବା ବିବାଦ ଶେଷ ହେବାର ଆଶା ଦେଖାଯାଉଥିବା ବେଳେ ହଠାତ୍‌ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣ ପୁଣି ଥରେ ସେଠାରେ ଗୋଳା-ବାରୁଦର…

ବିଇଓ ଶୁଭମ ପତିଙ୍କ ବଦଳି ବାତିଲ ଦାବି: ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri