Posted inଖେଳ

ଲାରାଙ୍କ ବାସଭବନରେ ରାତ୍ରଭୋଜନ କଲା ଭାରତୀୟ ଦଳ

ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ,୧୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଶେଷହେବା ପରେ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟରମାନେ ବିରତି ନେଇଛନ୍ତି। ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, କେଦାର ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ତାରକା ଖେଳାଳିମାନେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ବାସଭବନରେ ରାତ୍ରଭୋଜନ କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଟି୨୦ ଲିଗ୍‌ ଖେଳୁଥିବା ଡ୍ବେନ ବ୍ରାଭୋ ଭାରତୀୟ ଖେଳାଳିଙ୍କ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାରକରି ଏହାର ସୂଚନା ଦେଇଛନ୍ତି। ସେ ଏହାର କ୍ୟାପଶନରେ ଲେଖିଛନ୍ତି, ବାସଭବନରେ ରାତ୍ରଭୋଜନ ଆୟୋଜନ କରିବା ଲାଗି ଲାରାଙ୍କୁ ଧନ୍ୟବାଦ। ମୋ ସାଥୀ ଖେଳାଳି ଓ ଭାରତୀୟ ଭାଇଙ୍କ ସହ ସମୟ ବିତାଇବାକୁ ମୁଁ ଭଲ ପାଏ। ଏହି ଅବସରରେ ସୁନୀଲ ନାରିନ, କ୍ରିସ୍‌ ଗେଲ୍‌ ଓ କିରନ ପୋଲାର୍ଡ ମଧ୍ୟ ଉପସ୍ଥିତ ଥିଲେ। ଭାରତୀୟ ଦଳ ଆସନ୍ତା ୨୨ ତାରିଖରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନୁଷ୍କାଙ୍କୁ ବେଷ୍ଟ୍‌ ଫଟୋଗ୍ରାଫର୍‌ କହିଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୁଇଜରଲାଣ୍ଡରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ବିରାଟ ଫଟୋ ଶେୟାର କରୁଥିବାର ଦେଖାଯାଇଛି।...

କରୋନା ସହାୟତା: ଟିଟି ତାରକା ସାଥିୟାନ ଦେଲେ ୧.୨୫ ଲକ୍ଷ ଟଙ୍କା

ଚେନ୍ନାଇ,୩୦।୩(ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଅଭିଜ୍ଞ ଟେବୁଲ ଟେନିସ୍‌ ତାରକା ଜି. ସାଥିୟାନ ଏକ ଲକ୍ଷ ୨୫ ହଜାର ଟଙ୍କା ଦାନ କରିଛନ୍ତି। ଚେନ୍ନାଇ...

ଖୁବ୍‌ଶୀଘ୍ର ଧୋନୀଙ୍କୁ କାଟିଦେବେ ପନ୍ତ! ନିଜ ନାମରେ କଲେ ଆଉ ଏକ ରେକର୍ଡ…

ନୂଆଦିଲ୍ଲୀ,୧୪।୮: ପୂର୍ବତନ ମହାନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଇତିହାସରେ ନିଜର ଅନେକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସେସବୁର ସମକକ୍ଷ...

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ଡେନର୍ବି

ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଫିଟ୍‌ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ...

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଶେଫାଳୀ ଉଠିଲେ

ଦୁବାଇ,୧୦।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟିଂ ସେନସେଶନ ଶେଫାଳୀ ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ...

ଅମୋଲ ମଜୁମ୍‌ଦାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍‌ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍‌ ଭାବେ...

ଅଷ୍ଟ୍ରେଲିଆର ବାଂଲାଦେଶ ଗସ୍ତ ସ୍ଥଗିତ

ସିଡନୀ,୧୦।୪(ଏପି)- ଏକ ଦୁଇଟିକିଆ ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଆଗାମୀ ଜୁନ୍‌ରେ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ ସଂକ୍ରମଣ...

ଇଷ୍ଟବେଙ୍ଗଲକୁ ହରାଇଲା ଏଟିକେ ମୋହନବାଗାନ

ଭାସ୍କୋର, ୨୮।୧୧- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟବେଙ୍ଗଲ ଓ ଏଟିକେ ମୋହନବାଗାନ ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ଶୁକ୍ରବାର ଆୟୋଜିତ ହୋଇ...

Advertisement
Archives

Model This Week