ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର: କାର୍ଯ୍ୟକ୍ଷମ ହେଉନି ବର୍ଯ୍ୟବସ୍ତୁ ଭଷ୍ମକ ଯନ୍ତ୍ର

ଲାଠୋର,୧୩ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଉପରେ ଅଞ୍ଚଳର ୩୫ରୁ ଊଦ୍ଧ୍ୱର୍ର୍ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ଅବ୍ୟବସ୍ଥା ତାଙ୍କୁ ହତାଶ କରିଛି। ଏଠାରେ ଡାକ୍ତର ରହିବା ପାଇଁ ବାସଗୃହ ଥିବା ବେଳେ ପ୍ରାଣୀ ଚିକିତ୍ସା ପାଇଁ ଗୋଟିଏ ମାତ୍ର କୋଠରିରେ ରହିଛି। ସରକାରୀ ନିୟମ ଅନୁଯାୟୀ ପଶୁ, ପକ୍ଷୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଗୃହ ରହିବା କଥା। ହେଲେ, ଏଠାରେ ଚିକିତ୍ସା ଖୋଲା ଆକାଶ ତଳେ କରାଯାଉଛି। ଚିକିତ୍ସା କେନ୍ଦ୍ରର ପାଚେରୀ ନ ଥିବାରୁ ଲୋକେ ଅବାଧରେ ଭିତରକୁ ପ୍ରବେଶ କରୁଥିବା ଜଣାପଡିଛି। ଫଳରେ ହସ୍ପିଟାଲର ସୁରକ୍ଷା ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ଅଞ୍ଚଳବାସୀ ପ୍ରାଣୀ ସମ୍ପଦର ଚିକିତ୍ସା ନେଇ ଆଶା ରଖିଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଜଣେ ଡାକ୍ତର ଏବଂ ଜଣେ ପିଅନଙ୍କ ଉପରେ ଚିକିତ୍ସା କେନ୍ଦ୍ର ଚାଲିଛି । ସୂଚନା ଯୋଗ୍ୟ, ୩ ବର୍ଷ ହେଲା ବର୍ଯ୍ୟବସ୍ତୁ ଭସ୍ମକ ଯନ୍ତ୍ର ଚିକିତ୍ସା କେନ୍ଦ୍ରକୁ ଆସି ଥିଲେ ହେଁ ଆବଶ୍ୟକ କୋଠରି ଅଭାବରୁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏ ନେଇ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଧିକାରୀ ଡା. କାରୋ ମାରାଣ୍ଡିଙ୍କୁ ପଚାରିବାରୁ ଚିକିତ୍ସା କେନ୍ଦ୍ରର ସମସ୍ୟା ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କହଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତ୍‌ୃପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ମିନିଟ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର...

ରେଳଧାରଣା କଡରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨।୬: ଅନୁଗୋଳ ଜିଲା ଚଣ୍ଡୀବଜାର ନିକଟସ୍ଥ ରେଳ ଧାରଣା କଡରୁ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଏଯାବତ୍‌...

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା , ଶିକ୍ଷକ ଗିରଫ

କପ୍ତିପଦା,୧୫ା୧୦(ଡି.ଏନ୍‌.ଏ.)- ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଶରତ ଥାନା ପୋଲିସ ସୋମବାର ଜଣେ ଶିକ୍ଷକଙ୍କୁ ଗିରଫ କରିଛି।...

ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା

ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର...

ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୧୬ା୪-ରାଜ୍ୟ ସରକାରଙ୍କ କ୍ଷମତାପୂର୍ଣ୍ଣ ମନ୍ତ୍ରୀ ଗୋଷ୍ଠୀଙ୍କ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଝାରସୁଗୁଡା ଜିଲାପାଳଙ୍କ...

ଷ୍ଟ୍ରେଚର୍‌ରେ ଖୋଲାଖୋଲି ନିଆଯାଉଛି ମୃତଦେହ

କଟକ ଅଫିସ,୬ା୯: ଏସ୍‌ସିବି ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଖୋଲାଖୋଲି ଭାବେ ସର୍ବ ସମ୍ମୁଖରେ ଷ୍ଟ୍ରେଚର୍‌ରେ ରଖି ନିଆଯାଉଛି। ଏହାକୁ ଦେଖି ରୋଗୀ ଓ ସେମାନଙ୍କ...

ଭଙ୍ଗାଘରେ ଚାଲିଛି ସମିତି କାର୍ଯ୍ୟାଳୟ

ଝୁମ୍ପୁରା, ୨୧।୮ (ଡି.ଏନ.ଏ.)-ଚାଷୀ ଓ ଚାଷ ସହିତ ଓତପ୍ରୋତ ଭାବେ ଜଡିତ ଝୁମ୍ପୁରା ବୃହଦାଗାର ବହୁମୁଖୀ ସମବାୟ ସମିତି ଲିଃ (ଲ୍ୟାମ୍ପସ)ର କାର୍ଯ୍ୟାଳୟ, ଗୋଦାମ ଗୃହ...

ପ୍ରି-ବୋର୍ଡ ପରୀକ୍ଷା ପରେ ଶ୍ରେଣୀରେ ଜଣେ ଛାତ୍ର

ଦାରିଙ୍ଗବାଡ଼ି,୧୪।୧(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମରେ ଥିବା ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ପ୍ରି-ବୋର୍ଡ...

Coronavirus Update

Archives

Model This Week

Why Dharitri