ଲାଇଭ୍‌ ଭିଡିଓ ମାଧ୍ୟମରେ ହେଲା ଅନ୍ତିମ ସଂସ୍କାର

ହରିୟାଣା,୯।୪: ଲକ୍‌ଡାଉନ୍‌ ଶବ୍ଦ କେହି କେହି ଆଗରୁ ଶୁଣି ନ ଥିବା ବେଳେ ଏବେ କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ପରିଚିତ ଶବ୍ଦ ପାଲଟି ଯାଇଛି। ଏହାର ଅର୍ଥ ମଧ୍ୟ ସମସ୍ତେ ହୁଏତ ଭାଲଭାବେ ବୁଝି ସାରିବେଣି। କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ କୌଣସି ପ୍ରିୟଜନଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କର ଅନ୍ତିମ ସଂସ୍କାର ଦାୟିତ୍ୱ ଘର ଲୋକଙ୍କୁ ଦିଆ ଯାଉ ନ ଥିବା ଦେଖାଯାଇଛି। ହରିୟାଣା ଯମୁନା ନଗର ପ୍ରେମନଗର ନିକଟରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଚର୍ଚ୍ଚା ହୋଇଥିଲା। ସୂଚନାଯୋଗ୍ୟ, ପ୍ରେମନଗର ନିବାସୀ ବିନୋଦ କୁମାରଙ୍କ ଜେଜେମା’ଙ୍କର ବୁଧବାର ପରଲୋକ ହୋଇଥିଲା। ହେଲେ କରୋନା ସଂକ୍ରମଣ ଦୃଷ୍ଟିରୁ ଦୂରରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଆସିବାକୁ ବାରଣ କରାଯାଇଥିବା ବେଳେ ଭିଡ଼ିଓ କନଫରେନ୍ସ ଜରିଆରେ ସମସ୍ତେ ମୃତା ମହିଳାଙ୍କ ଅନ୍ତିମ ଦର୍ଶନ କରିବା ସହ ଲୋତକ ଭରା ଆଖିରେ ତାଙ୍କୁ ବିଦାୟ ଦେଇଥିବା ଜଣାପଡିଛି। ଏବେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଉଥିବାରୁ ପରିବାର ଲୋକେ ଏଭଳି କରିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’...

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି: ବିଜେତା ଦଳକୁ ମିଳିବ ୧ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆ ଦଳକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ...

ଦିଲ୍ଲୀ ଚିଡିଆଖାନାରେ ଫିଲ୍ମ ଦୃଶ୍ୟ: ସିଂହ ସାମ୍ନାକୁ ଡେଇଁଲେ ଯୁବକ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଚିଡିଆଖାନା ବୁଲି ଯାଇଥିବା ଜଣେ ଯୁବକଙ୍କ ଅଜବ ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ ସେଠାରେ...

ପଶ୍ଚିମବଙ୍ଗ କ୍ୟାବିନେଟରେ ହେବ ଅଦଳ ବଦଳ, ୩-୪ ନୂଆ ଚେହେରାଙ୍କୁ ଦିଆଯିବ ସ୍ଥାନ

କୋଲକାତା,୧ ।୮: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଭୟ ଦଳରୁ ଓ...

ୟୁପିରେ ସରେଣ୍ଡର କରିବାକୁ ଉଦ୍ୟମ..

ନୂଆଦିଲ୍ଲୀ,୨୬।୧୦: ଲୁକ୍‌ଆଉଟ୍‌ ଜାରି ହେବାର ଅନେକ ଦିନ ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ମାମଲାରେ ଏନ୍‌ସିବିର ସ୍ବାଧୀନ ସାକ୍ଷୀ କିରନ ଗୋସାବି ସାମ୍ନାକୁ...

ସ୍ପା ରେଡ: ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୪ କରୋନା ପଜିଟିଭ

ଇନ୍ଦୋର, ୧୦ ।୧: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହି ସମୟରେ ମଧ୍ୟପ୍ରଦେଶ ଇନ୍ଦୋରର କ୍ରାଇମ ବ୍ରାଞ୍ଚ ଓ ମହିଳା...

ଲୋକଙ୍କ ଜୀବନ ଯାଉ ପଛେ, ସରକାରଙ୍କ ଜିଏସ୍‌ଟି ରହୁ: ରାହୁଲ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଭାକ୍ସିନ୍‌ ଦାମ୍‌ ନେଇ କିଛି ଦିନ ତଳେ...

ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା: ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୭।୨: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା ପାଇଁ ସୁପ୍ରିମ୍‌କୋର୍ଟ ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ରାଜ୍ୟରେ...

Advertisement
Archives

Model This Week