Posted inଖେଳ

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ୮୫ରେ ଅଲ୍‌ଆଉଟ: ଆୟର୍ଲାଣ୍ଡ ଅଗ୍ରଣୀ

ଲଣ୍ଡନ,୨୫।୭(ଏଏଫ୍‌ପି)- ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ମାତ୍ର ୮୫ ରନକରି ଅଲଆଉଟ୍‌ ହୋଇଛି। ୧୩୫ ବର୍ଷରେ ଇଂଲଣ୍ଡ ପ୍ରଥମ ଦିନର ଲଞ୍ଚ୍‌ ପୂର୍ବରୁ ଅଲଆଉଟ ହୋଇ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଆୟର୍ଲାଣ୍ଡ ପ୍ରଥମ ଦିନରେ ୫୮.୨ ଓଭରରେ ୨୦୭ ରନ କରି ଅଲଆଉଟ୍‌ ହୋଇଛି ଓ ଏହାପରେ ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି। ଏଥିସହ ଆୟର୍ଲାଣ୍ଡ ୧୨୨ ରନର ଅଗ୍ରଣୀ ହାସଲ କରିଛି। ଆୟର୍ଲାଣ୍ଡ ତରଫରୁ ଆଣ୍ଡ୍ର୍ୟୁ ବାଲବିର୍ଣ୍ଣି ସର୍ବାଧିକ ୫୫, ପଲ ଷ୍ଟିର୍ଲିଂ ୩୬, ଅଧିନାୟକ ଓ୍ବିଲିୟମ ପୋର୍ଟରଫିଲ୍ଡ ୧୪, ଜେମ୍ସ ମ୍ୟାକୋଲମ ୧୯, ଟିମ୍‌ ମୁର୍ତ୍ତାଘ ୧୬, ଆଣ୍ଡି ମ୍ୟାକ୍‌ବ୍ରାଏନ ୧୧ ରନକରି ଆଉଟ ହୋଇଥିବାବେଳେ କେଭିନ ଓ’ବ୍ରାଏନ ୨୮ରନ କରି ଅପରାଜିତ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ, କ୍ରିସ ଓ୍ବକ୍ସ ଓ ସାମ କୁରାନ ୩ଟି ଲେଖାଏ, ମୋଇନ ଅଲି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଆୟର୍ଲାଣ୍ଡ ଦ୍ରୁତ ବୋଲର ଟିମ୍‌ ମୁର୍ତ୍ତାଘ ଦମ୍‌ଦାର ବୋଲିଂ କରି ଇଂଲଣ୍ଡ ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିଥିଲେ। ୯ ଓଭର ବୋଲିଂ କରି ୨ଟି ମେଡେନ ନେବା ସହ ମାତ୍ର ୧୩ରନ୍‌ ବ୍ୟୟ କରି ସେ ୫ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୮ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ତରଫରୁ ଜୋ ଡେନଲି ୨୩, ସାମ କୁରାନ ୧୮ ଓ ଓଲି ଷ୍ଟୋନ ୧୯ ରନ କରି ଆଉଟ ହୋଇଥିଲେ। ଜନ୍ନି ବେୟାରଷ୍ଟୋ, ମୋଇନ ଅଲି ଓ କ୍ରିସ୍‌ ଓ୍ବକ୍ସ ଖାତା ଖୋଲିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋରି ବନର୍‌ସ ୬, ଜାସନ ରୟ ୫, ଅଧିନାୟକ ଜୋ ରୁଟ ୨, ଷ୍ଟୁଆର୍ଟ ବ୍ରଡ ୩ ରନ କରି ଆଉଟ ହୋଇଥିବା ବେଳେ ଜ୍ୟାକ୍‌ ଲିଚ୍‌ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ୩୭ ବର୍ଷୀୟ ମୁର୍ତ୍ତାଘ ପ୍ରଥମ ଆୟର୍ଲାଣ୍ଡ ବୋଲର ଭାବେ ଗୋଟିଏ ଟେଷ୍ଟ ଇନିଂସରେ ୫ ଉଇକେଟ ଅକ୍ତିଆର କରି ବିରଳ ସଫଳତା ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାର୍କ ଆଡେର ୩, ବୋଡି ରନ୍‌କିନ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଉଲ୍ଲେଖଥାଉ କି, ଇଂଲଣ୍ଡ ଗତ ୩ ବର୍ଷ ମଧ୍ୟରେ ଗୋଟିଏ ସେସନରେ ଇଂଲଣ୍ଡ ତୃତୀୟଥର ପାଇଁ ୧୦ଟି ଯାକ ଉଇକେଟ ହରାଇ ଅଲ୍‌ଆଉଟ ହୋଇଛି। ଏହାପୂର୍ବରୁ ୧୯୯୭ରେ ଇଂଲଣ୍ଡ ଲଡର୍‌ସରେ ଅଷ୍ଟ୍ରେଲିଆ ବିପକ୍ଷରେ ୭୭ ରନ କରି ଅଲଆଉଟ ହୋଇଥିଲା। ଗତ ଜାନୁୟାରୀରେ ବାର୍ବାଡୋସ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମଧ୍ୟ ଇଂଲଣ୍ଡ ୭୭ ରନ କରି ଅଲଆଉଟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ୮୫ ଅଲ୍‌ଆଉଟ୍‌
(ଡେନଲି- ୨୩, ଷ୍ଟୋନ- ୧୯, କୁରାନ- ୧୮, ମୁର୍ତ୍ତାଘ- ୫/୧୩, ଆଡେର- ୩/୩୨, ରାନକିନ- ୨/୫)।
ଆୟର୍ଲାଣ୍ଡ ପ୍ରଥମ ଇନିଂସରେ ୫୮.୨ ଓଭରରେ ୨୦୭ ଅଲଆଉଟ୍‌
(ବାଲବିର୍ଣ୍ଣି- ୫୫, ଷ୍ଟିର୍ଲିଂ- ୩୬, ଓ’ବ୍ରାଏନ- ୨୮*, ବ୍ରଡ- ୩/୬୦, ଷ୍ଟୋନ- ୩/୨୯, କୁରାନ-୩/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏମିତି କହିଲେ ଚାମେଲି, ଚାରିଆଡ଼େ ଚର୍ଚ୍ଚା

କେନ୍ଦ୍ରାପଡ଼ା/ମହାକାଳପଡା,୧୭ା୬:  କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…

ରଜ ଖେଳ ବିବାଦରୁ ରକ୍ତାକ୍ତ ସଂଘର୍ଷ

ରାଉରକେଲା,୧୭।୬ (ସଙ୍ଗୀତା ଜେନା): ରଜ ପର୍ବ ଆନନ୍ଦ ଉଲ୍ଲାସରେ ଚାଲିଥିବାବେଳେ ଇସ୍ପାତ ସହର ରାଉରକେଲାରେ ରକ୍ତାକ୍ତ ସଂଘର୍ଷ ହୋଇଛି। ରଜ ଖେଳ ଆୟୋଜନକୁ କେନ୍ଦ୍ର କରି ସୃଷ୍ଟି…

ଭାରତକୁ ବଡ଼ ଝଟକା ଦେଲା ଆମେରିକା: ମୋଦି-ଟ୍ରମ୍ପ ସାକ୍ଷାତ ପୂର୍ବରୁ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ ଆମେରିକା…

ବଦଳି ପାଇଁ ଉପବାଚସ୍ପତିଙ୍କ ନାମରେ ଜାଲ୍‌ ଦସ୍ତଖତ, ଦୁଇ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର,୧୭।୬(ତ୍ରିନାଥ ମହାନ୍ତି): ବଦଳି ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ଜାଲ୍‌ କରିବା ଏବଂ ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ନେଇ…

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ଚାଷୀଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ: ଆଜିଠାରୁ ସବୁ ମଣ୍ଡିରୁ ଉଠିବ ଧାନ

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଚାଷୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି। ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri