ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଭେଟିଛନ୍ତି। ଲତାଙ୍କ ଘରକୁ ଯାଇ ରାଷ୍ଟ୍ରପତି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଲତାଙ୍କ ସୁମଧୁର ସଙ୍ଗିତ ହିଁ ଆମ ଜୀବନକୁ ସରସ ସୁନ୍ଦର କରିପାରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପରେ ଲତା ଜୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଟୁଇଟ କରି ଲତା ରାଷ୍ଟ୍ରପତି କୋବିନ୍ଦଙ୍କୁ କୃତଜ୍ଞତା ଜଣାଇବା ସହ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅସୁସ୍ଥତା କାରଣରୁ ବେଶ୍‌ କିଛିଦିନ ହେବ ଲତା ଆଉ ଗୀତ ଗାଉନାହାଁନ୍ତି ସତ। ହେଲେ ସେ ଯେଉଁ ଗୀତ ବଲିଉଡ୍‌ ଦୁନିଆକୁ ଭେଟି ଦେଇଛନ୍ତି ତାହା ଯୁଗେ ଯୁଗେ ଅପାସୋରା ହୋଇ ରହିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗସ୍ତ ବାତିଲ କଲେ ବାଂଲାଦେଶର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨:ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାର ପ୍ରଭାବ ଭାରତର ବୈଦେଶିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ବାଂଲାଦେଶର...

ଅନୁଚ୍ଛେଦ ୩୭୦ ହଟିବା ପରେ ମୋଦିଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ, ୨୦ ହଜାର କୋଟିର ପରିଯୋଜନା ଉପହାର…

ଶ୍ରୀନଗର, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜମ୍ମୁ-କଶ୍ମୀରର ସାମ୍ବାରେ ପହଞ୍ଚିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର...

ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରୀ

ଶ୍ରୀନଗର,୧୮।୭: ଜୁଲାଇ ୨୧ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରିବା ଯୋଜନାରେ ଅଛନ୍ତି ବୋଲି ଶୁକ୍ରବାର ସେନା ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କୁ...

ମୁଲତବି ରହିଲା ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ବହୁ ଚର୍ଚ୍ଚିତ ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣିକୁ ମୁଲତବି ରଖିଛନ୍ତି। ଏହି ମାମଲାର ବିଚାରପତି ଛୁଟିରେ ଥିବାରୁ...

ଆଜି ଦେଶରେ ୨,୮୪୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ଶୁକ୍ରବାର ତାହା...

ଆଜି ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୨: ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା(୨୬)ଙ୍କ ମର୍ସି ପିଟିଶନ ରଦ୍ଦ ହୋଇଯାଇଛି। ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରିବା ଲାଗି...

ରାକେଶ ଆସ୍ଥାନା ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ, ୧୮ା୮: ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ନୂତନ ବିଏସ୍‌ଏଫ୍‌ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୨୧ ଜୁଲାଇ ୩୧ ପର୍ଯ୍ୟନ୍ତ...

ଭାଜପାକୁ ଅଭିଶାପ ଦେଇ ଟ୍ରୋଲ ହେଲେ ଜୟା

ନୂଆଦିଲ୍ଲୀ,୧୨।୧୨: ପାର୍ଲାମେଣ୍ଟରେ ପୁଣି ନିଜର କ୍ରୋଧ ପ୍ରକାଶ କରି ସମାଜବାଦୀ ପାର୍ଟି ଏମ୍‌ପି ତଥା ଅଭିନେତ୍ରୀ ଜୟା ବଚ୍ଚନ ପୁଣି ଚର୍ଚ୍ଚାରେ ଅଛନ୍ତି। ରାଜ୍ୟ ସଭାରେ...

Advertisement
Archives

Model This Week