ଲଣ୍ଡା ପଡ଼ିଆକୁ ସବୁଜ କଲେ ଦିବ୍ୟାଙ୍ଗ ବୃଦ୍ଧ

ଦଶମନ୍ତପୁର,୧୭ା୪(ଡି.ଏନ୍‌.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ ଲଣ୍ଡା ପଡ଼ିଆକୁ ସବୁଜିମାରେ ଭରିଦେଇଛନ୍ତି ଜଣେ ଦିବ୍ୟାଙ୍ଗ ବୃଦ୍ଧ। ସେଇ ଗୋଟିଏ ଏକର ଜମିରେ ଏବେ ବିଭିନ୍ନ ଫଳଗଛ, ସବୁଜ ପନିପରିବା ଓ ଫୁଲଗଛ ହସୁଛି। ଉପାନ୍ତ ଅବିଭକ୍ତ କୋରାପୁଟ ଜିଲାର ଚାଷ ବେଉସା ପାଇଁ ପ୍ରେରଣା ପାଲଟିଛନ୍ତି ନିତ୍ୟାନନ୍ଦ ସାହୁ।

ରାୟଗଡ଼ା ଜିଲା କାଶିପୁର ବ୍ଲକ ଡୋଙ୍ଗାସିଲ ପଞ୍ଚାୟତରେ ରହିଛି ଶିଶପାସ୍‌ ଗାଁ। ଏହି ଗାଁଟି କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକକୁ ଲାଗିଛି। ଏହି ଗାଁରେ ନିତ୍ୟାନନ୍ଦଙ୍କ ଘର। ୨୫ ବର୍ଷ ତଳର କଥା। ସେ ଗାଁ ନିକଟସ୍ଥ ନାରଙ୍ଗି ଛପର ଡଙ୍ଗରକୁ ଗାଈଗୋରୁ ଚରାଇବାକୁ ଯାଇଥିଲେ। ସେତିକିବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ ନିତ୍ୟାନନ୍ଦ। ବାର୍‌ହା ଡାହାଣ ହାତକୁ ଏଭଳି କାମୁଡ଼ିଥିଲା ଯେ ତାହା ଶେଷକୁ ଛିଣ୍ଡିଯାଇଥିଲା। ସେବେଠାରୁ ଦିବ୍ୟାଙ୍ଗ ପାଲଟିଗଲେ ସେ। ଘରେ ତାଙ୍କର ୩ ପୁଅ ଓ ୩ ଜଣ ଝିଅ। ସେମାନଙ୍କର ବିବାହ ହେବା ପରେ ନିତ୍ୟାନନ୍ଦ ସ୍ତ୍ରୀ ଟୋବାଙ୍କ ସହ ରହୁଥିବା କହିଛନ୍ତି। ପୂର୍ବପୁରୁଷରୁ ଗାଁରେ ଥିବା ୧ ଏକର ଜମି ପଡ଼ିଆ ପଡ଼ିଥିଲା। ସେଠାକୁ ଜଳସେଚନ ବ୍ୟବସ୍ଥା ନଥିଲା। ନିଜେ କୋଦାଳ ମାରି ମାରି ୨ କି.ମି. ଦୂରରେ ଥିବା ଆକୁମୁଣ୍ଡାରୁ ପାଣିକୁ ନିଜ ଜମିରେ ମଡ଼ାଇବା ବ୍ୟବସ୍ଥା କଲେ। ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ଲାଗିଥିଲା। ପାଣି ମାଡ଼ିବା ପରେ ନିତ୍ୟାନନ୍ଦ ଓ ତାଙ୍କ ସ୍ତ୍ରୀ ଆନ୍ଧ୍ରରୁ ବିଭିନ୍ନ ପନିପରିବା ଓ ଫଳଚାଷ ପାଇଁ ବିହନ ଓ ଚାରା ଆଣି ଲଗାଇଲେ। ତାରପୋଲିନରେ କୁଡ଼ିଆକରି ଦିନ ରାତି ସେଠାରେ ବୃଦ୍ଧ ଦମ୍ପତି ଜଗିରହିଲେ। ସେମାନଙ୍କର ପରିଶ୍ରମ ସାକାର ରୂପ ନେଲା। ଯେଉଁଠି ଜମି ପଡ଼ିଆ ପଡ଼ିଥିଲା, ବର୍ତ୍ତମାନ ସେଠାରେ ୮ ଆମ୍ବ ଗଛ, ୬ ଜାମୁଗଛ, ୧୦ କମଳା, ୫ ଲେମ୍ବୁ, ୧୫ ସଲପ, ୩ ଖଜୁରୀ, ୨ ଖଜରା ଗଛ, ୨ ଲିଚୁଗଛ, ଗୋଟିଏ ତେଜପତ୍ର ଗଛ, ୧୬ ଆନ୍ଧ୍ର କଦଳୀଗଛ, ୧୦ ଦେଶୀ କଦଳୀଗଛ, ୬ ଗୁଆଗଛ, ୬ ଅମୃତଭଣ୍ଡା ଗଛ ଲାଗିଛି। ସେହିପରି ୩୦୦ ଫୁଲକୋବି, ୫୦୦ ପତ୍ରକୋବି, ୧ ହଜାର ବାଇଗଣ, ପିଆଜ, ଟମାଟୋ, ୬ଶହ ସପୁରି ଗଛ, ଆଲୋଡି, ଭେଣ୍ଡି, କୁମୁଡ଼ା, କାକୁଡି, ୪ ପ୍ରକାରର ଗୋଲାପ ଗଛ ସାଙ୍ଗକୁ ମଲ୍ଲି ଓ ଇତିମଳା ଫୁଲ ଗଛ ମଧ୍ୟ ବଗିଚାରେ ହସୁଛି। ଏଠାରୁ ଅମଳ ହେଉଥିବା ଫଳ ଓ ପରିବା ଦଶମନ୍ତପୁର ବ୍ଲକ ଏବଂ ରାୟଗଡ଼ା ଜିଲାରେ ବିକ୍ରି ହେଉଛି। ଗାଁ ଆଖପାଖରେ କାହାର ଭୋଜିକାର୍ଯ୍ୟ ହେଲେ ସେମାନେ ନିତ୍ୟାନନ୍ଦଙ୍କ ପରିବା ବଗିଚାରେ ପହଞ୍ଚତ୍ୟାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପୀ ଆନନ୍ଦଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା): ବାକି ରହିଯାଇଥିବା ୧୩ ଜିଲାର ଭାଜପା ସଭାପତିଙ୍କ ନାଁ ରବିବାର ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ। ସେଥିରେ ରାୟଗଡ଼ା...

ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ବନ୍ଦ ପାଳନ କରିବାକୁ ମାଓବାଦୀଙ୍କ ଆହ୍ବାନ

ରାୟଗଡ଼ା/ମୁନିଗୁଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା/ ନନ୍ଦ କିଶୋର ପଟ୍ଟନାୟକ): ପୋଲିସ ‘ଅପରେଶନ କାଗାର’କୁ ମାଓବାଦୀମାନେ ବିରୋଧ କରି ଗୁରୁବାର ପୂର୍ବ ଛତିଶଗଡ଼ ଏବଂ ଓଡ଼ିଶା ବନ୍ଦ ଡାକରା...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗୁଣପୁର,୧୦।୨(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଗଣେଶ ନଗରଠାରେ ରହୁଥିବା ଜଣେ ନବବଧୂଙ୍କ ରବିବାର ବିଳମ୍ବିତ ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ...

ପେପର୍‌ କାର୍ଟୁନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡାଠାରେ ଥିବା ପେପର୍‌ କାର୍ଟୁନ କାରଖାନାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ...

ଟ୍ରାକ୍ଟର ଓଲଟି ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ୪ ଗୁରୁତର

ଗୁଣୁପୁର,୭।୨: ରାୟଗଡ଼ା ଜିଲା ଗୁଣୁପୁର ଗୁଲୁମୁଣ୍ଡାପାକା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡି ୩ଜଣ ଶ୍ରମିକଙ୍କ...

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ମେଡିକାଲ ଯିବା ପୂର୍ବରୁ କନ୍ୟା ସନ୍ତାନ ପ୍ରସବ କଲେ ମହିଳା

ରାୟଗଡ଼ା,୫ା୨(ଆଶିଷ ରଞ୍ଜନ ପଣ୍ଡା): ଗାଁକୁ ରାସ୍ତା ନାହିଁ। ଫଳରେ ୧ କିମି ଷ୍ଟ୍ରେଚରରେ ବୁହା ହୋଇଯିବା ପରେ ୨୨ କିମି ଆମ୍ବୁଲାନ୍ସରେ ମେଡିକାଲ ଗଲେ ଗର୍ଭବତୀ।...

ଚାଷୀଙ୍କ ପାଇଁ ଖୁସି ଖବର: ଖୋଲିଲା ମାଣ୍ଡିଆ ମଣ୍ଡି

ବିଷମକଟକ, ୩।୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବହୁମୁଖି ପ୍ରକ୍ରିୟା କରଣ କେନ୍ଦ୍ରଠାରେ ସୋମବାର ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ବିଷମକଟକ ବିଡ଼ିଓ ସଦାଶିବ...

ଖୋଲିଲା ମଝିଘରିଆଣୀଙ୍କ ୯ ହୁଣ୍ଡି: ମିଳିଲା ୯୪.୪୯ ଲକ୍ଷ, ୫ ବିଦେଶୀ ନୋଟ ସହ ୯୩ ଗ୍ରାମ୍‌ ସୁନା

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ସୋମବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ନଗଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri