ଲର୍ଡସରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଲଣ୍ଡନ,୩୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଶୁଭାରମ୍ଭ ଅବସରରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ୍‌ କୋହଲିଙ୍କ ମହମ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଛି। ଜଣାଶୁଣା ଓ୍ବାକ୍ସ ମ୍ୟୁଜିୟମ ମ୍ୟାଡମ ତୁସାଦ ଏହାର ଉନ୍ମୋଚନ କରିଛି। ଗୁରୁବାରଠାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଅସବରରେ ଏହି ପ୍ରତିମୁର୍ତ୍ତୀ ମ୍ୟାଡମ ତୁସାଦ ମ୍ୟୁଜିୟମ୍‌ରେ ରହିବ। ଆଗାମୀ ସପ୍ତାହରେ ଦେଶରେ କ୍ରିକେଟ କ୍ରେଜ୍‌ ଆଶାତୀତ ଭାବେ ବୃଦ୍ଧି ଘଟିବ। ତେଣୁ ଏହି ଅବସରରେ କୋହଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ଏକ ବଡ଼ କଥା ବୋଲି ଲଣ୍ଡନ ସ୍ଥିତ ମ୍ୟାଡାମ ଦୁସାଦ ଜେନେରାଲ ମ୍ୟାନେଜର ଷ୍ଟିଭ ଡେଭିସ୍‌ କହିଛନ୍ତି। କ୍ରିକେଟ ପ୍ରଶଂସକମାନେ ସେମାନଙ୍କ ହିରୋର ଖେଳ ଉପଭୋଗ କରିବା ସଙ୍ଗେସଙ୍ଗେ ପ୍ରତିମୂର୍ତ୍ତିକୁ ଦେଖିବାରୁ ସୁଯୋଗ ହାସଲ କରିବେ ବୋଲି ସେ କହିଛନ୍ତି। ଏହି ପ୍ରତିମୁର୍ତ୍ତିରେ କୋହଲି ଭାରତୀୟ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିବ। ସେହିପରି ପ୍ରତିମୂର୍ତ୍ତୀ ପାଇଁ କୋହଲି ନିଜେ ଜୋତା ଓ ଗ୍ଲୋଭ ଦେଇଛନ୍ତି। କୋହଲିଙ୍କ ପୂର୍ବରୁ ଉସେନ ବୋଲ୍ଟ, ସାର ମୋ ଫରା ଓ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ବିଶ୍ୱକପ୍‌ ଅବ୍ୟବହିତ ପୂର୍ବରୁ ଲଡର୍‌ସରେ କୋହଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସୌଭାଗ୍ୟର ବିଷୟ ବୋଲି ଲର୍ଡସ କ୍ରିକେଟ ଗ୍ରାଉଣ୍ଡ ହେଡ୍‌ ଅଫ୍‌ ରିଟେଲ ଆଣ୍ଡ ଟୁର୍ସ ଟାରା କୁନିଙ୍କହାମ କହିଛନ୍ତି। କୋହଲିଙ୍କ ଏହି ପ୍ରତିମୂର୍ତ୍ତି ସମସ୍ତଙ୍କୁ ଆମୋଦିତ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୯ ମାସ ପରେ ପଡିଆକୁ ଓହ୍ଲାଇଲା ଟିମ୍‌ ଇଣ୍ଡିଆ: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ସିଡନୀ,୨୭।୧୧: ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଶୁକ୍ରାବର ଅର୍ଥାତ୍‌ ଆଜି ପଡିଆକୁ ଓହ୍ଲାଇଛି। କରୋନା ମହାମାରୀ ଭିତରେ ଭାରତ...

ଶହୀଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର : ରାଜେଶ, ପ୍ରିୟଙ୍କା ପୁରସ୍କୃତ

ଭୁବନେଶ୍ୱର, ୧୧।୮(ସ୍ପୋଟର୍‌ସ ବ୍ୟୁରୋ): ଜଣାଶୁଣା କ୍ରିକେଟ କ୍ଲବ ଶହୀଦ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ସଫଳ...

୭ ବର୍ଷ ପରେ ଆଇପିଏଲ୍‌ରେ ଏମିତି କଲା ଆରସିବି

ଚେନ୍ନାଇ,୧୫।୪: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ଏହା କ୍ରମାଗତ...

ଓ୍ବେଷ୍ଟଇଣ୍ଡିଜର କ୍ଲିନ୍‌ ସୁଇପ୍‌

ଢାକା, ୧୫ା୨ (ଏପି)- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ମ୍ୟାଚ୍‌କୁ ଓ୍ବେଷ୍ଟଇଣ୍ଡିଜ ୧୭ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୨-୦ରେ...

ଆଜିଠୁ ଖେଳ ଆରମ୍ଭ

ଭୁବନେଶ୍ୱର,୧୩।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ଉଦ୍‌ଘାଟନୀ ସମାରୋହର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ହକିର...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ

କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ।...

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ହେମନ୍ତଙ୍କ ଦ୍ୱିଶତକ, ମୁଣ୍ଡେଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ...

କାରିବିୟନ ପ୍ରିମିୟର ଲିଗ୍‌ ଆରମ୍ଭ: ଟ୍ରିନବାଗୋ, ବାର୍ବାଡୋସ ବିଜୟୀ

ଟାରୌବା, ୨୦।୮- କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ) ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ଟ୍ରିନବାଗୋ ନାଇଟ ରାଇଡର୍ସ ଓ ବାର୍ବାଡୋସ ଟ୍ରାଇଡେଣ୍ଟ୍ସ...

Advertisement
Archives

Model This Week