ଲର୍ଡସରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଲଣ୍ଡନ,୩୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଶୁଭାରମ୍ଭ ଅବସରରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ୍‌ କୋହଲିଙ୍କ ମହମ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଛି। ଜଣାଶୁଣା ଓ୍ବାକ୍ସ ମ୍ୟୁଜିୟମ ମ୍ୟାଡମ ତୁସାଦ ଏହାର ଉନ୍ମୋଚନ କରିଛି। ଗୁରୁବାରଠାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଅସବରରେ ଏହି ପ୍ରତିମୁର୍ତ୍ତୀ ମ୍ୟାଡମ ତୁସାଦ ମ୍ୟୁଜିୟମ୍‌ରେ ରହିବ। ଆଗାମୀ ସପ୍ତାହରେ ଦେଶରେ କ୍ରିକେଟ କ୍ରେଜ୍‌ ଆଶାତୀତ ଭାବେ ବୃଦ୍ଧି ଘଟିବ। ତେଣୁ ଏହି ଅବସରରେ କୋହଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ଏକ ବଡ଼ କଥା ବୋଲି ଲଣ୍ଡନ ସ୍ଥିତ ମ୍ୟାଡାମ ଦୁସାଦ ଜେନେରାଲ ମ୍ୟାନେଜର ଷ୍ଟିଭ ଡେଭିସ୍‌ କହିଛନ୍ତି। କ୍ରିକେଟ ପ୍ରଶଂସକମାନେ ସେମାନଙ୍କ ହିରୋର ଖେଳ ଉପଭୋଗ କରିବା ସଙ୍ଗେସଙ୍ଗେ ପ୍ରତିମୂର୍ତ୍ତିକୁ ଦେଖିବାରୁ ସୁଯୋଗ ହାସଲ କରିବେ ବୋଲି ସେ କହିଛନ୍ତି। ଏହି ପ୍ରତିମୁର୍ତ୍ତିରେ କୋହଲି ଭାରତୀୟ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିବ। ସେହିପରି ପ୍ରତିମୂର୍ତ୍ତୀ ପାଇଁ କୋହଲି ନିଜେ ଜୋତା ଓ ଗ୍ଲୋଭ ଦେଇଛନ୍ତି। କୋହଲିଙ୍କ ପୂର୍ବରୁ ଉସେନ ବୋଲ୍ଟ, ସାର ମୋ ଫରା ଓ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ବିଶ୍ୱକପ୍‌ ଅବ୍ୟବହିତ ପୂର୍ବରୁ ଲଡର୍‌ସରେ କୋହଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସୌଭାଗ୍ୟର ବିଷୟ ବୋଲି ଲର୍ଡସ କ୍ରିକେଟ ଗ୍ରାଉଣ୍ଡ ହେଡ୍‌ ଅଫ୍‌ ରିଟେଲ ଆଣ୍ଡ ଟୁର୍ସ ଟାରା କୁନିଙ୍କହାମ କହିଛନ୍ତି। କୋହଲିଙ୍କ ଏହି ପ୍ରତିମୂର୍ତ୍ତି ସମସ୍ତଙ୍କୁ ଆମୋଦିତ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?