ଲକ୍‌ ଡାଉନକୁ ନେଇ ଦିନ ମଜୁରିଆ ଓ ବ୍ରାହ୍ମଣ ଚିନ୍ତାରେ

ମନମୁଣ୍ଡା,୨୫।୩ (ଡି.ଏନ.ଏ): କରୋନାକୁ ନେଇ ଲକ୍‌ ଡାଉନ ବୋଝ ଉପରେ ନଳିତା ବିଡା ସଦୃଶ ଦେଖାଦେଇଛି । ବିଶେଷ କରି ଦିନ ମଜୁରିଆ, ଶ୍ରମିକ, ମନ୍ଦିର ପୂଜକ ଓ କର୍ମକାଣ୍ଡ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ନାହିଁ ନ ଥିବା ଅସୁବିଧା ଦେଖାଦେଇଛି। ସେମାନେ ପରିବାର କିପରି ଚଳାଇବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି । ଏପରି ପରିସ୍ଥିତି ବୌଦ୍ଧ ଜିଲାର ଅନ୍ୟ ଅଞ୍ଚଳ ସହ ମନମୁଣ୍ଡାରେ ଦେଖିବାକୁ ମିଳିଛି । ଅଧିକାଂଶ ଦିନ ମଜୁରିଆ, ଶ୍ରମିକମାନଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ ନାହିଁ । ସେମାନେ ଯେଉଁ ଦିନ ଯାହା ରୋଜଗାର କରନ୍ତି ,ସେହିଦିନ ଖର୍ଚ୍ଚ କରିଦିଅନ୍ତି । କାମ କଲେ ଖାଆନ୍ତି ନ ହେଲେ ଭୋକରେ ରହିବା ଏକରକମ ନିଶ୍ଚିତ । ସେମାନେ ଏବେ ହାତବାନ୍ଧି ଘରେ ବସିଥିବାରୁ ଆଗାମୀ ଦିନରେ ଅନାହାର ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି କରୋନାକୁ ନେଇ ସରକାର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରିଥିବାରୁ ମନ୍ଦିରଗୁଡିକ ଖାଁ ଖାଁ ଲାଗୁଛି । ପୂଜକ କେବଳ ଠାକୁରଙ୍କ ନୀତିକାନ୍ତି କରି ଫେରି ଆସୁଥିବାର ଦେଖିବାକୁ ମିଳୁଛି । ମନମୁଣ୍ଡା ଅଞ୍ଚଳର ପୁରାତନ ଦଧିବାମନଜୀଉ ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର ଓ ଦୁର୍ଗାଦେବୀ ମନ୍ଦିରରେ ପ୍ରତ୍ୟେକ ଦିନ ଶତାଧିକ ଭକ୍ତଙ୍କ ସମାବେଶ ହୋଇଥାଏ । ଭକ୍ତଙ୍କ ଦକ୍ଷିଣାକୁ ନେଇ ପୂଜକ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ଭକ୍ତ ଆସୁ ନ ଥିବାରୁ ସେମାନଙ୍କ ସମସ୍ୟା ବଢିଯାଇଛି । ଦଧିବାମନ ଜୀଉ ମନ୍ଦିର ପୂଜକ ଗୋପୀନାଥ ହୋତା, ସୁବର୍ଣ୍ଣମେରୁ ମନ୍ଦିର ପୂଜକ ନରସିଂହ ଥନାପତି, ବିଶ୍ୱନାଥ ଥନାପତି, ଦୁର୍ଗାଦେବୀ ମନ୍ଦିର ପୂଜକ କୁନା ମିଶ୍ର ପ୍ରମୁଖ ପରିବାର କେମିତି ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡି ଯାଇଥିବା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଲୋକଙ୍କ ଘରଙ୍କୁ ଯାଇ କର୍ମକାଣ୍ଡ ଓ ବିଭିନ୍ନ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି। ଜଜମାନମାନେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିବାରୁ ବ୍ରାହ୍ମଣମାନଙ୍କ ଆୟ ଠପ୍‌ ହୋଇଯାଇଛି । ଏଭଳି ପରିସ୍ଥିତିରେ ଦିନ ମଜୁରିଆମାନଙ୍କ ସହ ପୂଜକ ଓ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ସାହାଯ୍ୟ କରିବାକୁ ମନମୁଣ୍ଡା ବ୍ରାହ୍ମଣ ସମାଜ ସଭାପତି ସତ୍ୟନାରାୟଣ ପାଣିଗ୍ରାହୀ, ସମ୍ପାଦକ ବୈଦ୍ୟନାଥ ହୋତା ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri