ଲକ୍‌ଡାଉନ ପରବର୍ତ୍ତୀ ପ୍ରଶାସନିକ ପ୍ରସ୍ତୁତି: କ୍ୱାରାଣ୍ଟାଇନରେ ରହିବେ ବହିରାଗତ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.)- ବର୍ଦ୍ଧିତ ଲକ୍‌ଡାଉନ ମେ’୩ରେ ସରିବା ପରେ ବାହାର ରାଜ୍ୟରେ ଥିବା ଗଞ୍ଜାମ ଜିଲାର ଲୋକମାନେ ଘରକୁ ଫେରିବା ସମ୍ଭାବନା ରହିଛି। ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ ଠିକ ଭାବେ ପରିଚାଳନା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମସ୍ତରରେ ଏବଂ ସହରାଞ୍ଚଳରେ ସମସ୍ତ ସ୍କୁଲ ଘର, ଅନ୍ୟାନ୍ୟ ସରକାରୀ ଘର, ବାତ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ପ୍ରଭୃତି ସ୍ରସ୍ତୁତ କରି ସେମାନଙ୍କୁ ରଖାଯିବ। ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଡାକ୍ତରୀ ପରୀକ୍ଷା ଅନିର୍ବାଜ୍ୟ ସହ ୨୧ ଦିନିଆ କ୍ବାରାଣ୍ଟାଇନରେ ରଖାଯିବ।
ଯେଉଁ କର୍ମଚାରୀ ଭୁବନେଶ୍ୱର ଯାଇ ଫେରିବେ ସେମାନେ ମଧ୍ୟ ୨୧ ଦିନିଆ କ୍ବାରାଣ୍ଟାଇନରେ ରହିବେ। ଅଧିକାରୀ ଏହା ସୁନିଶ୍ଚିତ ନ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜିଲାର ବିଭିନ୍ନ ଯାଞ୍ଚ ଗେଟରେ ପୋଲିସ ସହିତ ସରକାରୀ କର୍ମଚାରୀ ରହିବେ। ଡାକ୍ତରୀ ପରାମର୍ଶ ପାଇଁ ଜିଲା ବାହାରକୁ ଯିବାରଥିଲେ ଉପଜିଲାପାଳ ପାସ୍‌ ପ୍ରଦାନ କରିପାରିବେ।
ସାମାଜିକ ଦୂରତା ଅବଲମ୍ବନ କରି ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ଆଗେଇ ନେବାକୁ ଜିଲାପାଳ କହିଛନ୍ତି। ବିଭିନ୍ନ ପେନ୍‌ସନ ଓ ଭତ୍ତା ନିର୍ଦ୍ଦିଷ୍ଟ ବ୍ୟକ୍ତି ବ୍ୟତୀତ ଅନ୍ୟକୌଣସି ପରିବାର ସଦସ୍ୟଙ୍କୁ ଦିଆଯିବନାହିଁ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କମିଟି ରିପୋର୍ଟରେ ପ୍ରସ୍ତୁତ ହୋଇଥିଲା ଆଜାଦୀ କା ଅମୃତ ମହୋତ୍ସବ ପୋଷ୍ଟର

ବଲାଙ୍ଗୀର ଅଫିସ, ୧୭।୫: ଆଜାଦୀ କା ଅମୃତ ମହୋତ୍ସବ ପାଳନ ସକାଶେ ପ୍ରସ୍ତୁତ କରାଯାଇଥିବା ପୋଷ୍ଟରର ଡିଜାଇନ ପାଇଁ କୌଣସି କମିଟି ଗଠନ କରାଯାଇ ନ...

ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଓମିକ୍ରନ୍‌ର ୨ଟି ଷ୍ଟ୍ରେନ୍‌ ‘ବିଏଫ୍‌ ୭’ ଓ ‘ଏକ୍ସବିବି ୧.୫’ ଚାଇନା, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ,...

‘ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି’

ଭୁବନେଶ୍ୱର, ୫। ୧୦(ବ୍ୟୁରୋ): ଦେଶରେ ଏବେ ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି। ଏହି ଡିଲ୍‌ କେବେ ଟଙ୍କା ପାଇଁ ହୁଏ ତ, ଆଉ...

ଗ୍ରାମାଞ୍ଚଳରେ ସଚେତନତା ଜୋର୍‌ଦାର କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସରକାରୀ ଏବଂ ଘରୋଇ ସଂସ୍ଥା ମଧ୍ୟ...

ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନଗଲା 

ଟେନସା,୨୩।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ାରେ ୫ ରୁ ୭ ଟିକିଆ ହାତୀ ପଲଙ୍କ ଉପଦ୍ରବ କମିବାର ନାଁ ନେଉନାହିଁ I ଶନିବାର ବିଳମ୍ବିତ...

ଓଡ଼ିଶା ଆସିବେ ମମତା: ମୃତକଙ୍କ ପରିବାର ଜଣଙ୍କୁ ଦେବେ ଚାକିରି

ଭୁବନେଶ୍ୱର,୫।୬(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୭ ତାରିଖରେ ଭୁବନେଶ୍ବର ଓ କଟକ ଆସିବେ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା...

୫୦ ବର୍ଷରେ ଭାରତରେ ୧୧୭ ବାତ୍ୟା: ଓଡ଼ିଶାରେ ବିଧ୍ୱଂସକ ଥିଲା ୧୯୭୧

ନୂଆଦିଲ୍ଲୀ,୨୮/୫: ୧୯୭୦ରୁ ୨୦୧୯ ମଧ୍ୟରେ ଭାରତ ୧୧୭ ବାତ୍ୟାର ସମ୍ମୁଖୀନ ହୋଇଛି। ଏହି ୫୦ ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ଼ ଓ ବାତ୍ୟାରେ ୪୦,୦୦୦ ଲୋକଙ୍କ...

ଝାଡ଼ାବାନ୍ତି ପ୍ରଭାବିତ ଗ୍ରାମରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦଶମନ୍ତପୁର, ୨୩ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ଝାଡ଼ାବାନ୍ତି ବ୍ୟାପୀ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଦେଇଛି। ଏହି ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୧୪...

Advertisement
Archives

Model This Week