ଲକ୍‌ଡାଉନ୍‌ ଯୋଗୁ କମିଛି ଅପରାଧ,ଏପ୍ରିଲ୍‌ରେ ଇ-ଫାଇଲିଂ ଦ୍ୱାରା ଦାଏର ହୋଇଛି ୩୦୫ ମାମଲା: ସିଜେଆଇ ବୋବ୍‌ଡେ

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସ୍ଥିତିରେକ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହା ଦ୍ୱାରା ଆପରାଧୀକ ମାମଲା ଘଟିବା ମଧ୍ୟ କମ୍‌ ହୋଇଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି। ଜାନୁୟାରୀରେ ପ୍ରତିଦିନ ସୁପ୍ରିମ୍‌କୋର୍ଟରେ ୨୦୫ ମାମଲା ଦାଏର ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ ଯୋଗୁ ଆପରାଧୀକ ମାମଲା କମିବାରେ ଲାଗିଛି। ଏପ୍ରିଲ୍‌ରେ ଇ-ଫାଇଲିଂରେ ମାତ୍ର ୩୦୫ ମାମଲା ଦାଏର ହୋଇଥିବା ବୋବ୍‌ଡେ ସୂଚନା ଦେଇଛନ୍ତି। ଦେଶରେ ଦେଖାଦେଇଥିବା ମହାମାରୀର ମୁକାବିଲା ପାଇଁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହାର ସୁଫଳ ମଧ୍ୟ ମିଳିବାରେ ଲାଗିଛି। ଏଭଳି ସଙ୍କଟ ସମୟରେ ସଂସଦ, ପ୍ରଶାସନ ଏବଂ ନ୍ୟାୟପାଳିକା ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲେ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଅପରିହାର୍ଯ୍ୟ ହୋଇପଡ଼ିବ। ତେବେ ଦେଶରେ ଲୋକଙ୍କ ସୁବିଧା ସୁଯୋଗ ପ୍ରତି ସରକାର ଯଥେଷ୍ଟ ସଚେତନ ରହିଛନ୍ତି। ଏନେଇ ଦିନରାତି କାର୍ଯ୍ୟ ମଧ୍ୟ ଜାରି ରହିଛି। ପ୍ରବାସୀ ଶ୍ରମିକଙ୍କ ପାଇଁ ଯାହା ସମ୍ଭବ ସେପରି ପଦକ୍ଷେପ ନ୍ୟାୟପାଳିକା ପକ୍ଷରୁ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଭିଡ଼ିଓ କନଫରେନ୍ସିଂରେ କୋର୍ଟର କାର୍ଯ୍ୟ କରାଯିବାର ଯୋଜନା ରହିଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ବୋବ୍‌ଡେ କହିଛନ୍ତି ଯେ, ଏଭଳି କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ଭିଡ଼ିଓ କନଫରେନ୍ସିଂ କେବେ ମଧ୍ୟ କୋର୍ଟର ସ୍ଥାନ ନେଇ ପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମମତାଙ୍କ ଡାହାଣୀ ପ୍ରକୃତି’

ବାଲିଆ,୧୫ା୧: ଉତ୍ତରପ୍ରଦେଶସ୍ଥିତ ବାଲିଆ ବିଧାୟକ ସୁରେନ୍ଦ୍ର ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡାହାଣୀ ସହ ତୁଳନା କରି ପୁଣି ବିବାଦୀୟ ହୋଇଛନ୍ତି। ସୁରେନ୍ଦ୍ର କହିଛନ୍ତି,...

ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲକ୍ଷ୍ନୌ,୧୬।୬: ଉତ୍ତରପ୍ରଦେଶର ସାମଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ତଥା ଲୋକ ସଭା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଗତ କିଛି...

ନାବାଳିକା ଶାଳୀଙ୍କୁ ଦୁଇ ବରଙ୍କୁ ବିକି ଦେଲେ ଭିଣୋଇ

ଭୋପାଳ,୨୯ା୧୨: ଜଣେ ଭିଣୋଇ ତାଙ୍କ ନାବାଳିକା ଶାଳୀଙ୍କୁ ବିବାହ ନାଁରେ ଦୁଇ ଦୁଇଟି ବରଙ୍କୁ ବିକ୍ରି କରିଦେବା ମହଙ୍ଗା ପଡ଼ିଛି। ଏହି ଘଟଣା ଜଣାପଡିବା ପରେ...

ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ୪ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ୪ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୋସିଓଲୋଜି ବିଭାଗର ଜଣେ ଛାତ୍ର କରୋନା ସଂକ୍ରମିତ ହେବାର...

ବାତ୍ୟା ‘ବାୟୁ’ର ପ୍ରଭାବ: ବାଟ ହୁଡ଼ିଲା ମୌସୁମୀ; ୧୨ ବର୍ଷ ପରେ ପୁଣି ବିଳମ୍ବିତ

ନୂଆଦିଲ୍ଲୀ,୧୯।୬: ସାମୁଦ୍ରିକ ଝଡ଼ ବାୟୁର ପ୍ରଭାବରେ ଚଳିତ ବର୍ଷ ମୌସୁମୀ ବାଟ ହୁଡ଼ିଛି। ୧୨ ବର୍ଷ ପରେ ପୁଣିଥରେ ମୌସୁମୀ ବିଳମ୍ବିତ ହୋଇଥିବା ଭାରତୀୟ ପାଣିପାଗ...

ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା: ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ସାଧାରଣ ଜନତା, ସରକାରୀ ଅଧିକାରୀଙ୍କ ଉପରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନାର ମୁକାବିଲା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ସଚେତନତା ସତ୍ତ୍ୱେ ଅନେକେ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି...

ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା

ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା...

ଭୁବନେଶ୍ୱରରୁ ୪ କରୋନା ପଜିଟିଭ ଚିହ୍ନଟ: ୩ ପୁରୁଷ, ଜଣେ ମହିଳା

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୧୪୬ କରୋନା ପଜିଟିଭ ମଧ୍ୟରୁ ଭୁବନେଶ୍ୱରର ୪ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣ ଯୁବକ ଥିବାବେଳେ...

Advertisement
Archives

Model This Week