ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ

ମୁନିଗୁଡ଼ା,୬ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଲାଗି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସୋମବାର ଏହା ୧୩ ଦିନରେ ପହଞ୍ଚିଛି। ବହୁ ଲୋକ ଏହାକୁ ସମ୍ପୂର୍ଣ୍ଣ ଭାବେ ମାନୁଥିବା ବେଳେ ଆଉ କେତେକ ଅମାନିଆ ହୋଇ ରାସ୍ତାରେ ବୁଲୁଛନ୍ତି। ତେବେ ଏହାକୁ କଡ଼ାକଡି ଭାବେ ପାଳନ କରିବାକୁ ମୁନିଗୁଡ଼ା
ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନିର୍ଦ୍ଦେଶରେ ମୁନିଗୁଡାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ବିନା କାରଣରେ ବୁଲୁଥିବା ଲୋକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଜଣାପଡ଼ିଛି l ସେହିପରି ପୂର୍ବାହ୍ନ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଦୋକାନଗୁଡିକରେ ଲୋକେ ଭିଡ଼ ଜମାଇବା ସହ ସାମାଜିକ ଦୂରତା ରକ୍ଷା କରୁ ନ ଥିବାରୁ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼ ଓ ବିଡିଓ ଦିଲ୍ଲୀପ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡ଼ାର ୭ଟି ସ୍ଥାନରେ ପରିବା ଦୋକାନକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ ହୋମଗାର୍ଡ ପ୍ଲାଟୁନ କମାଣ୍ଡର ସନ୍ତୋଷ ପାଢ଼ୀଙ୍କ ନେତୃତ୍ୱରେ ଏକ ହୋମଗାର୍ଡ ଟିମ୍‌ ଗଠନ କରାଯାଇ ସାଇକେଲ ଯୋଗେ ସାହି ସାହି ବୁଲି ଲୋକମାନଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର: ଅସୁସ୍ଥ ମା’-ବାପାଙ୍କ ପାଇଁ କିଣିହେଉନି ଔଷଧ

କଟକ ଅଫିସ,୭।୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ...

ପାଠପଢ଼ା ସ୍ଥିତି ପରଖିଲେ ଗଣଶିକ୍ଷାମନ୍ତ୍ରୀ : ବିଜେବିରେ ଯୁକ୍ତ ୨ ଖୋଲିବାକୁ ପ୍ରସ୍ତାବ

ଖୋର୍ଦ୍ଧା ଅଫିସ/ଯାଁଳା/ବେଗୁନିଆ,୧୧ା୧(ଡି.ଏନ୍‌.ଏ.): ରାଜ୍ୟ ସରକାର ଦୀର୍ଘ ୯ମାସ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ କୋଭିଡ୍‌ କଟକଣାରେ ସ୍କୁଲ ଖୋଲିଛନ୍ତି। ପାଠପଢ଼ା କିପରି...

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ, ହତ୍ୟା ସନ୍ଦେହ

ଚୌଦାର,୧ା୬(ଡି.ଏନ୍‌.ଏ): ୫୫ନଂ. ଜାତୀୟ ରାଜପଥ ଚୌଦାର ନୁନଟିକିରି ଛକ ନିକଟରେ ଏକ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଚୌଦାର ପୋଲିସ ଜବତ କରିଛି। ମୃତକ ହେଲେ...

ଆକାଶବାଣୀର ପୂର୍ବତନ ଘୋଷକ ବସନ୍ତ ପଟ୍ଟନାୟକଙ୍କ ପରଲୋକ

ଆଠଗଡ଼,୧୪।୧୦(ସ୍ବ.ପ୍ର.): ଆକାଶବାଣୀ ଖବର ପଢୁଛନ୍ତି ବସନ୍ତ ପଟ୍ଟନାୟକ। ସତୁରି ଦଶକର ଏହି ଗୁରୁଗମ୍ଭୀର କଣ୍ଠସ୍ବର ଆଜି ନିରବୀ ଯାଇଛି। ବସନ୍ତ ଆକାଶବାଣୀ ନୂଆଦିଲ୍ଲୀ ସମ୍ବାଦ ବିଭାଗର...

ଛୋଟ ପ୍ରୟାସ ସୃଷ୍ଟି କଲା ଆଦର୍ଶ ପ୍ରୟାସ

ପାରାଦୀପ,୨୫ା୬(ସ୍ବ.ପ୍ର.): କର୍ମମୟ ଜୀବନରୁ ସମୟ ମିଳିଲେ ଜମୁଥିଲା ଖଟି। ହେଲେ ହଠାତ୍‌ ବଦଳିଗଲା ଜୀବନର ରାସ୍ତା। ଦୁର୍ଘଟଣାରେ ଗୁରୁତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ...

ସରସହୀନ ଶାରଦୀୟ ମହୋତ୍ସବ

କାମାକ୍ଷାନଗର, ୨୫।୧୦ (ସୁଧୀର କୁମାର ପରିଡ଼ା): ମା’ ଆସିଛନ୍ତି। ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଲେ କାହାରି ମନରେ ଅଛି ଉତ୍ସାହ ନା ଉଦ୍ଦୀପନା। ଦେବୀ-ଶ୍ରଦ୍ଧାଳୁଙ୍କ ମଧ୍ୟରେ...

ଶୀତଳଷଷ୍ଠୀ ଯାତ୍ରା ଲାଗି ଧାର୍ଯ୍ୟ ହେଲା ଲଗ୍ନ

ବରପାଲି,୨୬।୪: ବରଗଡ଼ ଜିଲା ବରପାଲିରେ ଚଳିତ ବର୍ଷ ୧୪୫ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ କରାଯିବ। ଏନେଇ ସ୍ଥାନୀୟ ନୃପରାଜ କ୍ଲବ ପରିସରରେ ଯାତ୍ରା...

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳାକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କ ଅନଶନ

ସଜନାଗଡ଼,୫।୫(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ ପ୍ରତିବାଦରେ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ...

Advertisement
Archives

Model This Week