ଲକ୍‌ଡାଉନ୍‌ ପରେ ବି ଚାଲି ଚାଲି ଘରକୁ ଫେରିବାକୁ ଚାହୁଁଛନ୍ତି ଲୋକେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣକୁ ରୋକିବାକୁ ସାରା ବିଶ୍ୱ ଏକ ପ୍ରକାର ଲକ୍‌ ଡାଉନ୍‌ ହୋଇଯାଇଛି। ଭାରତ ଏବେ ଏହି ଲକ୍‌ଡାଉନ୍‌ ମାଧ୍ୟମରେ କରୋନା ସହ ଲଢି ପାରିବ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ବାହାର ରାଜ୍ୟରେ ଥିବା ଦିନ ମଜୁରିଆ କୌଣସି ମତେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। କାରଣ ବାହାର ରାଜ୍ୟରେ ସେମାନଙ୍କୁ ଖାଦ୍ୟପାନୀୟ ମିଳିବାରେ ସମସ୍ୟା ଉପୁଜୁଥିବା ଦର୍ଶାଇ ସେମାନେ ଘରକୁ ଫେରିବାକୁ ଚାହୁଛନ୍ତି। ଶନିବାର ଲକ୍‌ଡାଉନକୁ ୪ଦିନ ହୋଇଥିବା ବେଳେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ହେଲେ ଏଠାରେ ଥିବା ଶ୍ରମିକମାନେ ଦିଲ୍ଲୀ ଛାଡି ଚାଲି ଆସିବାକୁ ଚାହୁଁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଶନିବାର ସେମାନଙ୍କ ପାଖକୁ ଯାଇ ଦିଲ୍ଲୀ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ ବୋଲି ମଧ୍ୟ ସିସୋଡିଆ କହିଛନ୍ତି। ସେପଟେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନେ ଲକ୍‌ଡାଉନକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଏଠାରେ ମଧ୍ୟ ଶତାଧିକ ଲୋକ ନିଜ ନିଜ ଘରକୁ ଫେରିବାକୁ ରୁଣ୍ଡ ହୋଇଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଠିରେ ଛୁରୀ ମାରୁଥିବା ଲୋକ ଆମର ‘ଗୁରୁ’ ହୋଇପାରିବେନି: ଶିବସେନା

ମୁମ୍ବାଇ,୨୧ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗିତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିଜର...

ଧାରଣା ଦେଉଥିବା ୮ ଏମ୍‌ପିଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପବାଚସ୍ପତି ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ଶୃଙ୍ଖଳା ଭଙ୍ଗ କରିଥିବାରୁ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି। ଏମ୍‌ପିମାନେ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ...

ଏନ୍‌ଇଇଟି ରିଜର୍ଭେଶନ ମାମଲା: ସଂରକ୍ଷଣ ନୁହେଁ ମୌଳିକ ଅଧିକାର, କହିଲେ ଏସ୍‌ସି

ନୂଆଦିଲ୍ଲୀ, ୧୧।୬: ତାମିଲନାଡୁ ଏନ୍‌ଇଇଟି ରିଜର୍ଭେଶନ ମାମଲାରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଗୁରୁବାର କହିଛନ୍ତି ଯେ, ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏନ୍‌ଇଇଟି ପୋଷ୍ଟ ଗ୍ରାଜୁଏଶନ୍‌ ମାମଲାର...

କରୋନା ହାହାକାର : ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ନୂଆଦିଲ୍ଲୀ,୧୪।୪: ଦେଶରେ ଏପ୍ରିଲ୍‌ ୭ ଠାରୁ ୧୩ ମଧ୍ୟରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୫୫୦ରେ ପହଞ୍ଚିଛି। ପ୍ରତିଦିନ ଲକ୍ଷେରୁ...

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ...

ସେୟାର ବଜାରରେ ମୋଦି ଲହର୍‌ ଜାରି: ସେନସେକ୍ସ ୪୦ ହଜାର ଟପିଲା

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ୍‌ ଶପଥ ନେବାର ଦିନକ ପରେ ଭାରତୀୟ ଷ୍ଟକ୍‌ ବଜାରରେ ଖୁସିର ଲହରୀ ଖେଳିଯାଇଛି। ଶୁକ୍ରବାର...

ପ୍ରେମିକାଙ୍କ ଘର ଆଗରେ ଜଳିଲା ପ୍ରେମିକଙ୍କ ଜୁଇ

ମୁଜାଫରପୁର,୨୬।୭: ଦିନେ ପ୍ରେମିକାଙ୍କୁ କହିଥିଲେ, ତୁମ ଘର ଆଗରେ ଗୋଟିଏ ଘର କରିବି, କିନ୍ତୁ ଭାଗ୍ୟର ବିଡମ୍ବନା ସେହି ପ୍ରେମିକାଙ୍କ ଘର ଆଗରେ ତାଙ୍କ ଚିତା...

CORONAVIRUS UPDATE: ବାଲେଶ୍ୱରରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ୧୭୫ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୪ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ...

Advertisement


Archives

Model This Week