ଲକ୍‌ଡାଉନ୍‌ ପରେ କଳାବଜାର ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଥିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ଫାଇଦା ଉଠାଉଛନ୍ତି କେତେକ ଅସାଧୁ ବ୍ୟବସାୟୀ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ନେଇ ବ୍ୟବସାୟୀମାନେ ଗୁଜବ ସୃଷ୍ଟି କରୁଛନ୍ତି। ଭୟରେ ଲୋକେ ବଜାରରୁ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ସଂଗ୍ରହ କରିଛନ୍ତି। ସିମନବାଡ଼ି ଅଞ୍ଚଳରେ ଥିବା ଗ୍ରାମୀଣ ବିତରକଙ୍କ ଠାରେ ରନ୍ଧନ ଗ୍ୟାସ ମିଳୁ ନ ଥିବା ବେଳେ ଏହାର କଳାବଜାର ହେଉଥିବା ଅଭିଯୋଗ ହୋଇଥିଲା। ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଡିଲରଙ୍କ ନିକଟରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ସିମନବାଡ଼ି ବିତରକଙ୍କ ନକିଟରେ ଅଭାବ ପଡ଼ିଥିବାରୁ ସେ ଦାରିଙ୍ଗବାଡ଼ି ବିତରକଙ୍କଠାରୁ ଆଣି ଲୋକଙ୍କୁ ଯୋଗାଇ ଦେଇଥିବା ଜଣାପଡ଼ିଥିଲା। କଳାବଜାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି। ସେହିପରି ଜିଲା ବାହାରୁ ପନିପରିବା ଆଣି ଦାରିଙ୍ଗବାଡ଼ି ଅଞ୍ଚଳରେ କିଛି ବ୍ୟବସାୟୀ ବିକ୍ରି କରୁଥିବା ବେଳେ ଚଢ଼ା ଦରରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଡାଲି,ଚାଉଳ,ଆଳୁ, ପିଆଜ, ତେଲ ଭଳି ଜରୁରୀ ସାମଗ୍ରୀର କିଭଳି କଳାବଜାର ହେବ ନାହିଁ ସେନେଇ ବ୍ୟବସାୟୀମାନଙ୍କୁ ଏସ୍‌ଡିପିଓ ଦାଗିଦ୍‌ କରିଛନ୍ତି। ରାଜ୍ୟରେ ରାଶନ ସାମଗ୍ରୀର ଅଭାବ ନାହିଁ। ଏଣୁ କଳାବଜାରକୁ ରୋକାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଆରବିଏନ୍‌ ଷଷ୍ଠ ବାଟାଲିୟନରୁ ଜଣେ କରୋନା ପଜିଟିଭ୍‌: ୨ ଗ୍ରାମ ୭୨ଘଣ୍ଟା ଶଟଡାଉନ

ଖୋର୍ଦ୍ଧା,୨୬।୭: ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ନାଲିପଡା ଅର୍ଜୁନପୁର ପଞ୍ଚାୟତ ଅନ୍ତର୍ଗତ ଆଇଆରବିଏନ୍‌ ଷଷ୍ଠ ବାଟାଲିୟନରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ସରପଞ୍ଚ ଜିଲାପାଳ...

‘ଧରିତ୍ରୀ’ ପ୍ରଭାବ: ଶୁଚିସ୍ମିତାଙ୍କୁ ମିଳିଲା ସରକାରୀ ସହାୟତା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ କଳାଶୁଣୀ ଅଞ୍ଚଳର ଊର୍ମିଳା ଓ ନରହରି ପଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଶୁୁଚିସ୍ମିତାଙ୍କୁ ସରକାରୀ ଓ...

ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ...

ଅଭିଯୋଗ ନ ଶୁଣିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ପୁରୁଣା ବଜାରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପୋଲିସ ଅଭିଯୋଗ ନ ଶୁଣିବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ।...

ବର୍ଷା ନାହିଁ, ଚାଷ କାର୍ଯ୍ୟରେ ବାଧା ଚାଷୀକୂଳ ହତାଶ

ତେଲକୋଇ, ୧୬।୭(ଡି.ଏନ.ଏ.)-ତେଲକୋଇ ବ୍ଲକର ଚାଷୀ ମାନେ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। ତେବେ ମୌସୁମୀ ବର୍ଷାର ଅଭାବ ଯୋଗୁଁ ୯୦ପ୍ରତିଶତ...

ରାଜସ୍ବ ବିଭାଗରେ ମୋ’ ସରକାର ବିଫଳ: ବନ୍ଦ ହେଉନି ମେଶିନରେ ବାଲି ଉତ୍ତୋଳନ, ଜୀବିକା ହରାଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୮।୩: ରାଜସ୍ବ ଓ ପ୍ରାକୃତିକ ବିପଯର୍ର୍‌ୟୟ ପରିଚାଳନା (ଆରଆଣ୍ଡଡିଏମ୍‌) ବିଭାଗ ଗତ ୨୬ତାରିଖଠାରୁ ମୋ’ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। ହେଲେ ଏଯାଏ ମୋ’ ସରକାର...

ଜଙ୍ଗଲରେ ନାବାଳିକାଙ୍କ ମୃତଦେହ

ସୋରଡା,୨୦ା୯(ଡି.ଏନ୍‌.ଏ.)- ସୋରଡା-ଅସୁରବନ୍ଧ ବାଉଁଶିଆ ଜଙ୍ଗଲରେ ଜଣେ ନାବାଳିକାଙ୍କ ମୃତଦେହ ପଡିଥିବା ଖବର ପାଇ ସୋରଡା ତାନା ଅଧିକାର ପ୍ରଭାତ ସାହୁ, ବଡଗଡ ଥାନା ଅଧିକାରୀ ପ୍ରତାପ...

ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ୍‌,୭ା୬- ମଡର୍ଣ୍ଣ ୟୁଥ୍‌ କ୍ଲବ ତରଫରୁ ତଥା ବିଏମ୍‌ସି ସହଯୋଗରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଯାପିତ...

Advertisement
Archives

Model This Week