ଲକ୍‌ଡାଉନ୍‌ କଟକଣା ଆହୁରି କୋହଳ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଆଗକୁ ଲକ୍‌ଡାଉନ ବଢ଼ିବ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ଏଭଳି ସମୟରେ ଲକ୍‌ଡାଉନ କଟକଣାକୁ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ସବୁ ଜିଲାର ଆର୍ଥିକ ସ୍ଥିତିର ସମୀକ୍ଷା କରିଥିଲେ। କରୋନା ବିରୋଧରେ ଲଢ଼େଇ ଏକ ଲମ୍ବା ସଂଗ୍ରାମ। ଅଜଣା ଶତ୍ରୁ ବିରୋଧରେ ଏହା ଏକ ଅଜଣା ଯୁଦ୍ଧ। ସ୍ଥିତିକୁ ଲକ୍ଷ୍ୟକରି ରଣନୀତି ବଦଳାଇବାର ଆବଶ୍ୟକତା ରହିଛି। ତେଣୁ ଗ୍ରାମାଞ୍ଚଳ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବାକୁ ଜିଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଆସନ୍ତା ୩ ତାରିଖ ପରେ ଅନ୍ୟ ରାଜ୍ୟଗୁଡ଼ିକରେ ଅଟକି ରହିଥିବା ଓଡ଼ିଆଙ୍କୁ ଫେରାଇ ଅଣାଯିବ। ସେମାନଙ୍କ ଲାଗି ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟର ଏବଂ ମେଡିକାଲ କ୍ୟାମ୍ପରେ ବ୍ୟବସ୍ଥା ନିଶ୍ଚିତ କରାଯାଉ। ମହିଳା ଓ ପୁରୁଷଙ୍କ ଲାଗି ଭିନ୍ନଭିନ୍ନ ବ୍ୟବସ୍ଥା କରାଯାଉ। ସେହିପରି କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ସାର, ବିହନର ପରିବହନ ସହିତ ବିକ୍ରିବଟା ଆଦିକୁ କଟକଣାମୁକ୍ତ କରାଯାଇଥିବା ସେ ଜିଲାପାଳଙ୍କୁ କହିଛନ୍ତି। ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଏବଂ ଗ୍ରାମୀଣ ପାଇପ ଜଳ ଯୋଗାଣ ବିଭାଗ କାର୍ଯ୍ୟ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକଣାମୁକ୍ତ କରାଯାଇଛି। ଏଥିଲାଗି ଶ୍ରମିକମାନଙ୍କ ଯାତାୟାତ ସହ ମାଲ ପରିବହନ ଲାଗି କୌଣସି କଟକଣା କରାଯିବ ନାହିଁ। କେନ୍ଦୁପତ୍ର ତୋଳିବା, ସଂଗ୍ରହ ସହିତ ଚାରାରୋପଣ, ଜଙ୍ଗଲ ସୃଷ୍ଟି ଏବଂ ନର୍ସରି ଆଦି କାର୍ଯ୍ୟକୁ କଟକଣା ମୁକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ଥିବା କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନଗୁଡିକ ସହିତ ବିଭିନ୍ନ ଶିଳ୍ପାଞ୍ଚଳରେ ପୂର୍ଣ୍ଣ କାର୍ଯ୍ୟକଳାପ ଓ ଉତ୍ପାଦନ ପ୍ରକ୍ରିୟାକୁ କଟକଣାମୁକ୍ତ କରିବାକୁ ଶିଳ୍ପ ସଚିବ ହେମନ୍ତ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ଜିଲାରେ ପରିବହନ, ଶିଳ୍ପ ଓ ବ୍ୟବସାୟିକ ସଂଘଗୁଡ଼ିକ ସହିତ ବୈଠକ କରି ସବୁ କ୍ଷେତ୍ରରେ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଜିଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭୟ ଯୋଗୁ ଗ୍ରାମାଞ୍ଚଳରେ କରାଯାଇଥିବା ବ୍ୟାରିକେଡ୍‌ ହଟାଯିବ। ମାଲ ପରିବହନ ଓ ଶ୍ରମିକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି କରୁଥିବାରୁ ଏହାକୁ ହଟାଯିବ। କେବଳ ସଂକ୍ରମଣ ନିରୋଧ ଓ ଆବଦ୍ଧ ଅଞ୍ଚଳରେ ବ୍ୟାରିକେଡ୍‌ ରହିବ। ପ୍ରଶାସନକୁ ଛାଡ଼ି କେହି ହେଲେ କୌଣସି ସ୍ଥାନରେ ବ୍ୟାରିକେଡ୍‌ ବସାଇପାରିବେ ନାହିଁ।
ଜିଲାରେ ଶ୍ରମିକ ଏବଂ ଠିକାଦାର ସମ୍ପୂର୍ଣ୍ଣ ଯାତାୟାତ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିଥିବା କାରଖାନାର କର୍ମଚାରୀଙ୍କ ଯାତାୟାତକୁ କଟକଣାମୁକ୍ତ କରାଯିବ। ବିଭିନ୍ନ କମ୍ପାନୀ ନିଜ ବସ୍‌ରେ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇପାରିବେ। ହେଲେ ଉକ୍ତ ବସ୍‌ର ସିଟ୍‌ ସଂଖ୍ୟାର ୪୦ଭାଗରୁ ଅଧିକ ପୂରଣ ହୋଇପାରିବ ନାହିଁ। ଏମ୍‌ଜିଏନ୍‌ଆରିଜିଏସ୍‌ କାର୍ଯ୍ୟ ବଢ଼ାଇବା ସହ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri