ଲକ୍‌ଡାଉନ୍‌ରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌ ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଏକୁଟିଆ ରହୁଥିବା ପରିବାର ସଦସ୍ୟ ଅଧିକ ବିସାଦ ଗ୍ରସ୍ତ ହୋଇପଡ଼ିଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଇଆଇଏମ୍‌ ଇନ୍ଦୋରରେ ହୋଇଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, କରୋନା ସଙ୍କଟ ସମୟରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା ସୃଷ୍ଟି ହୋଇଛି। ଯୌଥ ପରିବାରରେ ସଦସ୍ୟମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ଯୋଗୁ ସେମାନେ ଅବସାଦ ମୁକ୍ତ ରହିଛନ୍ତି। ଲକ୍‌ଡାଉନ୍‌ ସମୟରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ହୋଇଛି। ଫଳରେ ଦେଶରେ ପ୍ରତିଦିନ ୧୫ରୁ ୧୮ ହଜାର ଟିବି ଡାଟା ବ୍ୟବହୃତ ହୋଇଥିବା ରିପୋର୍ଟରେ କୁହାଯାଇଛି। ସର୍ବାଧିକ ଲୋକ ୟୁଟ୍ୟୁବ୍‌ ଏବଂ ଓ୍ବେବ୍‌ ସିରିଜ୍‌ ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରିଛନ୍ତି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାର ଲକ୍‌ଡାଉନ୍‌ରେ ଦୁଇଗୁଣା ବଢ଼ିଛି। ରାଜସ୍ଥାନରେ ସବସ୍କ୍ରାଇବରଙ୍କ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ପାଇଛି। ଲୋକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଏବଂ ଭର୍ଚୁଆଲ୍‌ ମିଟିଂରେ ଇଣ୍ଟରନେଟ୍‌ ବ୍ୟବହାର କରିଛନ୍ତି। ଏଥିପାଇଁ ୫୦-୬୦ ପ୍ରତିଶତ ବ୍ରୋଡବ୍ୟାଣ୍ଡ ବ୍ୟବହାର କରିଥିବାବେଳେ ୪୦ ପ୍ରତିଶତ ମୋବାଇଲ୍‌ ଇଣ୍ଟରନେଟ୍‌କୁ ପ୍ରାଥମିକତା ଦେଇଛନ୍ତି। ଲକ୍‌ଡାଉନ୍‌ରେ ଦେଶରେ ଅନ୍‌ଲାଇନ୍‌ ଶିକ୍ଷା ବଜାର ୧୫୦ କୋଟି ଟଙ୍କାରେ ପହଞ୍ଚିଛି। ଏହି କ୍ଷେତ୍ରରେ ୯୫ ଲକ୍ଷ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ାରେ ଯୋଗ ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଇନ୍ଦୋର ଆଇଆଇଏମ୍‌ର ପ୍ରଫେସର ଯତିନ୍‌ ପାଣ୍ଡେ ଏବଂ କଲୋନେଲ୍‌ ଗୁରୁରାଜ ଗୋପିନାଥ ପାମିଡ଼ିଙ୍କ ଦ୍ୱାରା ଏହି ସର୍ଭେ ସମ୍ପନ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଆଗରେ ଜମାକାରୀଙ୍କ ଭିଡ଼: ଜମାଖାତାରୁ ଟଙ୍କା ଗାଏବ ଗୁଜବ

ଗୋପ,୧୬ା୪(ଡି.ଏନ.ଏ): କରୋନା ମହାମାରୀକୁ ନେଇ ଏବେ ସାରା ରାଜ୍ୟରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାଖାତାରୁ ସରକାର ଟଙ୍କା ଉଠାଇ ନେଉଥିବା...

କରୋନା ଭୂତାଣୁ ନମୁନା ଚିହ୍ନଟରେ ଭାରତ ପଞ୍ଚମ ରାଷ୍ଟ୍ର

ନୂଆଦିଲ୍ଲୀ,୧୫ା୩ : ମାନବ ଶରୀର ବାହାରେ କରୋନା ଭୂତାଣୁକୁ ସଫଳତାର ସହ ଚିହ୍ନଟ କରି ଅଲଗା କରିବାରେ ଭାରତ ପଞ୍ଚମ ରାଷ୍ଟ୍ର ବୋଲି କୁହାଯାଉଛି। ପୂର୍ବରୁ...

‘ମନ୍‌ କି ବାତ୍‌’ ବେଳେ ଥାଳି ମାଡ଼

ନୂଆଦିଲ୍ଲୀ, ୨୮।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’...

୫ହଜାର ଟଙ୍କାରେ ୩ ଦେଶ ଭ୍ରମଣ

ଲଣ୍ଡନ: ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ଏହା ଯୋଗାଡ଼ କରିନିଅନ୍ତି। କିନ୍ତୁ ନିକଟରେ ଜଣେ...

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ...

ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା

ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ...

ମଦ ପିଇବାକୁ ମନାକରିବାରୁ ଯବାନଙ୍କୁ ପିଟିଲେ ଆର୍ମି ମେଜର

ପୁଣେ, ୧୦।୬: ସାଙ୍ଗ ହୋଇ ମଦ ପିଇବାକୁ ମନାକରିବାରୁ ଜଣେ ଯବାନଙ୍କୁ ପିଟିଛନ୍ତି ଆର୍ମି ମେଜରଙ୍କ ସହ ତିନି ଯବାନ। ପୁଣେର ଅର୍ଦ୍ଧ ସୈନ୍ୟ ଷ୍ଟେଶନ...

୨ କି.ମି. ଲମ୍ବା ଟ୍ରେନ୍‌

ସ୍ବିଜରଲାଣ୍ଡର ଟ୍ରେନ୍‌ ଯାତ୍ରା ବେଶ୍‌ ମନୋରମ। ନିକଟରେ ଏହି ରେଳସେବା ୧୭୫ ବର୍ଷ ପୂରଣ କରିଛି। ଆଉ ଏହି ଅବସରରେ ଏଠାକାର ରେଳ କମ୍ପାନୀ ତିଆରି...

Advertisement
Archives

Model This Week