ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ
ବଲାଙ୍ଗୀର ଅଫିସ, ୧୬ା୪- କରୋନା ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବଲାଙ୍ଗୀର ସହର ଓ ଜିଲାର ବିଭିନ୍ନ ସ୍ଥାନରେ ଚୋର ଦେଶୀ ଓ ବିଦେଶୀ ମଦ ବେପାର ଜୋରସୋର ଚାଲିଥିବା ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ୍‌, ଭାଟି, ବାର୍‌ ସେଣ୍ଟର ସମେତ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି। ତେବେ ସହରର କେତେକ ବିଦେଶୀ ମଦ ଦୋକାନ ଓ ବାର୍‌ ସେଣ୍ଟର ଥିତ୍ବା ହୋଟେଲରେ ବେଆଇନ୍‌ ଭାବେ ମଦ କାରବାର ଚାଲିଥିଲା। ବାହାର ପଟୁ ଉକ୍ତ ମଦ ଦୋକାନ ଓ ବାର୍‌କୁ ସିଲ୍‌ କରାଯାଇଥିଲେ ମଧ୍ୟ ଭିତର ପଟୁ ବେପାର ଚାଲିଥିଲା। ଏ ନେଇ ଅବଗତ ଥାଇ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କିଛି ବି ବିହିତ ପଦକ୍ଷେପ ନିଆଯାଇ ନ ଥିଲା। କେବଳ ନାମକୁ ମାତ୍ର ମଦ ଦୋକାନ ଗୁଡିକୁ ସିଲ୍‌ କରାଯାଇଛି କୁହାଯାଇଥିଲା। ଲକ୍‌ଡାଉନ୍‌ ସମୟରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୁନ୍‌ଶାନ୍‌ ରହୁଥିବାରୁ ମଦ ବେପାରୀମାନେ ବିନା ବାଧାରେ ବେପାର ଜମାଇଥିଲେ। ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ଚଢ଼ା ଦରରେ ବିକ୍ରିକରି ଲକ୍ଷାଧିକ ଟଙ୍କା ମୁନାଫା କରିଛନ୍ତି। ସହରର ରେଲୱେ ଷ୍ଟେଶନ୍‌ ଛକ, ରମାଇ ଟକିଜ୍‌ ରାସ୍ତା, ଭାଗିରଥି ଛକ, ବିଜାଖମନ୍‌ ନିକଟରେ ଥିବା ମଦ ଦୋକାନ ଓ ବାର୍‌ରେ ଜୋରସୋର ମଦ ବିକ୍ରି ଚାଲିଥିଲା। ଗତ ୨୨ ଦିନର ଲକ୍‌ଡାଉନ୍‌ ଭିତରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ ସହରର କୌଣସି ଗୋଟିଏ ବାର୍‌ ବା ମଦ ଦୋକାନରେ ଚଢ଼ାଉ କରିପାରିନଥିଲା। ତେବେ ପୋଲିସ ଗୁରୁବାର ରେଲୱେ ଷ୍ଟେଶନ୍‌ ଛକ ନିକଟ ଇନ୍ଦ୍ରପ୍ରସ୍ଥ ହୋଟେଲ ଓ ବାର୍‌ରେ ଅତର୍କିତ ଚଢ଼ାଉ କରିବା ପରେ ସେଠାରୁ ବିଭିନ୍ନ ବ୍ରାଣ୍ଡର ୮୦ ବୋତଲ ବିଦେଶୀ ମଦ ଜବତ କରିବା ସହ ଜଣେ କର୍ମଚାରୀ ମହେଶ୍ୱର ରଥ (୩୬)ଙ୍କୁ ପୋଲିସ ଗିରଫ କରିଛି। ଏହି ବେଆଇନ୍‌ ମଦ ବିକ୍ରି ଘଟଣାରେ ଇନ୍ଦ୍ରପ୍ରସ୍ଥ ହୋଟେଲ ମାଲିକ ରାମ ଦାଶ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଟାଉନ୍‌ ଥାନାରେ ଏକ ମାମଲା(୧୮୫/୨୦) ରୁଜୁ କରାଯାଇଥିତ୍ବା ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଇନ୍ଦ୍ରପ୍ରସ୍ଥ ହୋଟେଲ ବାର୍‌ ବନ୍ଦ ଥିତ୍ବା କୁହାଯାଉଥିବାବେଳେ ସେଠାରେ ଏତେ ପରିମାଣର ବିଦେଶୀ ମଦ ଜବତ୍‌ ଘଟଣା ସହରର ଚୋର ମଦ ବେପାରକୁ ପ୍ରମାଣିତ କରିଛି। ପୋଲିସ ବିଭାଗ ପକ୍ଷରୁ ମଦ ଜବତ୍‌ କରାଯାଇଥିତ୍ବାବେଳେ ଅବକାରୀ ବିଭାଗର ଭୂମିକା ସନ୍ଦେହଜନକ ହୋଇପଡିଛି। ଏନେଇ ଅବକାରୀ ଭାରପ୍ରାପ୍ତ ଅଧିକ୍ଷକ ସିଦ୍ଧେଶ୍ୱର ବେଶ୍ରାଙ୍କୁ ପଚରାଯିବାରୁ ଆମେ ବିଭିନ୍ନ ମଦ ଦୋକାନକୁ ସିଲ କରିଛୁ, ପେଟ୍ରୋଲିଂ କରୁଛୁ। ଇନ୍ଦ୍ରପ୍ରସ୍ଥ ହୋଟେଲକୁ ଆମେ ଯାଇଥିଲୁ, ମାତ୍ର କିଛି ମିଳି ନ ଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

ଆଉ ୩ ଦିନ ପରେ ରାଜଯୋଗ: ୪ ରାଶିଙ୍କର ଫାଇଦା ହିିଁ ଫାଇଦା; ବଢିବ ଆୟ, ଚାକିରିରେ ପ୍ରମୋଶନ!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଓ ଯୁତିର ବିଶେଷ ମହତ୍ତ୍ୱ ରହିଛି। ଆଗାମୀ ଦିନରେ ଗୁରୁ ଓ ମଙ୍ଗଳଙ୍କ ଯୁତି ଯୋଗୁ କର୍କଟ…

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri