ଲକ୍‌ଡାଉନ୍‌ରେ ଗରିବ ପେଟର କଥା: ମାଗଣା ଭୋଜନ ପାଇଁ ସକାଳ ୬ରୁ ଲାଗୁଛି ଲମ୍ବା ଧାଡ଼ି

ନୂଆଦିଲ୍ଲୀ,୧୩।୪: କରେନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍‌ଡାଉନ୍‌ରେ ଜାରି ହୋଇଛି। ସ୍ବଚ୍ଛଳ ଲୋକଙ୍କ ପାଖରେ ଟଙ୍କା ଥିବାରୁ ଖାଇବାରେ ଅସୁବିଧା ହେଉ ନ ଥିବାବେଳେ ଦିନ ମଜୁରିଆ, ଶ୍ରମିକ ଏବଂ ବାରାବୁଲା ଆଦି ଦିନେ ଖାଇ ଦିନେ ଉପାସ ରହୁଥିବା ଗରିବଙ୍କ ଲାଗି ଉତ୍କଟ ଖାଦ୍ୟ ସମସ୍ୟା ଦେଖାଦେଇଛି। ଏପରିସ୍ଥଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାଗଣା ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ତେବେ ଏଠାରେ ମଧ୍ୟ କରୋନା ସହିତ ଯୁଝୁଥିବା ଭୋକିଲା ଲୋକଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ସଂଗ୍ରାମ କରୁଥିବାର ଦେଖାଯାଉଛି। ଗଣ୍ଡେ ମଧ୍ୟାହ୍ନ ଭୋଜନ ଲାଗି ଲୋକେ ସାମାଜିକ ଦୂରତାକୁ ବଜାୟୀ ରଖି ସକାଳ ୬ରୁ ଖରାରେ ଧାଡ଼ି ବାନ୍ଧୁଛନ୍ତି। ଖରା ବଢ଼ିଲେ ଲୋକେ ସାଙ୍ଗରେ ଆଣିଥିବା ବ୍ୟାଗ୍‌, ଥାଳି ଅବା ପ୍ଲାଷ୍ଟିକ୍‌ ପାତ୍ର ଧାଡ଼ିରେ ରଖି ନିକଟରେ ଥିବା ପ୍ରାଚୀର ଛାଇରେ ଯାଇ ଛିଡ଼ା ହୋଇ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଉତ୍ତର ଦିଲ୍ଲୀର ବାଦଲିଠାରେ ଥିବା ସରକାରୀ ସ୍କୁଲ ଆଗରେ ପୂର୍ବରୁ ଏଭଳି ୫୦୦ରୁ ଅଧିକ ଭୋକିଲାଙ୍କୁ ଦେଖିବାକୁ ମିଳୁଛି। ମାଗଣା ମଧ୍ୟାହ୍ନ ଭୋଜନ ମିଳୁଥିବା ଖବର ପାଇ ଏବେ ଏଠାରେ ୧୨,୦୦ରୁ ଅଧିକ ଲୋକଙ୍କ ଗହଳି ହେଉଥିବା କୁହାଯାଉଛି। ଦିଲ୍ଲୀରେ ଏଭଳି ୨୫,୦୦ ମାଗଣା ଖାଦ୍ୟ କେନ୍ଦ୍ର ଖୋଲା ଯାଇଛି। ତେବେ ବି ଭୋକିଲାଙ୍କ ପେଟ ପୁରାଇବାରେ ସରକାର ଅକ୍ଷମ। କରୋନା ସଙ୍କଟରେ ବି ସେମାନଙ୍କ ଆଖିରେ ଭରି ରହିଛି ଆଗାମୀ ଆଶାର ଉଜ୍ଜଳ ଆଲୋକ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri