Posted inଫୁରସତ

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ। ସେମିତି ଏକ ୟଟ୍‌ ହେଉଛି ଅର୍କୁପ୍‌। ୪,୩୦୦ ବର୍ଗ ଫୁଟ୍‌ର ଏହି ୟଟ୍‌ଟି ମଡର୍ନ ଭିଲ୍ଲା ପରି ଡିଜାଇନ୍‌ ହୋଇଛି। ବାହାରୁ ଦେଖିବାକୁ ଏହା ଏକ ଆଧୁନିକ ଘର ପରି। ଏହା ଏକ ହାଉସ୍‌ ୟଟ୍‌। ତେଣୁ ଏହା ଯେବେ ପାଣିରେ ଭାସେ ଲୋକେ ଦେଖି ତାଜୁବ ହୋଇଯାଆନ୍ତି। ଏହାମଧ୍ୟରେ ଚାରୋଟି ବେଡ୍‌ରୁମ୍‌, ଏକ ଲିଭିଂ ରୁମ୍‌, କିଚେନ୍‌, ବାଥରୁମ୍‌, ସୁଇମିଂ ପ୍ଲାଟଫର୍ମ, ସୋଲାର ପ୍ୟାନେଲ୍‌ରେ କଭର୍‌ ହୋଇଥିବା ଛାତ ଅଛି। ସୋଲାର ପ୍ୟାନେଲ ପାଇଁ ପ୍ରଚୁର ବିଦ୍ୟୁତ ଉପଲବ୍ଧ ହୋଇଥାଏ। ଏଥିରେ ବର୍ଷାଜଳ ପ୍ୟୁରିଫିକେସନ୍‌ ସିଷ୍ଟମ୍‌ ବି ରହିଛି। ତେଣୁ ସ୍ବଚ୍ଛ ମଧୁରଜଳ ପିଇବାକୁ ମିଳିଥାଏ। ଉକ୍ତ ୟଟ୍‌ ହାଉସ୍‌ ନ ଭାସି ଜଳରେ ସ୍ଥିର ହୋଇ ରହିବାକୁ ଚାହୁଁଥିଲେ ଏହାର ଚାରୋଟି ହାଉଡ୍ରୋଲିକ ପାଇଲିଂ ପଦ୍ଧତି ବ୍ୟବହାର କରି ତାକୁ ଜଳସ୍ତରରୁ ଉପରକୁ ଉଠାଇପାରିବେ। ଏମିତି କି ଏହାକୁ ଜଳସ୍ତରରୁ ୩୦ ଫୁଟ୍‌ ଉଚ୍ଚ ପର୍ଯ୍ୟନ୍ତ ଟେକି ହେବ। ଏହା ଅଧିକ ଦୂର ଯାଇପାରେନା। ଉକ୍ତ ହାଉସ୍‌ ୟଟ୍‌ର ମୂଲ୍ୟ ହେଉଛି ୫.୫ ମିଲିୟନ୍‌ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri