Posted inଖେଳ

ରୋହିତ ଶର୍ମାଙ୍କ ୨୯ତମ ଶତକ: ଜୟସୁରିୟାଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚରେ ୨୯ତମ ଶତକ ହାସଲ କରି ଶ୍ରୀଲଙ୍କାର ପୂର୍ବତନ ଓପନର୍‌ ସନତ ଜୟସୁରିୟାଙ୍କୁ ପଛରେ ପକାଇଛନ୍ତି। ଜୟସୁରିୟା ଏକଦିବସୀୟରେ ୨୮ଟି ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ରୋହିତ ୧୦୯ଟି ବଲରୁ ଶତକ ଅର୍ଜନ କରିଥିଲେ। ବିଜୟଲକ୍ଷ୍ୟ ୨୮୭ ରନ୍‌ର ପିଛା କରି ଭାରତୀୟ ଦଳ ପ୍ରାରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲା। ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ରାହୁଲ ୧୯ ରନ କରି ଆଉଟ ହୋଇଥିବାବେଳେ ରୋହିତ ୧୧୯ ରନ୍‌ କରିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରି ଖେଲୁଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୬ ରନ କରିଥିଲା। ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ୍‌ କରିଥିଲା। ତେଣୁ ଆଜିର ମ୍ୟାଚ୍‌ ଯିଏ ଜିତିବ ସିରିଜ୍‌ ସେ ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୟପୁର ଆକାଶ ମେଘୁଆ: ମ୍ୟାଚ ବାତିଲ ହେଲେ ପଏଣ୍ଟ ଭାଗ କରିବେ ଆରଆର-ଆରସିବି…

ଜୟପୁର,୧୪।୫ : ଆଇପିଏଲ ୨୦୨୩ ର ୬୦ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ...

ହାମିଲଟନ କୋଭିଡ୍‌ ପଜିଟିଭ୍‌

ସାଖୀର (ବାହାରିନ୍‌), ୨ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ୭ଥର ବିଶ୍ୱଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କର ପଜିଟିଭ୍‌ ଆସିଛି। ମର୍ସିଡିଜ୍‌ ଏଏମ୍‌ଜି ପେଟ୍ରୋନାସ୍‌ ଫର୍ମୁଲା ଓ୍ବାନ ଟିମ୍‌ ପକ୍ଷରୁ ଏକ...

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଏହି କ୍ରିକେଟର: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୭।୫: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ...

କୋଭିଡ-୧୯ ମହାମାରୀ: ବିଶ୍ୱକପ୍‌ ଫାଇନାଲ ଜର୍ସି ଦାନ କରିବେ ନିକୋଲ୍ସ

ଓ୍ବେଲିଂଟନ,୨।୫ (ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ତଥା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନେରୀ ନିକୋଲ୍ସ ଏବେ ଆଗକୁ...

ତୃତୀୟ ଦିନିକିଆ ବାତିଲ,୧-୦ରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ…

ଖ୍ରୀଷ୍ଟଚର୍ଚ୍ଚ,,୩୦।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଓଡିଆଇ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହା...

ସ୍ତ୍ରୀଙ୍କ ପାଇଁ ଭାରତ ଫେରିଲେ କୋହଲି

ଭାରତୀୟ କ୍ରିକେଟ ଦଳର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀରେ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା...

ଗିଲ୍‌ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

କଲମ୍ବୋ, ୧୬।୯: ଶୁବମନ ଗିଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଭାରତ ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ସୁପର-୪ ମ୍ୟାଚରେ ବାଂଲାଦେଶଠାରୁ...

ଟସ୍‌ ଜିତି ବୋଲିଂ ବାଛିଲେ କୋହଲି

ମୁମ୍ବାଇ,୨୨।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ବାଛିଛନ୍ତି। ଏଠାକାର ପିଚ୍‌ରେ...

Advertisement
Archives

Model This Week