Posted inଫୁରସତ

ରୋବୋ କରିବ ଗାର୍ଡେନିଂ

ଅତ୍ୟାଧୁନିକ ଜ୍ଞାନ କୌଶଳର ଅଗ୍ରଗତି ଫଳରେ ଆଜିକାଲି ସବୁ କାମ ଖୁବ୍‌ କମ୍‌ ସମୟରେ ଏବଂ ସହଜରେ କରାଯାଇପାରୁଛି। ଏଇ ଯେପରି ରେଷ୍ଟୁରାଣ୍ଟରେ ଆଜିକାଲି ଓ୍ବେଟରଙ୍କ କାର୍ଯ୍ୟ କରୁଛନ୍ତି ରୋବୋ। ସେହିଭଳି ନିକଟରେ ବ୍ରିଟିଶ ବୈଜ୍ଞାନିକମାନେ ଏଭଳି ଏକ ରୋବୋ ନିର୍ମାଣ କରିଛନ୍ତି, ଯିଏ କି ବଗିଚାରୁ ଫୁଲ ତୋଳିବାଠାରୁ ଆରମ୍ଭ କରି ଗଛକୁ ଟ୍ରିମ୍‌ କରିବା ସହ ଅନ୍ୟାନ୍ୟ ବଗିଚା କାମ କରିପାରୁଛି। ଏହାର ନାଁ ରଖାଯାଇଛି ‘ଟ୍ରିମ୍‌ବୋଟ୍‌’। ଏହି ରୋବୋରେ ମ୍ୟାପିଙ୍ଗ ଟେକ୍ନୋଲୋଜିର ଉପଯୋଗ କରାଯାଇଛି, ଯାହା କି ଆଖପାଖର ଦିଗ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଠିକ୍‌ ଦିଗରେ ଆଗକୁ ବଢିବା ପାଇଁ ଆଦେଶ ଦେଇଥାଏ। ଏଥିରେ ବିଭିନ୍ନ ପ୍ରକାରର ସେନ୍ସର, ୫ ଯୋଡା କ୍ୟାମେରା, ଫ୍ଲେକ୍ସିବଲ ହ୍ୟାଣ୍ଡ ଏବଂ କଟିଙ୍ଗ୍‌ ଟୁଲ୍‌ ସ୍ଥାପନ କରାଯାଇଛି, ଯାହା ସାହାଯ୍ୟରେ ରୋବୋ ଗଛରୁ ଫୁଲ ତୋଳିବା ସହ ଡାଳ ପତ୍ରକୁ ଅତି ସହଜରେ ଟ୍ରିମିଙ୍ଗ୍‌ କରିପାରୁଛି। ତେବେ ଏହି ରୋବୋ ଆଗାମୀ ଦିନରେ କୃଷି କ୍ଷେତ୍ରରେ କୃଷକମାନଙ୍କୁ ତଥା ଚଲାବୁଲାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ ଗାର୍ଡେନିଂ କରିବାରେ ବେଶ୍‌ ସହାୟକ ହେବ ବୋଲି ରୋବୋର ନିର୍ମାଣକର୍ତ୍ତା ଏଡିନବର୍ଗ ୟୁନିଭର୍ସିଟିର ଏକ ଟିମ୍‌ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri