Posted inଖେଳ

ରୋନାଲ୍‌ଡୋଙ୍କ ୯୯ତମ ଅନ୍ତର୍ଜାତୀୟ ଗୋଲ୍‌

ଲକ୍ସେମବର୍ଗ,୧୮ା୧୧(ଏଏଫପି)-ଲକ୍ସେମବର୍ଗ ବିପକ୍ଷରେ ୨-୦ଗୋଲରେ ବିଜୟ ହାସଲ କରି ପର୍ତ୍ତୁଗାଲ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୦ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ବ୍ରୁନୋ ଫର୍ନାଣ୍ଡିଜ ୩୯ତମ ମିନିଟ୍‌ରେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଖେଳ ଶେଷ ହେବାକୁ ଆଉ ୪ ମିନିଟ ସମୟ ବାକିଥିବାବେଳେ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଦଳ ପକ୍ଷରୁ ଦ୍ୱିତୀୟାର୍ଦ୍ଧ ଖେଳ ଶେଷ ଭାଗରେ ଅନ୍ୟ ଗୋଲଟିକୁ ସ୍କୋର କରିଥିଲେ। ଏହାଥିଲା ତାଙ୍କର ୯୯ତମ ଅନ୍ତର୍ଜାତୀୟ ଗୋଲ୍‌। ଆସନ୍ତାବର୍ଷ ହେବାକୁଥିବା ୟୁରୋ ୨୦୨୦ ପାଇଁ ପର୍ତ୍ତୁଗାଲ ୧୭ତମ ଦେଶ ଭାବେ ଯୋଗ୍ୟତା ଅର୍ଗନ କରିଛି। ଯୋଗ୍ୟତା ଅର୍ଜନ କରିଥିବା ପ୍ରମୁଖ ଦଳଗୁଡ଼ିକରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ, ସ୍ପେନ, ଇଟାଲି ଓ ଇଂଲଣ୍ଡ ରହିଛନ୍ତି। ରବିବାର ଏହି ବିଜୟ ଦ୍ୱାରା ପର୍ତ୍ତୁଗାଲ ଗ୍ରୁପ୍‌ ବି’ରେ ୟୁକ୍ରେନ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ୟୁକ୍ରେନ ସର୍ବିୟା ସହିତ ଏହାର ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରଖିଛି। ସୂଚନାଯୋଗ୍ୟ, ୧୯୯୩ରୁ ୨୦୦୬ ମଧ୍ୟରେ ୧୦୯ ଅନ୍ତର୍ଜାତୀୟ ଗୋଲ ସ୍କୋର କରି ଇରାନ ଷ୍ଟ୍ରାଇକର ଅଲି ଦାଇ ବିଶ୍ୱ ରେକର୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଇଚୁଙ୍ଗ ଭୂତିଆ ଷ୍ଟାଡିୟମ ଉଦ୍‌ଘାଟନରେ ବିଳମ୍ବ

ନୂଆଦିଲ୍ଲୀ, ୨୫ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀର ପ୍ରଭାବ ହ୍ରାସ ପାଇଲେ ଭାରତର ଅନ୍ୟତମ ମହାନ ଫୁଟ୍‌ବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କ ନାମରେ ତିଆରି କରାଯାଇଥିବା ଷ୍ଟାଡିୟମର ଉଦ୍‌ଘାଟନ...

ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ହିଟ୍‌ମ୍ୟାନ୍‌

କଲମ୍ବୋ,୧୦।୯: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ...

ସନ୍ୟାସ ଘୋଷଣା କଲେ ଏହି ତାରକା ଅଲରାଉଣ୍ଡର, ଦଳକୁ କରିଥିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନ

ନୂଆଦିଲ୍ଲୀ,୩୧।୮: ନ୍ୟୁଜିଲ୍ୟାଣ୍ଡର ତାରକା ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମେ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ...

ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌...

ଓ୍ବାଇଡ୍‌ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ

ନୂଆଦିଲ୍ଲୀ,୧୩।୧୧-  ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ...

ଓସାକା, ରୋଜର୍ସ କ୍ୱାର୍ଟର ଫାଇନାଲରେ

ନ୍ୟୁୟର୍କ, ୮।୯(ଏପି): ଜାପାନର ନାଓମି ଓସାକା ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟରରେ ସେ ଆନେଟ କୋଣ୍ଟାଭେଟଙ୍କୁ...

ବିରାଟ କୋହଲିଙ୍କ ବାର୍ଷିକ ଦରମା ଯେତେ, ପାକିସ୍ତାନ ଦଳର ସମସ୍ତ ଖେଳାଳି ନିଅନ୍ତି ସେତେ

ବିଶ୍ୱ କ୍ରିକେଟର୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରତିଦିନ ରନ ସ୍କୋର କରିବା ଏବଂ ନୂଆ ରେକର୍ଡ ସୃଷ୍ଟି କରିବାରେ ଆଗରେ ଥିବାବେଳେ ରୋଜଗାର କ୍ଷେତ୍ରରେ...

ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧।୨: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟ୍‌କା ଲାଗିଛି। ଆହତ ହୋଇଥିବା ଯୋଗୁ ଦଳର ମୁଖ୍ୟ ଦ୍ରୁତ ବୋଲର ମିଚେଲ...

Advertisement
Archives

Model This Week