ରୋଗ୍‌ ଛଡ଼େଇ ନେଲା କୁଲ୍‌ବୁର୍‌ତି: ସରକାରୀ ସାହାଯ୍‌ ଆଶ୍‌ରେ ରଙ୍କମଣି

ଗଣ୍ଡତୁରୁମ, ୨୯।୧ (ଡି.ଏନ୍‌.ଏ.)- କ୍ୟାନ୍‌ସର ଗୁଟେ ଅମାନ୍‌ତିଆ ରୋଗ୍‌। ଇ ରୋଗ୍‌ ଏହେଦେ ସାରା ଦେଶ୍‌ରେ ଚିନ୍‌ତାର କାରନ୍‌ ପାଲଟିଥିଲାବେଲେ ବରଗଡ଼ ଜିଲା ଇ ତାଲିକାଥି ୨ ନମ୍ବରରେ ରହିଛେ। ଅନେକ୍‌ ରୁଗୀ ଇ ଅମାନ୍‌ତିଆ ରୋଗ୍‌ରେ ଯୁଝି ଯୁଝି ହାରିଯାଉଛନ୍‌। ବରଗଡ଼ ଜିଲାର ଏନ୍‌ତା ଝନେ ରୁଗୀ ଇ ଅମାନ୍‌ତିଆ ରୋଗ୍‌ରେ ପଡ଼ିଥିଲେ। ସେ ଆଗରୁ ତରକି ଚିକିଛା କରେ ଇ ରୋଗ୍‌ରୁ ବରତି ଯାଇଛନ୍‌। ହେଲେ ସେଦିନ୍‌ଠାନୁ ସେ ନିଜର କଉଲିକ୍‌ ବୁରତି ହରେଇଛନ୍‌। ଏନ୍‌ତାଥି ଫିମାସ ଉଷୋକଷା ଖରଚ୍‌ ତୁଲାଲାବେଲେ ତାହାକୁ ଭିଡ଼ ପଡ଼ିଯାଉଛେ ବଲି କହିଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଟିହିକିପାଲି ଗଁାର ରଙ୍କମଣି ମେହେର(୭୪)। ପରିବାର କହେଲେ ମାଏକିନା ସୁମିତ୍ରା(୭୦), ଦୁଇ ପୁଓ ଆର ୩ ଝି’କୁ ନେଇ ତାକର ସଁସାର। ରଙ୍କମଣିକଁର ବାପ୍‌ଅଜା ଅମଲୁ ପାଖାପାଖି ଦେଢ଼ ଏକର ଚାଷ୍‌ଜମି ରହିଛେ। ସେନ୍‌ତା ଜାତିରେ ଭୁଲିଆ ହେଇଥିବାର ଲାଗି ସେ କପ୍‌ଟା ବୁନାବୁନି କାମ୍‌କରି କୁଟୁମ ପୁଷୁଥିଲେ। ହେଲେ ସେ ଅନେକ୍‌ ବଛର ହେଲା ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌। ଗଲା ୨୦୧୮ ସାଲେ ଚାଷ୍‌ଜମିରେ କାମ୍‌ କଲାବେଲେ ତାକର ଭୁଜନି ହାତର ପାପ୍‌ଲିରେ ଗୁଟେ କଁଟା ଗଡ଼ିଯାଇଥିଲା। ହେଲେ ଘରକେ ଫିରଲା ଉତାରୁ ଦେଖ୍‌ଲେ ଯେ ହାତ୍‌ଟା ବେଂଗ୍‌ ଲେଖଁ ଫୁଲି ଯାଇଛେ। ଘରର ଲୋକ୍‌ ତାହାକୁ ଗଣ୍ଡତୁରୁମ ଡାକ୍‌ତରଖାନାକେ ନେଇ ଚିକିଛା କରାଲେ। ହେଲେ ତାର ଆରଦିନ ପାପ୍‌ଲିର ରଂଗ ଧଲା ହେଇ ବହୁତ୍‌ ଦରଜ୍‌ ହେଇଥିଲା। ଇ ସବୁ ଦେଖି ପରିବାର ଲୋକ୍‌ ଧାରଉଧାର କରି ବୁର୍ଲା ବଡ଼ ଡାକ୍‌ତରଖାନା ନେଇଥିଲେ। ସେଠାନେ ଦିନାକେତେ ରଖି ଚିକିଛା କରାଲେ, ହେଲେ କିଛି ଲାଭ୍‌ ନାଇଁହେଲା। ଏନ୍‌ତାଥି ପରିବାର ଲୋକ୍‌ ଜମିବାଡ଼ି, ଗହନାଗଁାଠି ବଁଧକ୍‌ ପକେଇ ବୁର୍ଲାର ଗୁଟେ ନର୍ସିଂହୋମରେ ତାହାକୁ ଚିକିଛା ଲାଗି ଭରତି କଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ରଙ୍କମଣି କ୍ୟାନ୍‌ସରରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ହେଲେ ଚିକିଛା ଲାଗି ଅଧ୍‌କା ଟଁକା ପଏସା ଖରଚ୍‌ ହେବା ଜାନି ପରିବାର ଲୋକ୍‌ ରଙ୍କମଣିକୁଁ ଫେନ୍‌ଘାଏ ବୁର୍ଲା ବଡ଼ ଡାକ୍‌ତରଖାନାରେ ଭରତି କରିଥିଲେ। ସେଠାନେ ଗଲା ଜୁଲାଇ ୨୦ ତାରିଖ ଡାକ୍‌ତର ତାକର ଅପରେଶନ କରି ପାପ୍‌ଲିର ଅଧା କାଟି ଦେଇଥିଲେ। ସେଦିନ୍‌ଠାନୁ ରଙ୍କମଣି ଫିଦିନ୍‌ ଉଷୋକଷା ଖାଏବାର ସଂଗେ ଖାଏଦ୍‌ ପାଏନ୍‌ ଉପରେ ବି ଦୁରୁଷ୍‌ଟି ଦେଉଛନ୍‌। ଏହେଦେ ସେ ଗୁଟେପରକାର ଠିକ୍‌ ଅଛନ୍‌। ହେଲେ ତାକର ଅଧା ପାପ୍‌ଲି କଟିଯିବାର ଲାଗି ଲୁଗାବୁନି ନାଇଁ ପାରବାର। ସରକାରୀ ସାହାଯ୍‌ କହେଲେ ମାସିକ୍‌ ମିଲୁଥିବାର ସରକାରୀ ଚାଉଲ ଆର ୫ଶହ ଟଁକା ଭତା ନ ସାହାଭରସା। ଇଆଡ଼େ କୁଟୁମର ଚିନ୍‌ତା ସେଆଡ଼େ ଉଷୋକଷା ଖରଚ୍‌ ତୁଲାଲା ବେଲେ ବହୁତ୍‌ ଭିଡ଼ ହେଇଯାଉଛେ ବଲି ରଙ୍କମଣି କହିଛନ୍‌। ସେ ଗଣମାଧ୍ୟମ ଜରିଆରେ ସରକାରୀ ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଦମ୍ପତିଙ୍କୁ ହତ୍ୟା ଉଦ୍ୟମ: ୫ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନା...

ଲୁଟ୍‌ର ଡେମୋ ଦେଖାଇଲେ ଅଭିଯୁକ୍ତ

କଟକ ଅଫିସ,୨୭।୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାର ଚେର...

ବଦଳି ସତ୍ତ୍ୱେ ଗାଦି ଛାଡୁନାହାନ୍ତି ଏବିଇଓ

ସେମିଳିଗୁଡ଼ା/ସୁନାବେଡ଼ା, ୧୯।୫(ସ୍ବ.ପ୍ର.): ଅନ୍ୟତ୍ର ବଦଳି ସତ୍ତ୍ୱେ ସେମିଳିଗୁଡ଼ା ଏବିଇଓ ଜସନ ବେନିଆ ଗାଦି ଛାଡୁନାହାନ୍ତି। ମାସେ ହେଲାଣି ସେ ବଦଳି ସ୍ଥାନକୁ ନ ଯାଇ ଏଠାରେ...

ଭୁବନରେ ଭାଜପା-ବିଜେଡି ଟକ୍କର

ଭୁବନ,୨୦।୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ବ୍ଲକର ୧୮ଟି ପଞ୍ଚାୟତର ମୋଟ୍‌ ୮୨...

ଆବାସ ଯୋଜନା କେଳେଙ୍କାରୀ: କେନ୍ଦୁଝର ସଦର ବ୍ଲକ ଘେରାଉ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର ସଦର ବ୍ଲକ ଘେରାଉ କରିବା ସହ କାର୍ଯ୍ୟାଳୟ ଆଗରେ...

ମୟୂରଭଞ୍ଜରେ ସର୍ବାଧିକ ମାମଲା

ବାରିପଦା ଅଫିସ,୧୮ା୧୦: ରାଜ୍ୟର ସର୍ବବୃହତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ା ଗଣବଳାତ୍କାର, ନାବାଳିକା ବଳାତ୍କାର, ବଧୂ ନିର୍ଯାତନା...

ବେଆଇନ ମଦ କାରବାର: ୧୯୩ ଲିଟର ମଦ ଜବତ, ୮ ଗିରଫ

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କାରବାର ହେଉଥିବା ନେଇ ଗୁରୁବାର ସନ୍ଧ୍ୟାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ...

ଜି.ଉଦୟଗିରିରେ ୨ଶହ ଟଙ୍କା ନକଲି ନୋଟ

ଜି.ଉଦୟଗିରି, ୨୧ା୨: କନ୍ଧମାଳ ଜିଲା ଜି.ଉଦୟଗିରି ବଜାରରେ ୨ଶହ ଟଙ୍କିଆ ନକଲି ନୋଟ ଧରାପଡିଛି। ବ୍ରଜ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତିଙ୍କର ବଜାରରେ ଏକ ପକୋଡା...

Advertisement
Archives

Model This Week