ରେଳ ଚଳାଚଳ ଉପରେ ପଡ଼ିଲାନି ବିଶେଷ ପ୍ରଭାବ: ଅଧଘଣ୍ଟାରୁ ଦୁଇ ଘଣ୍ଟା ବିଳମ୍ବରେ ଚାଲିଲା ଟ୍ରେନ୍‌

ଭୁବନେଶ୍ୱର, ୮ା୧(ବ୍ୟୁରୋ): ବୁଧବାର ବାମପନ୍ଥୀ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ରେଳ ଚଳାଚଳ ଉପରେ ବିଶେଷ ପ୍ରଭାବ ପକାଇନି। ପୂର୍ବତଟ ରେଳପଥରେ ମାତ୍ର ୩ଟି ପାସେଞ୍ଜର ଟ୍ରେନ ବାତିଲ୍‌ କରାଯାଇଥିବା ବେଳେ ଅନ୍ୟ ଟ୍ରେନ୍‌ ଗୁଡ଼ିକ ବିଳମ୍ବରେ ଚାଲିଥିଲା। କିଛି ସ୍ଥାନରେ ଟ୍ରେନ ଗୁଡ଼ିକୁ ଅଟକାଯାଇଥିବାରୁ ସେଗୁଡ଼ିକ ବିଳମ୍ବରେ ଚାଲିଥିଲା। ୬୮୪୩୮ କଟକ-ଭଦ୍ରକ-କଟକ ପାସେଞ୍ଜର, ୬୮୪୧୧ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଓ ୫୮୪୦୫ ପାରାଦୀପ-କଟକ-ପାରାଦୀପ ପାସେଞ୍ଜରକୁ ବାତିଲ୍‌ କରାଯାଇଥିଲା। ସକାଳକୁ ବନ୍ଦ ଆରମ୍ଭ ହୋଇଯାଇଥିବାରୁ ସକାଳ ୬ଟା ୩୦ରେ ଭଦ୍ରକ ଷ୍ଟେଶନରେ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର, କେନ୍ଦୁଝରଠାରେ କେନ୍ଦୁଝରଗଡ଼-ଭୁବନେଶ୍ୱର, ଭୁବନେଶ୍ୱରରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି, ବ୍ରହ୍ମପୁରରେ ହାଓଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ, ବ୍ରହ୍ମପୁରରେ ଇଛାପୁର-କଟକ ମେମୁ, ଭୁବନେଶ୍ୱରରେ ପୁରୀ-ରାଉରକେଲା ପାସେଞ୍ଜରକୁ ଅଟକାଯାଇଥିଲା। ସେହିପରି ସକାଳ ୭ଟା ପରେ ରାଜସୁନାଖଳାଠାରେ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ୍‌, ଭୁବନେଶ୍ୱରରେ ଚେନ୍ନାଇ-ହାଓଡ଼ା ଏକ୍ସପ୍ରେସ୍‌, ବାଲୁଗଁ।ରେ ହୀରାଖଣ୍ଡ ଏକ୍ସପ୍ରେସ, ଇଛାପୁରମରେ ଯଶୋବନ୍ତପୁର-ହାଓଡ଼ା ଦୂରନ୍ତୋ, ସୋମପେଟାରେ ଫଲକନାମା ଏକ୍ସପ୍ରେସ, ମଣ୍ଡସାରେ ପଲାସା-ଭୁବନେଶ୍ୱର ମେମୁ, ପଲାସାରେ ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସକୁ ଅଟକାଯାଇଥିଲା। ଅନ୍ୟପଟେ ପୁରୀକୁ ଆସୁଥିବା ସକାଳୁଆ ଟ୍ରେନ ଗୁଡ଼ିକ ଠିକ୍‌ ସମୟରେ ପୁରୀରେ ପହଞ୍ଚତ୍ୟାଇଥିଲା। ହାଓଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ, ହାଓଡ଼ା-ପୁରୀ ଗରିବ ରଥ, ହାଓଡ଼ା-ପୁରୀ ଏକ୍ସପ୍ରେସ, ହଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌, ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଓ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଠିକ୍‌ ସମୟରେ ପୁରୀରେ ପହଞ୍ଚତ୍ଥିଲା। ଉପରୋକ୍ତ ଅଟକାଯାଇଥିବା ସମସ୍ତ ଟ୍ରେନ ଅଧ ଘଣ୍ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍‌

ରାୟଗଡ଼ା,୪।୧୨(ଆଶିଷ ରଞ୍ଜନ ପଣ୍ଡା): କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍‌ ହୋଇଛି । ଖବରପାଇ ପୋଲିସ...

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri