ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ଭୁବନେଶ୍ୱର ରେଳ ଷ୍ଟେଶନରେ ବାରମ୍ବାର ପକେଟମାର୍ ସହ ଚୋରି ଓ ଲୁଟ୍ ହେଉଛି। ସୋମବାର ରାତିରେ ଜିଆର୍ପି ହାତରେ ଏକ ପକେଟମାର ଗ୍ୟାଙ୍ଗ୍ର ୩ଜଣ ସଦସ୍ୟ ଧରାପଡିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନାଞ୍ଚଳର ଚିରଞ୍ଜିବ ସାହୁ (୧୯), ପୁରୀ କୁମ୍ଭାରପନା ଥାନାଞ୍ଚଳର ରଞ୍ଜିତ ଦାସ (୨୭) ଓ ଖଣ୍ଡିଗିରି ଥାନା ପାତ୍ରପଡ଼ାର ମାଧବ ମଲ୍ଲିକ (୧୯)। ସେମାନଙ୍କଠାରୁ ପୋଲିସ ଦୁଇଟି ଲଗେଜ ବ୍ୟାଗ୍, ଦୁଇଟି ମୋବାଲ୍ ଫୋନ୍ ଓ ୧୭ହଜାର ୫ଶହ ଟଙ୍କା ଜବତ କରିଛି। ଏନେଇ ପୋଲିସ ୮୦/୧୯ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୋଲିସର ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଆର୍ପିଏଫ, ଜିଆର୍ପି ଓ ଏସ୍ଟିଏଫ୍ ମିଳିତ ଭାବେ ଷ୍ଟେଶନ ପରିସରରେ ଚଢାଉ କରି ତଲାସି ଚଳାଇଥିଲା। ପୁରୁଣା ଟିକେଟ କାଉଣ୍ଟ ନିକଟରେ ଉପରୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଅଟକାଇ ପଚରାଉଚରା କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରେ ଥିବା ଦୁଇଟି ଲଗେଜ ବ୍ୟାଗ ଓ ମୋବାଇଲ ଫୋନ ଚୋରା ବୋଲି ଜଣାପଡିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇ ଯାଞ୍ଚ କରିବାରୁ ୧୭ ହଜାର ୫୦୦ଟଙ୍କା ମିଳିଥିଲା। ପଚରାଉଚରା ପରେ ସେମାନେ ପକେଟମାର ଗ୍ୟାଙ୍ଗ୍ର ସଦସ୍ୟ ବୋଲି କହିଥିଲେ। ଷ୍ଟେଶନ ଅଞ୍ଚଳରେ ଚୋରି ଓ ପକେଟମାର କରନ୍ତି। ବିଶେଷକରି ଭିଡ଼ ସ୍ଥାନ ଓ ଶୋଇଥିବା ଲୋକଙ୍କୁ ଟାର୍ଗେଟ କରନ୍ତି ବୋଲି ପୋଲିସ କହିଛି।

ଫେବୃୟାରୀରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକିନେଲେ
ଭୁବନେଶ୍ୱର,୨।୩(ବ୍ୟୁରୋ): ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକେଇ। ଯେତେ ସଚେତନ କରାଗଲେ ମଧ୍ୟ ଏଥିରେ ରୋକ୍ ଲଗାଯାଇ ପାରୁନାହିଁ। ବୁଧବାର ପ୍ରକାଶ ପାଇଥିବା...

ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର
ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ଏକ ପ୍ରେସ...

ଗୋପାଳଚନ୍ଦ୍ର, ଜଗନ୍ନାଥଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦୁଇବର୍ଷ ପାଇଁ ଏକାଡେମୀର ସର୍ବୋଚ୍ଚ ‘କବି ସମ୍ରାଟ ଉପେନ୍ଦ୍ର...

୧୫ ଲକ୍ଷ ଡୋଜ୍ ଟିକା ଦେବାକୁ କେନ୍ଦ୍ରକୁ ଅନୁରୋଧ
ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ତୁରନ୍ତ ୧୫ ଲକ୍ଷ କୋଭିଶିଲ୍ଡ ଡୋଜ୍ ଓଡ଼ିଶାକୁ ପଠାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଜୟଦେବ ବିହାର-ନନ୍ଦନକାନନ ବିକଳ୍ପ ରାସ୍ତା ନିର୍ମାଣ: ୩ ମାସରେ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ସହରରେ ଜନସଂଖ୍ୟା ବଢୁଥିବାରୁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଅସମ୍ଭାଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସମାନ୍ତରାଳ ରାସ୍ତା...

ଗାନ୍ଧୀ ମାର୍ଗରେ ରିହରସାଲ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍ ରିହରସାଲ ସୋମବାର କରାଯାଇଛି। କୋଭିଡ୍ କଟକଣାରେ ଗାନ୍ଧୀ ମାର୍ଗରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ...

ବିଶୃଙ୍ଖଳିତ ସଦସ୍ୟଙ୍କ ପାଇଁ ଆସୁ ଆଇନ: ସୂର୍ଯ୍ୟ ପାତ୍ର
ଭୁବନେଶ୍ୱର,୨୯।୮(ବ୍ୟୁରୋ): ପାର୍ଲାମେଣ୍ଟ ତଥା ରାଜ୍ୟଗୁଡିକର ବିଧାନସଭା ଚାଲିଥିବା ସମୟରେ ଅନେକ ସଦସ୍ୟ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହାଦ୍ୱାରା ଭାରତୀୟ ଗଣତନ୍ତ୍ରର ମହାନ ସଂସଦୀୟ ପରମ୍ପରା...
ଘରେ ପହଞ୍ଚିବ ଡିଏଲ୍ସି
ଭୁବନେଶ୍ୱର, ୧୧ା୧୧(ବ୍ୟୁରୋ): ପେନ୍ସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣ ତଥା ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଡିଏଲ୍ସି)କୁ ଏଣିକି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ଘରେ ଘରେ ପହଞ୍ଚାଇବ।...