ରେଲୱେ କ୍ରାଇମବ୍ରାଞ୍ଚ ଦ୍ୱାରା ଟିକେଟ ଦଲାଲ ଗିରଫ: ୩ ଲକ୍ଷ ୯୨ ହଜାର ୩୭୦ ଟଙ୍କାର ଟିକେଟ ଜବତ

ବାଲେଶ୍ୱର ଅଫିସ, ୧୭।୬-ବାଲେଶ୍ୱର ରେଳଷ୍ଟେଶନ ଟିକେଟ କାଉଣ୍ଟରରୁ ଜଣେ ଦଲାଲ ବାରମ୍ବାର ଟିକେଟ କାଟିବାକୁ ଯା’ଆସ କରୁଥିବା ଦେଖି ବାଲେଶ୍ୱର ଆରପିଏଫ୍‌ ଏବଂ ଖଡଗପୁର ରେଲୱେ କ୍ରାଇମବ୍ରାଞ୍ଚ ଟିମ୍‌ ମିଳିତ ଭାବେ ଚଢାଉ କରିଥିଲେ। ଦଲାଲଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ୩ ଲକ୍ଷ ୯୨ ହଜାର ୩୭୦ ଟଙ୍କାର ଟିକେଟ ଏବଂ ନଗଦ ୬ହଜାର ୮ଶହ ଟଙ୍କା ଜବତ କରାଯାଇଛି। ଏ ସମ୍ପର୍କରେ ରେଲୱେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ସୁରେଶ କୁମାର ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗର ଦାନ୍ତୁନୁ ଥାନା ନେକଡୁଶୁନୀ ଅଞ୍ଚଳର ନିତାଇ ଦାସ (୫୯) ଦୀର୍ଘଦିନ ଧରି ବିଭିନ୍ନ ଟିକେଟ କାଉଣ୍ଟରରୁ ଟିକେଟ କାଟି ଗୌରାଙ୍ଗ ତୀର୍ଥଯାତ୍ରୀ ଏଜେନ୍ସି ମାଧ୍ୟମରେ ଚୋରା ରେଲୱେ ଟିକେଟ କାରବାରରେ ସମ୍ପୃକ୍ତ ଥିଲେ। ପୂର୍ବରୁ ଅଭିଯୋଗ ପାଇ କ୍ରାଇମବ୍ରାଞ୍ଚ ଟିମ୍‌ ନିତାଇଙ୍କୁ ଅନୁସରଣ କରିଆସୁଥିଲେ ମଧ୍ୟ ସଫଳତା ପାଇପାରି ନ ଥିଲେ। ରବିବାର ସକାଳେ ନିତାଇ ବାଲେଶ୍ୱର ରେଳଷ୍ଟେଶନରେ ଟିକେଟ କାଟୁଥିଲା ବେଳେ ଧରାପଡିଛନ୍ତି ା ତାଙ୍କଠାରୁ ୧୧ଟି ବିଭିନ୍ନ ସ୍ଥାନର ଲାଇଭ ଟିକେଟ, ୨୨ଟି ଅଗଷ୍ଟ ପର୍ଯ୍ୟନ୍ତ ଅବଧି ଥିବା ସଂରକ୍ଷଣ ଟିକେଟ ସହିତ ୧ ଲକ୍ଷ ୫୫ ହଜାର ୧୩୦ ଟଙ୍କାର ଅବଧି ପୂରି ଯାଇଥିବା( କ୍ୟାନସ୍‌ଲେଶନ) ଟିକେଟ ସହିତ ନଗଦ ୬ ହଜାର ୮ ଶହ ଟଙ୍କା ଜବତ କରାଯାଇଥିବା ସିଜିଂ ଅଫିସର ଏଏସ୍‌ଆଇ ସୁବାସ ଚଦ୍ର ମୁଦୁଲି ପ୍ରକାଶ କରିଛନ୍ତି ା ଏ ନେଇ ଆରପିଏଫ୍‌ ପୋଷ୍ଟରେ ବାଲେଶ୍ୱର କେସ୍‌ (ନଂ.୫୧୦/୧୯) ମାମଲା ରୁଜୁ କରାଯାଇଛି। ରେଲୱେ ଆକ୍ଟ ଦଫା ୧୪୩ ଅନୁଯାୟୀ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ା ଚଢାଉରେ ହେଡ୍‌ କନଷ୍ଟେବଳ ଗଦାଧର ପାତ୍ର, କନଷ୍ଟେବଳ ସାମଲ କୁମାର ଦାସ, ପବନ କୁମାର ପାଣ୍ଡେ ଓ ଗୁଡୁ କୁମାର ଶାହା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ବାଲେଶ୍ୱର ଅଫିସ,୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ନେଇ ଅଞ୍ଚଳବାସୀ ଗୁରୁବାର...

ଭୂତ ଖାଉଛି ପିଡିଏସ୍‌ ସାମଗ୍ରୀ

ସଜନାଗଡ଼,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ କରାଯାଇଛି। ବର୍ଷ ବର୍ଷ ଧରି ଅନେକ ଭୂତ...

ଅସହାୟଙ୍କୁ ପରିବା, ମାସ୍କ ବାଣ୍ଟିଲା ବ୍ରହ୍ମାନନ୍ଦ ଟ୍ରଷ୍ଟ

ଖଇରା,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳସା ଗ୍ରାମର ବ୍ରହ୍ନାନନ୍ଦ ହସ୍ତଶିଳ୍ପ ଓ ସମାଜକଲ୍ୟାଣ ଟ୍ରଷ୍ଟ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟମାନଙ୍କୁ ସହାୟତାର ହାତ...

ନୂଆ ରୂପ ପାଇବ ତାଳସାରୀ-ଉଦୟପୁର ବେଳାଭୂମି

ଭୋଗରାଇ, ୧୨।୨(ଡି.ଏନ.ଏ.)-ପର୍ଯ୍ୟଟନସ୍ଥଳୀ ତାଳସାରୀ-ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ। ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଏହି ଦୁଇ ବେଳାଭୂମିକୁ ବିଶ୍ୱମାନର...

ଅଂଶୁଘାତରେ ଛୁଆ ହାତୀର ମୃତ୍ୟୁ

ସଜନାଗଡ଼,୨୦।୫: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରୁ ବନବିଭାଗ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ୩ ବର୍ଷ ହେବ।...

ବାଲେଶ୍ୱରରେ ଅମ୍ଫନ: ୬୦-୭୦ କିମିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା

ବାଲେଶ୍ଵର ଅଫିସ ୨୦।୫ – ବାଲେଶ୍ୱର ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି । ୬୦-୭୦ କିମିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେଉଛି। ସମୁଦ୍ର...

ପଶ୍ଚିମବଙ୍ଗକୁ କାଠ ଚୋରାଚାଲାଣ

ଜଳେଶ୍ୱର, ୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୧୪ ପଞ୍ଚାୟତ ରାଇବଣିଆ ଥାନା ଅଧୀନରେ ରହିଛି। ଏହି ଅଞ୍ଚଳରୁ ପ୍ରତିଦିନ ବହୁ ଜଙ୍ଗଲଜାତ ଦ୍ରବ୍ୟ...

୫୦ବର୍ଷରେ ଖଇରା କାଳୀପୂଜା

ଖଇରା,୨୯ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବଜାର ବ୍ୟବସାୟୀଙ୍କ ସହଯୋଗରେ ପାଳିତ ହେଉଥିବା କାଳୀପୂଜା ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି। ସୋମବାର ରାତିରେ ପଣ୍ଡିତ...

Advertisement
Archives

Model This Week