ରେଲଓ୍ବେ ପକ୍ଷରୁ ନିମ୍ନମାନର ରାସ୍ତା ନିର୍ମାଣ: ସ୍ଥାୟୀତ୍ୱ ନେଇ ଅଭିଯୋଗ କଲେ ଗ୍ରାମବାସୀ

ବାଲିଆ,୭।୬: ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ କଟକ-ପାରାଦୀପ ରେଳପଥର ଗୋଠପଦାଠାରେ ୧୪ନଂ. ଫାଟକ ଠାରୁ ୧୫ନଂ. ଫାଟକ ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ରେଲଓ୍ବେ ପକ୍ଷରୁ ନୂତନ ରାସ୍ତା ନିର୍ମାଣ କରାଯାଉଛି। ତେବେ ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଗୋଠପଦା ଗ୍ରାମର କୈଳାସ ଚନ୍ଦ୍ର ଭୂୟଁ।, ଯୁଧିଷ୍ଠିର ଖଣ୍ଡୁଆଳ, ଦୀନବନ୍ଧୁ ମିଶ୍ର, ଅରକ୍ଷିତ ବେହେରା, ଜୟନ୍ତ ଭୁୟାଁ, ରାମଚନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ଶିବ କୁମାର ଖଣ୍ଡୁଆଳ, ସୁରେନ୍ଦ୍ରନାଥ ଖଣ୍ଡୁଆଳ, ବିକ୍ରମ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ରେଲଓ୍ବେ ଡିଭିଜନାଲ ମ୍ୟାନେଜରଙ୍କୁ ପତ୍ର ଯୋଗେ ଜଣାଇଛନ୍ତି। ଏହି ରାସ୍ତାରେ ମାଟି କାମ କରିବା ବେଳେ ଶୁଖିଲା ମାଟି ନ ପକାଇ ଓଦା ମାଯି ପକାଯାଇଛି। ଫଳରେ ତାହା ଧିରେ ଧିରେ ଦବିବାରେ ଲାଗିଛି। ଠିକାଦାର ରାସ୍ତାଟିକୁ ଅଣଓସାରିଆ କରିଦେଇଛନ୍ତି। ତେଣୁ ସେହି ରାସ୍ତାରେ ଆଖୁ ଗାଡ଼ି, ବିଲକୁ ଟ୍ରାକ୍ଟର କିମ୍ବା ଅନ୍ୟ କୌଣସି ଭାରିଯାନ ଚଳାଚଳ କରିବାରେ ଅସୁବିଧା ହେବ। ସେହିପରି ରାସ୍ତାରେ ଉପଯୁକ୍ତ ପରିମାଣର ଡଷ୍ଟ ପକାଯାଉନାହିଁ। ତେଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ରାସ୍ତାର ଏକ ସ୍ଥାନରେ ଜଳ ନିଷ୍କାସନ ପାଇଁ ବସାଯାଇଥିବା ହୋମ୍‌ପାଇପ୍‌ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଉକ୍ତ କଲଭର୍ଟ ମଧ୍ୟ ଅଣଓସାରିଆ ହୋଇଛି। ଆବଶ୍ୟକ ଅନୁଯାୟୀ ସିମେଣ୍ଟ ଓ ରଡ୍‌ ଦିଆଯାଇ ନ ଥିବାରୁ ଉକ୍ତ କଲ୍‌ଭର୍ଟର ସ୍ଥାୟିତ୍ୱକୁ ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। ସୂଚନାଯୋଗ୍ୟ, କଟକ ପାରାଦୀପ ରେଳପଥର ୧୪ ନଂ ଗେଟ ଗୋଠପଦା ଗ୍ରାମ ନିକଟରେ ଲୋକେ ଦୀର୍ଘବର୍ଷ ଧରି ଲେବୁଲ କ୍ରସିଂ ଦେଇ ଯାତାୟାତ କରୁଥିଲେ। ଏହାର ଅପରପାର୍ଶ୍ୱରେ ଥିବା ଚାଷ ଜମିକୁ ସ୍ଥାନୀୟ ଚାଷୀମାନେ ଯାଇଥାନ୍ତି। ୨ ବର୍ଷ ତଳେ ରେଲଓ୍ବେ ପକ୍ଷରୁ ସେହି ଗେଟ୍‌ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଯୋଜନା ହୋଇଥିଲା। କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ବାଧ୍ୟହୋଇ ରେଲଓ୍ବେ ପକ୍ଷରୁ ରେଳପଥର ଦକ୍ଷିଣ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଗଜରାଜ

ହାତୀଙ୍କ ଲାଗି ଅସୁରକ୍ଷିତ ହୋଇଛି ଖୋର୍ଦ୍ଧା ବନଖଣ୍ଡ। ଗତ ୧୫ବର୍ଷରେ ଏହି ବନଖଣ୍ଡରେ ଯାଇଛି ୭ ହାତୀଙ୍କ ଜୀବନ। ୧୧ବର୍ଷରେ ଘଟିଛି ୨୦ଜଣଙ୍କ ପ୍ରାଣହାନୀ। ଏଥିପାଇଁ...

ଟ୍ରେନିଂ ବେଳେ ଯବାନଙ୍କୁ କଚାଡ଼ିଲା ହାତୀ

ବାରଙ୍ଗ,୯।୪(ଡି.ଏନ୍‌.ଏ.): ଟ୍ରେନିଂ ବେଳେ ଚନ୍ଦକା ଜଙ୍ଗଲରେ ଶନିବାର ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୪ରୁ ଅଧିକ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର...

ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ଯୁବକଙ୍କ ମୃତଦେହ

ଖୋର୍ଦ୍ଧା ଅଫିସ,୨।୧: ବିଦ୍ୟୁତ ଖୁଣ୍ଟିରେ ଝୁଲୁଛି ଯୁବକଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ। ସେଇ...

ମୁଖ୍ୟ ଆକର୍ଷଣ ସାଜିବ ୩୫ କିଲୋ ଲଡୁ

ଜଟଣୀ,୨୬।୮(ଡି.ଏନ୍‌.ଏ.):ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏହି ପୂଜା ପାଳନକୁ ନେଇ ଖୋର୍ଦ୍ଧାର ଜଟଣୀ ସହର ଚଳଚଞ୍ଚଳ ହୋଇପଡ଼ିଛି। ଦୁଇ ବର୍ଷର ବ୍ୟବଧାନ ପରେ...

କାର୍‌-ବାଇକ୍‌ ଧକ୍କା, ଚାଲିଗଲା ଜଣଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୨୪ା୨: ଜଟଣୀ କଲେଜ ଛକ ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ସହ ବାଇକ ଧକ୍କା ହେବାରୁବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କ୍ରସର ମାଲିକ

ଖୋର୍ଦ୍ଧା ଅଫିସ,୨୦ା୭: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଚାଲିଥିବା କ୍ରସର ଶିଳ୍ପସଂସ୍ଥା ଉପରେ ଚଢ଼ାଉ ଜାରି ରହିଛି। ୯ ଦିନରେ ୯୦ଟି କ୍ରସର...

୬ ପରିବାର ୭ବର୍ଷ ହେଲା ବିତାଡ଼ିତ

ଖୋର୍ଦ୍ଧା ଅଫିସ,୩୧।୮: ମାନବବାଦ ସଙ୍ଗଠନ ନଁାରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଙ୍ଗଠନ ନଁାରେ...

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା : ୨ ମୃତ, ୪ ଆହତ

ଖୋର୍ଦ୍ଧା ଅଫିସ,୯।୧୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଭୂଇଁପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଏବଂ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ...

Advertisement
Archives

Model This Week