ରେଲଓ୍ବେ ଆଣିବ ପ୍ରଥମ ପଡ୍‌ ହୋଟେଲ

ମୁମ୍ବାଇ,୨୪-୩: ଭାରତୀୟ ରେଳପଥ ପକ୍ଷରୁ ଦେଶର ପ୍ରଥମ ପଡ୍‌ ହୋଟେଲ ବା କ୍ୟାପସୁଲ ରୁମ୍‌ ବିଶିଷ୍ଟ ହୋଟେଲ ମୁମ୍ବାଇରେ ସ୍ଥାପନ କରାଯିବ। ମୁମ୍ବାଇର ସେଣ୍ଟ୍ରାଲ ରେଲଓ୍ବେ ଷ୍ଟେଶନରେ ଏହି ହୋଟେଲ ଖୋଲିବାକୁ ଥିବା ବେଳେ ଏହା ଦ୍ୱାରା ଶୀଘ୍ର ଯାତ୍ରୀମାନେ ସୁଲଭ ଲଜିଂ ସୁବିଧା ଲାଭ କରିପାରିବେ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହାକୁ ଶୁଭାରମ୍ଭ କରାଯିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବାଇ ସେଣ୍ଟ୍ରାଲରେ ପ୍ରଥମଫ୍ଲୋରରେ ରହିଥିବା ୨ ଅଣଶୀତତାପ ନିୟନ୍ତ୍ରିତ ପ୍ରତିକ୍ଷାରୁମ୍‌କୁ ଏଭଳି ପଡ୍‌ ରୁମ୍‌ରେ ପରିବର୍ତ୍ତନ କରାଯିବ। ଏଠାରେ ରାତିରେ ରହଣି ଲାଗି କ୍ଷୁଦ୍ର ଏବଂ ଅଲ୍‌ଟ୍ରା ମଡର୍ନ ରୁମ ସ୍ଥାପନ କରାଯିବ। ଦେଶରେ ଉପଲବ୍ଧ ହେଉଥିବା ରିଟାୟାରିଂ ରୁମ୍‌ଠାରୁ ଏହା ଶସ୍ତା ହେବ ବୋଲି କୁହାଯାଇଛି। ଏହିଭଳି ୩୦ ପଡ୍‌ ସ୍ଥାପନ ନେଇ ଆଇଆର୍‌ସିଟିସି ଯୋଜନା ରଖିଛି। ଯାତ୍ରୀଙ୍କୁ ଏଥିରେ ୧୨ ଘଣ୍ଟା ରହିବାର ସୁବିଧା ମିଳିବ। କ୍ୟାପସୁଲଗୁଡିକୁ କ୍ଲାସିକ ଏବଂ ସୁଟ୍‌ ଭଳି ୨ଟି ଭାଗରେ ବିଭକ୍ତ କରାଯାଇଛି। କ୍ଲାସିକ ପଡ୍‌ ଜଣେ ପାସେଞ୍ଜରଙ୍କୁ ରହିବା ସୁବିଧା ପ୍ରଦାନ କରିବାକୁ ଥିବା ବେଳେ ଲକର, ଚାର୍ଜିଂ ସକେଟ ଏବଂ ବ୍ୟାଗେଜ୍‌ ସ୍ପେଶ ରହିବ। ସେହିଭଳି ୨ ଜଣ ପାସେଞ୍ଜରଙ୍କ ଲାଗି ବଡ ବେଡ୍‌ ସୁବିଧା ସୁଟ୍‌ ପଡ୍‌ରେ ରହିବ। ଏଥିରେ ବ୍ୟକ୍ତିଗତ ଲକର, ଓ୍ବାଇଫାଇ ଭଳି ସୁବିଧା ରହିବ। ପଡ୍‌ ହୋଟେଲରେ ଲାଉଞ୍ଜ ଏରିଆ, କାଫେଟେରିଆ, ଚେଞ୍ଜିଂ ଏରିଆ, ଓ୍ବାଶରୁମ ମଧ୍ୟ ରହିବ। ଏଭଳି ହୋଟେଲ ସ୍ଥାପନ କରିବା ଲାଗି ରେଲଓ୍ବେ ୨୦୧୮ରେ ପ୍ରଥମେ ଯୋଜନା ହାତକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଠକେଇ ମାମଲା;ସାମ୍ନାକୁ ଆସିଲା ଅଡିଟରଙ୍କ କାରସାଦି

ନୂଆଦିଲ୍ଲୀ,୧୦-୬: ଋଣ ସଙ୍କଟରେ ଫସିଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କମ୍ପାନୀକୁ ଗୋଷ୍ଠୀଗତ ଭାବେ ଲୁଟ କରାଯାଇଥିବା ବେଳେ ଏହି ଧାରାରେ ଅଡିଟରମାନେ...

ପ୍ରଥମ ତ୍ରୈମାସ ଜିଡିପି ୩୫% ଖସିପାରେ

ନୂଆଦିଲ୍ଲୀ,୩୧।୮: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩୫% ଖସିପାରେ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ମାତ୍ର...

ମୋରାଟୋରିୟମ ପରିଚାଳନରେ ବ୍ୟାଙ୍କଗୁଡିକୁ ସମସ୍ୟା

ନୂଆଦିଲ୍ଲୀ,୩୦। ୩: ସବୁ ପ୍ରକାରର ମିଆଦୀ ଋଣ ଉପରେ ଇଏମ୍‌ଆଇ ପ୍ରଦାନ କ୍ଷେତ୍ରରେ ସରକାର ୩ ମାସର ଆଶ୍ୱସ୍ତି ଦେଇଛନ୍ତି। ମାତ୍ର ଏହାକୁ ଲାଗୁ କରାଇବା...

‘ଗ୍ରାମୀଣ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୮।୨: ଆର୍ସେଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟକୁ ଆଡଭାନ୍ସଡ୍‌ ଲାଇଫ୍‌ ସପୋର୍ଟ (ଏଏଲ୍‌ଏସ୍‌) ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।...

ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୮-୪: ଗୁଗଲ ଏବଂ ଆପଲ ନିଜର ଆପ୍‌ ଷ୍ଟୋରରୁ ଟିକଟକ ଆପ୍‌କୁ ହଟାଇ ଦେଇଛି। ମାଡ୍ରାସ ହାଇକୋଟର୍ର୍ ଭାରତରେ ଏହି ଆପ୍‌କୁ ବ୍ୟାନ କରିବା ପରେ...

ବିକ୍ରି ହେବ ୫୦ ରାଷ୍ଟ୍ରାୟତ୍ତ ସମ୍ପତ୍ତି

ନୂଆଦିଲ୍ଲୀ,୮-୬: ଏନ୍‌ଟିପିସି, ସିମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ, ଭାରତ ଆର୍ଥ ମୁଭର୍ସ ଏବଂ ସେଲ୍‌ ସହିତ ରାଷ୍ଟ୍ରାୟତ୍ତ କମ୍ପାନୀର ୫୦ ଜମି ଏବଂ ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ...

ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ...

ଚାଇନାକୁ ୫୦ ହଜାର କୋଟିର ଝଟ୍‌କା…

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ...

Advertisement
Archives

Model This Week