ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ ଭଉଣୀକୁ ସୁରକ୍ଷା ଦେବାକୁ ଭାଇ ପ୍ରତିଶ୍ରୁତି ଦିଏ। ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ବହନ କରିଥାଏ ଏହି ରାଖୀ। କେବଳ ଭାଇ ଭଉଣୀ ନୁହେଁ ଅନେକଙ୍କୁ ସମ୍ପର୍କର ସୂତାଖିଅ ମାଧ୍ୟମରେ ଯୋଡ଼ିିଥାଏ ରାଖୀ। ରାଖୀପୂର୍ଣ୍ଣିମା ଅଳ୍ପ କିଛି ଦିନ ବାକି ଥିବାବେଳେ କଟକ ସହରରେ ଏବେଠୁ ଜମିଲାଣି ରାଖୀ ବେପାର। ଚୌଧୁରୀ ବଜାର, ବକ୍ସି ବଜାର, ରାଣୀହାଟ, ଦୋଳମୁଣ୍ଡାଇ, କଲେଜ ଛକ ଆଦି ସହରର ବିଭିନ୍ନ ସ୍ଥାନରେ ଖୋଲିଛି ରାଖୀର ପସରା। ଭଳିକିଭଳି ବିିଭିନ୍ନ ଡିଜାଇନର ରାଖୀ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି। ଚଳିତବର୍ଷ ବଜାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଭେରାଇଟିର ରାଖୀ ମିଳୁଛି। ନାମ ଯେମିତି ଦାମ୍‌ ବି ସେମିତି। ବ୍ୟବସାୟୀମାନେ ମଧ୍ୟ ଗ୍ରାହକମାନଙ୍କ ମନ ଜିଣିବା ଭଳି ରାଖୀ ଆଣି ଷ୍ଟଲ୍‌ରେ ସଜାଇଛନ୍ତି।
ଚଳିତବର୍ଷ ଷ୍ଟୋନ ରାଖୀ ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି। କଲେଜ ଛାତ୍ରୀ, ମହିଳା ଓ ଯୁବତୀମାନଙ୍କର ପ୍ରଥମ ପସନ୍ଦ ଷ୍ଟୋନ ରାଖୀ ବୋଲି ବ୍ୟବସାୟୀ ମତ ଦେଇଛନ୍ତି। କଟକକୁ ସାଧାରଣତଃ କୋଲକାତା, ଦିଲ୍ଲୀ ଓ ଜଟଣୀରୁ ରାଖୀ ଆସିଥାଏ। ସିଲଭର ସିଟି ଭାବେ ପରିଚିତ କଟକରେ ରୁପା ରାଖୀର ଚାହିଦା ବେଶ୍‌ ଅଧିକ ରହିଛି। ଛୋଟ ପିଲାଙ୍କର ଟେଡି ବିୟର, ମୋଟୁ ପତଲୁ ଓ ପୋକମ୍ୟାନ ରାଖୀ ମଧ୍ୟ ବିକ୍ରି ହେଉଛି। ସେହିପରି ରେଶମ ରାଖୀ ସହ ବୁଟି ରାଖୀ, ମାଳି ରାଖୀ ମଧ୍ୟ ଉପଲବ୍ଧ ରହିଛି। ସର୍ବନିମ୍ନ ୨ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ରାଖୀ ମିଳୁଛି। କେବଳ କଟକ ସହର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଏଠାକୁ ଆସି ରାଖୀ କ୍ରୟ କରୁଥିବା ଦେଖିବାକୁ ମିଳିଛି। ଚୌଧୁରୀ ବଜାର ରାଖୀ ବ୍ୟବସାୟର ପେଣ୍ଠ ହୋଇଥିବାରୁ ଏଠାରେ ବେପାର ବେଶ୍‌ ଜମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାକର୍ମୀଙ୍କୁ ରାସ୍ତାରେ ହାଣିଲେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଭାଇକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି କ୍ୟାପିଟାଲ ଥାନା ଅଞ୍ଚଳର ଜଣେ ଆଶାକର୍ମୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଲୋକ ମନୋଜଙ୍କୁ...

ଆବୁଧାବୀରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ସମ୍ମିଳନୀ: ‘ତୈଳ, ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜି ନିବେଶ କରିବ ଭାରତ’

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ। ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପ୍‌ଲାଇନ ଏବଂ...

୧୩ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ...

‘ଶୁଣାଣିରେ ଭାଗନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ କରୁଥିବା...

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ !

ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍‌ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି...

ସ୍ଥଗିତ ରହିଲା ଓବିସି ଗଣନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)ଙ୍କ ଲାଗି ହେବାକୁ ଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟକୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ଓଏସ୍‌ସିବିସି)...

‘ଭାରତ-ଆମେରିକା ବ୍ୟବସାୟିକ ସମ୍ପର୍କକୁ ମଜଭୁତ କରିଛି ଉର୍ଜା’

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜି୍ୟକ ସମ୍ବନ୍ଧକୁ ମଜଭୁତ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ...

ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ...

Advertisement
Archives

Model This Week