Posted inଖେଳ

ରୁଟ୍‌ଙ୍କ ଦ୍ୱିଶତକ: ଇଂଲଣ୍ଡ ଅଗ୍ରଣୀ

ହାମିଲଟନ,୩।୧୨(ଏଏଫପି)- ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୦୧ ରନ୍‌ର ଇନିଂସ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୭୫ ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୭୬ ରନ ସଂଗ୍ରହ କରିଛି। ସୋମବାର ୪ର୍ଥ ଦିବସ ଶେଷବେଳକୁ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨ ଉଇକେଟ ହରାଇ ୯୬ ରନ ସଂଗ୍ରହ କରିଛି। ଦଳ ୨୮ ରନରେ ୨ଟି ଉଇକେଟ ହରାଇଥିଲେ ହେଁ ଅଧିନାୟକ କେନ୍‌ ଓ୍ବିଲିୟମସନ ୩୭ ଓ ରସ ଟେଲର ୩୧ ରନ କରି ଇନିଂସ ସମ୍ଭାଳିଛନ୍ତି। ୮ ଉଇକେଟ ସୁରକ୍ଷିତ ଥିବାବେଳେ ନ୍ୟୁଜିଲାଣ୍ଡ ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋରଠାରୁ ୫ ରନ ପଛରେ ରହିଛି।
ରୁଟଙ୍କ ଦ୍ୱିଶତକ ଚତୁର୍ଥ ଦିବସର ଚର୍ଚ୍ଚିତ ଘଟଣା ଥିଲା। ସେ ୪୪୧ଟି ବଲ୍‌ର ସମ୍ମୁଖୀନ ହୋଇ ୨୨ ଚୌକା ଓ ୧ ଛକା ସହାୟତାରେ ୨୨୬ ରନ ସ୍କୋର କରିଥିଲେ। କୌଣସି ଦଳର ଅଧିନାୟକ ଭାବେ ରୁଟ୍‌ ନ୍ୟୁଜିଲାଣ୍ଡରେ ପ୍ରଥମେ ଦ୍ୱିଶତକ ହାସଲ କରିଛନ୍ତି। ଦ୍ୱିଶତକ ହାସଲ କରିବାରେ ରୁଟ ଇଂଲଣ୍ଡର ୪ର୍ଥ ଅଧିନାୟକ। ଲେନ ହଟନ ଇଂଲଣ୍ଡର ପ୍ରଥମ ଅଧିନାୟକ ଭାବେ ଦ୍ୱିଶତକ କରିଥିଲେ। ସେ ୧୯୫୪ରେ ୨୫୪ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ପରେ ଟେଡ୍‌ ଡେକ୍ସଟର ୧୯୬୨ରେ କରାଚୀରେ ୨୧୫ ରନ୍‌ କରିଥିଲେ। ଏହି ତାଲିକାରେ ଆଲିଷ୍ଟର କୁକ୍‌ (୨୬୩) ମଧ୍ୟ ରହିଛନ୍ତି। ରୁଟ୍‌ଙ୍କ ବ୍ୟତୀତ ଓଲି ପୋପ୍‌ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରି ୨୦୨ ବଲ୍‌ରୁ ୭୫ ରନ ସଂଗ୍ରହ କରିଥିଲେ। ରୁଟ୍‌ ଓ ପୋପ୍‌ଙ୍କ ୬ଷ୍ଠ ଉଇକେଟ ଭାଗୀଦାରିରେ ସର୍ବାଧିକ ୧୯୩ ରନ ସଂଗ୍ରହ ହେବା ଯୋଗୁ ହିଁ ଇଂଲଣ୍ଡ ଅଗ୍ରଣୀ ନେବା ସମ୍ଭବ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ନେଲ୍‌ ଓ୍ବାଗନର ୫ ଉଇକେଟ ସଫଳତା ପାଇଥିବାବେଳେ ଟିମ୍‌ ସୌଦୀ ୨ଟି ଏବଂ ମ୍ୟାଟ ହେନରି ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri