ରିୟା @ ୩୩: ପ୍ରଯୋଜିକା ଭାବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ଝିଅ ରିୟା କପୁର ମାର୍ଚ୍ଚ ୫ରେ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ମୁମ୍ବାଇରେ ଜନ୍ମିତ ରିୟା ଜଣେ ନିର୍ମାତା ସହ ଫ୍ୟାଶନ ଷ୍ଟାଇଲିଷ୍ଟ। ଭଉଣୀ ସୋନମଙ୍କ ସହ ମିଶି ଏକ ବ୍ରାଣ୍ଡ ଚଳାଉଛନ୍ତି ସେ।
ନ୍ୟୁୟର୍କରେ ପାଠପଢ଼ା ଶେଷ କରିବା ପରେ ରିୟା ପ୍ରଯୋଜିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ୨୦୧୦ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌ କମେଡି ‘ଆୟଶା’ । ଏଥିରେ ଭଉଣୀ ସୋନମ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ମାତ୍ର ଏହା ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିପାରି ନ ଥିଲା। ୨୦୧୪ରେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ଖୁବ୍‌ସୁରତ୍‌’ ରିଲିଜ୍‌ ହେଲା। ଏଥିରେ ମଧ୍ୟ ସୋନମ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିବା ବେଳେ ଏହା ସେତେଟା ସଫଳତା ପାଇପାରିଲା ନାହିଁ। ପରେ ଫିଲ୍ମ ‘ଭିରେ ଦି ଓ୍ବେଡିଂ’ ନିର୍ମାଣ କରିଥିଲେ। ଏଥିରେ ସୋନମ, କରୀନା କପୁର, ସ୍ବରା ଭାସ୍କର ଏବଂ ଶିଖା ତଲସାନିୟାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଲା। ବୋଲ୍ଡ କାହାଣୀ ପାଇଁ ଫିଲ୍ମଟି ବିବାଦୀୟ ହୋଇଥିଲା। ମାତ୍ର ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ରିୟା ଏବେ କରଣ କୁଲାନୀଙ୍କୁ ଡେଟ୍‌ କରୁଛନ୍ତି। ସେମାନଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି। ମୋଟାମୋଟି ଭାବେ କହିବାକୁ ଗଲେ ରିୟା ନିଜର ଚୁଲ୍‌ବୁଲି ଏବଂ ବୋଲ୍ଡ ଅନ୍ଦାଜ ପାଇଁ ପ୍ରଶଂସକଙ୍କ ପ୍ରିୟ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ନିକଟରେ ଖାଦ୍ୟ ପ୍ୟାକେଟ ପହଞ୍ଚିବା ପୂର୍ବରୁ ମାନ ଯାଞ୍ଚ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଯୋଗୁ ସେ କରୋନା...

ମହଙ୍ଗା ପଡିଲା ବନ୍ୟଜନ୍ତୁଙ୍କ ସହ ଫଟୋ ଉଠାଇବା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ଏବେ ଜାମ୍ବିୟାରେ ଛୁଟି କଟାଉଥିବା ଶୁଣିବାକୁ ମିଳିଛି। ଏଠାରେ  ବନ୍ୟଜନ୍ତୁଙ୍କ ସହ କିଛି ମୁହୂର୍ତ୍ତ କାଟିଥିବା ବେଳେ ଏହାର...

ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର...

କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ...

ଜହିର ଇକବାଲଙ୍କୁ ଡେଟ୍‌ କରୁଛନ୍ତି ସୋନାକ୍ଷି !

ମୁମ୍ବାଇ: ବଲିଉଡ୍‌ ଦୁନିଆରୁ ଅଧିକାଂଶ ସମୟରେ ଏମିତି ଖବର ଆସିଥାଏ ଯେ କିଏ କାହାକୁ ଡେଟ୍‌ କରୁଛି ବୋଲି। ପୁଣି କାହାର କାହା ସହ ଆଫେୟର୍ସ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ଜନ୍ମଦିନରେ ପୂର୍ବତନ ସ୍ତ୍ରୀ ପୋଷ୍ଟ କଲେ ଭିଡିଓ: କହିଲେ ଏମିତି

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ୧୦ ଜାନୁୟାରୀରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ପ୍ରଶଂସକଙ୍କ ଶୁଅ ଛୁଟୁଥିବା ବେଳେ ଅନେକ ବଲିଉଡ ତାରକା ମଧ୍ୟ...

କେବିସି-୧୧: କୃଷକଙ୍କ ପୁଅ ହେଲେ ପ୍ରଥମ କୋଟିପତି

ନୂଆଦିଲ୍ଲୀ,୧୧।୯: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ...

ୟାମି ଗୌତମଙ୍କୁ ଇଡି ସମନ

ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ୟାମି ଗୌତମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଇଡି...

Advertisement
Seven Jackpot


Archives

Model This Week