ରିଲିଫ୍‌ କେନ୍ଦ୍ର ସମ୍ପର୍କରେ ସୂଚନା ଦେବ ଗୁଗଲ୍‌ ମ୍ୟାପ୍‌

ନୂଆଦିଲ୍ଲୀ, ୮।୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରି ନ ପାରି ରାଜ୍ୟର ବିଭିନ୍ନ ସ୍ଥାନରେ ଦାଦନ ଶ୍ରମିକମାନେ ଅଟକି ରହିଛନ୍ତି। ଗାଡ଼ିମୋଟର ଚଳାଚଳ ବନ୍ଦ ସାଙ୍ଗକୁ ସମସ୍ତ ବଜାର ମଧ୍ୟ ବନ୍ଦ ରହୁଥିବାରୁ ଶ୍ରମିକଙ୍କ ଦୁଃଖ ବଢ଼ିଯାଇଛି। ହେଲେ ସେମାନଙ୍କ ଏହି ଦୁଃଖ ସମୟରେ ସହଯୋଗ କରିବାକୁ ଆଗେଇ ଆସିଛି ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗଲ୍‌’। ଦେଶର ୩୦ଟି ସହରରେ ଏହି ଶ୍ରମିକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସହଯୋଗରେ ଖାଦ୍ୟ ଯୋଗାଣ ଓ ରାତ୍ରି ଆଶ୍ରୟସ୍ଥଳ ଖୋଲିଛି। ତେବେ ଗୁଗଲ୍‌ ସେହି ସ୍ଥାନଗୁଡ଼ିକ ସମ୍ପର୍କରେ ଶ୍ରମିକମାନଙ୍କୁ ସୂଚନା ଦେଉଛି। ଗୁଗଲ୍‌ କହିଛି, ଭାରତରେ ଲକ୍‌ଡାଉନ୍‌ ସମୟରେ ଅସହାୟ ଲୋକମାନଙ୍କ ସୁବିଧା ପାଇଁ ଗୁଗଲ୍‌ ମ୍ୟାପ୍‌ରେ ଖାଦ୍ୟ ଯୋଗାଣ ଓ ରାତ୍ରି ଆଶ୍ରୟସ୍ଥଳଗୁଡ଼ିକ ସମ୍ପର୍କରେ ସୂଚନା ଦିଆଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏଭଳି ପଦକ୍ଷେପ ନିଆଯାଇଥିବା ଗୁଗଲ୍‌ ପକ୍ଷରୁ କୁହାଯାଇଛି। ପ୍ରବାସୀ ଶ୍ରମିକମାନେ ସ୍ମାର୍ଟଫୋନ୍‌ରେ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରି ଦେଶର ୩୦ ସହରରେ ସେବା ପ୍ରଦାନକାରୀ ରିଲିଫ କେନ୍ଦ୍ରଗୁଡ଼ିକର ଠିକଣା ସହଜରେ ପାଇପାରିବେ ବୋଲି ଗୁଗଲ ଇଣ୍ଡିଆର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଅନଲ ଘୋଷ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ ସେମାନଙ୍କୁ ସ୍ଥାନୀୟ ଏନ୍‌ଜିଓ, ଟ୍ରାଫିକ୍‌ ପୋଲିସ ଓ ସ୍ବେଚ୍ଛାସେବୀମାନେ ସହଯୋଗ କରିବାକୁ ଅନଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?