ରିଲିଫ୍‌ କେନ୍ଦ୍ର ସମ୍ପର୍କରେ ସୂଚନା ଦେବ ଗୁଗଲ୍‌ ମ୍ୟାପ୍‌

ନୂଆଦିଲ୍ଲୀ, ୮।୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରି ନ ପାରି ରାଜ୍ୟର ବିଭିନ୍ନ ସ୍ଥାନରେ ଦାଦନ ଶ୍ରମିକମାନେ ଅଟକି ରହିଛନ୍ତି। ଗାଡ଼ିମୋଟର ଚଳାଚଳ ବନ୍ଦ ସାଙ୍ଗକୁ ସମସ୍ତ ବଜାର ମଧ୍ୟ ବନ୍ଦ ରହୁଥିବାରୁ ଶ୍ରମିକଙ୍କ ଦୁଃଖ ବଢ଼ିଯାଇଛି। ହେଲେ ସେମାନଙ୍କ ଏହି ଦୁଃଖ ସମୟରେ ସହଯୋଗ କରିବାକୁ ଆଗେଇ ଆସିଛି ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗଲ୍‌’। ଦେଶର ୩୦ଟି ସହରରେ ଏହି ଶ୍ରମିକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସହଯୋଗରେ ଖାଦ୍ୟ ଯୋଗାଣ ଓ ରାତ୍ରି ଆଶ୍ରୟସ୍ଥଳ ଖୋଲିଛି। ତେବେ ଗୁଗଲ୍‌ ସେହି ସ୍ଥାନଗୁଡ଼ିକ ସମ୍ପର୍କରେ ଶ୍ରମିକମାନଙ୍କୁ ସୂଚନା ଦେଉଛି। ଗୁଗଲ୍‌ କହିଛି, ଭାରତରେ ଲକ୍‌ଡାଉନ୍‌ ସମୟରେ ଅସହାୟ ଲୋକମାନଙ୍କ ସୁବିଧା ପାଇଁ ଗୁଗଲ୍‌ ମ୍ୟାପ୍‌ରେ ଖାଦ୍ୟ ଯୋଗାଣ ଓ ରାତ୍ରି ଆଶ୍ରୟସ୍ଥଳଗୁଡ଼ିକ ସମ୍ପର୍କରେ ସୂଚନା ଦିଆଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏଭଳି ପଦକ୍ଷେପ ନିଆଯାଇଥିବା ଗୁଗଲ୍‌ ପକ୍ଷରୁ କୁହାଯାଇଛି। ପ୍ରବାସୀ ଶ୍ରମିକମାନେ ସ୍ମାର୍ଟଫୋନ୍‌ରେ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରି ଦେଶର ୩୦ ସହରରେ ସେବା ପ୍ରଦାନକାରୀ ରିଲିଫ କେନ୍ଦ୍ରଗୁଡ଼ିକର ଠିକଣା ସହଜରେ ପାଇପାରିବେ ବୋଲି ଗୁଗଲ ଇଣ୍ଡିଆର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଅନଲ ଘୋଷ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ ସେମାନଙ୍କୁ ସ୍ଥାନୀୟ ଏନ୍‌ଜିଓ, ଟ୍ରାଫିକ୍‌ ପୋଲିସ ଓ ସ୍ବେଚ୍ଛାସେବୀମାନେ ସହଯୋଗ କରିବାକୁ ଅନଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଆଚେନ୍‌ ପହଞ୍ଚିଲେ ରାଜନାଥ

ନୂଆଦିଲ୍ଲୀ,୩।୬: ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜନାଥ ସିଂ ସୋମବାର ସିଆଚେନ୍‌ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ...

ଆସାମ ରାଇଫଲ୍ସକୁ ବଡ଼ ସଫଳତା: ୪ମ୍ୟାନମାର ନାଗରିକ ଗିରଫ

ଆଇଜଲ,୫।୧୨: ମିଜୋରାମରେ ଆସାମ ରାଇଫଲ୍ସକୁ ଏକ ବଡ଼ ସଫଳତା ମିଳିଛି। ସୋମବାର ୪ମ୍ୟାନମାର ନାଗରିକଙ୍କୁ ଗିରଫ କରିବା ସହ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ...

ପୁଣି ଆଇଆଇଟି ମାଡ୍ରାସରେ ଛାତ୍ର ଆତ୍ମହତ୍ୟା

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ପୁଣି ଏକ ଅଘଟଣ ଘଟିଛି। ହଷ୍ଟେଲ ରୁମ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି।...

ଥଣ୍ଡା ପଡିଲେ ଚିରାଗ

ପାଟନା,୧୨ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର...

ମ୍ୟାଜିକ୍‌ ନମ୍ବର ୧୨୨, କିଏ ହାତେଇବ କ୍ଷମତା …

ପାଟନା, ୯।୮ : ବର୍ତ୍ତମାନ ବିହାର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୪୩ ରହିଛି। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୨୨...

କଂଗ୍ରେସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି, ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଦୁର୍ନୀତିରେ ହେବ ଖୋଳତାଡ଼…

ବେଙ୍ଗାଲୁରୁ, ୫।୯ : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କର୍ନାଟକରେ କଂଗ୍ରେସ ଶାସନ...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ଦିଗ୍‌ବିଜୟ

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ଲାଗିରହିଛି। ଶୁକ୍ରବାର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ।...

ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…

ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି।...

Advertisement
Archives

Model This Week