ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌। କେବଳ ସେ ନୁହନ୍ତି ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିବା ସୁମନପ୍ରିୟା ମଧ୍ୟ ନବାଗତା। ନିଜର ପ୍ରଥମ ସିନେମା ବିଷୟରେ ଡ. ପ୍ରୀତ୍‌ କହନ୍ତି, ‘ପିଲାଟି ଦିନରୁ ମୋର ସଙ୍ଗୀତ ପ୍ରତି ଆଗ୍ରହ ଥିଲା। ଏମବିବିଏସ୍‌ ପଢ଼ୁଥିବା ବେଳେ ମୁଁ ଏକ ବ୍ୟାଣ୍ଡ ଗଠନ କରିଥିଲି। ବର୍ତ୍ତମାନ ମୁଁ ସର୍ଜରୀରେ ଏମଏସ କରୁଛି, ହେଲେ ସଙ୍ଗୀତ ସହ ଅଭିନୟକୁ ମୋ’ କ୍ୟାରିୟର ସହ ଯୋଡ଼ିଛି। ‘ବୈଶାଳୀ’ ଫିଲ୍ମରେ ମୋତେ ଚାନ୍ସ ମିଳିବା ପରେ ତାହାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇଥିଲି। ଏହାର ମୁଖ୍ୟ ଭୂମିକାରେ ମୁଁ ଅଭିନୟ କରିଛି ଏବଂ ଆଶା ରଖିଛି ଫିଲ୍ମଟି ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ। ଅଜୟ ସାମଲଙ୍କ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଏକ ଭିନ୍ନ ଧରଣର କାହାଣୀକୁ ନେଇ ବୈଶାଳୀ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର ପ୍ରଯୋଜନା କରିଛନ୍ତି ସୁଧୀର ଜୈନ। ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଉଛନ୍ତି ଆଶୁତୋଷ ଦାସ (ବାବୁ ଦା’)। ଖାସ୍‌ କଥା ହେଲା, ପ୍ରଥମ ଫିଲ୍ମରେ ସୁମନପ୍ରିୟା ଡବଲ ରୋଲ୍‌ରେ ଦେଖାଦେବେ, ଯାହାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଏହି ନବାଗତା। ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଡ. ପ୍ରୀତ୍‌-ସୁମନପ୍ରିୟାଙ୍କ ବ୍ୟତୀତ ଅଭିଷେକ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପୃ୍‌ଥ୍ବୀରାଜ, ପ୍ରତିଭା ପଣ୍ଡା, ହରିହର ମହାପାତ୍ର, ରବି ମିଶ୍ର, ମନୀଷା ମିଶ୍ର, ଅସିତ୍‌ ପତି ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଅଭିଜିତ୍‌ ମଜୁମଦାରଙ୍କ ସ୍ବର ସଂଯୋଜନାରେ ଏଥିରେ ସଂଯୋଜିତ ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି ଉଦିତ୍‌ ନାରାୟଣ, ପାମେଲା ଜୈନ, ହ୍ୟୁମନ ସାଗର, ଅରବିନ୍ଦ, ମଣ୍ଟୁ ଛୁରିଆ, ଦୀପ୍ତିରେଖା, ଅମ୍ରିତା ଏବଂ ସୋହିନୀ। ତେବେ ଫିଲ୍ମଟି ଏହି ନବାଗତ ଯୋଡିଙ୍କୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri