ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌। କେବଳ ସେ ନୁହନ୍ତି ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିବା ସୁମନପ୍ରିୟା ମଧ୍ୟ ନବାଗତା। ନିଜର ପ୍ରଥମ ସିନେମା ବିଷୟରେ ଡ. ପ୍ରୀତ୍‌ କହନ୍ତି, ‘ପିଲାଟି ଦିନରୁ ମୋର ସଙ୍ଗୀତ ପ୍ରତି ଆଗ୍ରହ ଥିଲା। ଏମବିବିଏସ୍‌ ପଢ଼ୁଥିବା ବେଳେ ମୁଁ ଏକ ବ୍ୟାଣ୍ଡ ଗଠନ କରିଥିଲି। ବର୍ତ୍ତମାନ ମୁଁ ସର୍ଜରୀରେ ଏମଏସ କରୁଛି, ହେଲେ ସଙ୍ଗୀତ ସହ ଅଭିନୟକୁ ମୋ’ କ୍ୟାରିୟର ସହ ଯୋଡ଼ିଛି। ‘ବୈଶାଳୀ’ ଫିଲ୍ମରେ ମୋତେ ଚାନ୍ସ ମିଳିବା ପରେ ତାହାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇଥିଲି। ଏହାର ମୁଖ୍ୟ ଭୂମିକାରେ ମୁଁ ଅଭିନୟ କରିଛି ଏବଂ ଆଶା ରଖିଛି ଫିଲ୍ମଟି ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ। ଅଜୟ ସାମଲଙ୍କ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଏକ ଭିନ୍ନ ଧରଣର କାହାଣୀକୁ ନେଇ ବୈଶାଳୀ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର ପ୍ରଯୋଜନା କରିଛନ୍ତି ସୁଧୀର ଜୈନ। ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଉଛନ୍ତି ଆଶୁତୋଷ ଦାସ (ବାବୁ ଦା’)। ଖାସ୍‌ କଥା ହେଲା, ପ୍ରଥମ ଫିଲ୍ମରେ ସୁମନପ୍ରିୟା ଡବଲ ରୋଲ୍‌ରେ ଦେଖାଦେବେ, ଯାହାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଏହି ନବାଗତା। ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଡ. ପ୍ରୀତ୍‌-ସୁମନପ୍ରିୟାଙ୍କ ବ୍ୟତୀତ ଅଭିଷେକ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପୃ୍‌ଥ୍ବୀରାଜ, ପ୍ରତିଭା ପଣ୍ଡା, ହରିହର ମହାପାତ୍ର, ରବି ମିଶ୍ର, ମନୀଷା ମିଶ୍ର, ଅସିତ୍‌ ପତି ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଅଭିଜିତ୍‌ ମଜୁମଦାରଙ୍କ ସ୍ବର ସଂଯୋଜନାରେ ଏଥିରେ ସଂଯୋଜିତ ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି ଉଦିତ୍‌ ନାରାୟଣ, ପାମେଲା ଜୈନ, ହ୍ୟୁମନ ସାଗର, ଅରବିନ୍ଦ, ମଣ୍ଟୁ ଛୁରିଆ, ଦୀପ୍ତିରେଖା, ଅମ୍ରିତା ଏବଂ ସୋହିନୀ। ତେବେ ଫିଲ୍ମଟି ଏହି ନବାଗତ ଯୋଡିଙ୍କୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୭୨ ବର୍ଷରେ ଜୟା ବଚ୍ଚନ: ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍‌ରେ ଅମିତାଭଙ୍କ ସହିତ ହୋଇଥିଲା ସାକ୍ଷାତ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ଗୁରୁବାର ୭୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଫିଲ୍ମ...

ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରି ମଧ୍ୟ ମୋର ଭୁଲ ନାହିଁ କହିଥିଲେ ଇଶା

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି। ଏହି କାରଣରୁ,...

ମା’ ହେବା ପରେ ଏପରି ନିଷ୍ପତ୍ତି ନେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପପ ଷ୍ଟାର୍‌ ସ୍ବାମୀ ନିକ ଜୋନାସ ସରୋଗେସି ଜରିଆରେ ନିକଟରେ ମାତାପିତା ହୋଇଛନ୍ତି। ଉଭୟ ଜାନୁୟାରୀ ୨୨ରେ ସୋସିଆଲ...

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ...

ରିଲିଜ୍‌ ହେଲା ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର...

‘ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଲେ ପ୍ରୀତି: ପୁରସ୍କାର ରୂପେ ଟ୍ରଫି, ୧୫ ଲକ୍ଷର ଚେକ୍‌

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଉଛନ୍ତି ପ୍ରୀତି ଭଟାଚାର୍ଯ୍ୟ। ଅକ୍ଟୋବର ୬ରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ...

କଶ୍ମୀରରେ ହନିମୁନ ମନାଉଛନ୍ତି ଆଦିତ୍ୟ-ଶ୍ୱେତା

ମୁମ୍ବାଇ: ବଲିଉଡ୍ ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ ପରେ ଏବେ ହନିମୁନ ପାଳନ କରିବାକୁ ବାହାରି ପଡିଛନ୍ତି । ପତ୍ନୀ ଶ୍ୱେତାଙ୍କୁ ସାଙ୍ଗରେ...

ସୁଶାନ୍ତଙ୍କ ସହିତ ସମ୍ପର୍କକୁ ନେଇ ଏପରି କହିଲେ ଅଙ୍କିତା…

ମୁମ୍ବାଇ, ୨୫।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରା ଇତିମଧ୍ୟରେ ରିଲଜ୍‌ ହୋଇଛି। ଏହାକୁ ନେଇ ପ୍ରଶଂସକ ବେଶ୍‌ ଭାବୁକ...

Advertisement
Archives

Model This Week