ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ ‘କେ.ଜି.ଏଫ୍‌-୨’ରେ ସଞ୍ଜୟ ଦତ୍ତଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଅବସରରେ ଫିଲ୍ମର ଅଭିନେତା ୟଶ ଇନ୍‌ଷ୍ଟାଗ୍ରାମରେ ସଞ୍ଜୁଙ୍କ ଫାଷ୍ଟ ଲୁକ୍‌କୁ ଜାରି କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି, ୬୦ବର୍ଷର ହେବା ପରେ ବି ଏହି ଖଳନାୟକଙ୍କ ପାଖରେ ଅନ୍ୟମାନେ ଫିକା ଲାଗନ୍ତି। ସେହିପରି ଏହି ଅବସରରେ ସଞ୍ଜୁ ମଧ୍ୟ ଫାଷ୍ଟ ଲୁକ୍‌କୁ ଶେୟାର କରିବା ସହ ୟଶଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ଅଧିରା ଚରିତ୍ରରେ ଅଭିନୟ କରି ସେ ବେଶ୍‌ ଉତ୍ସାହିତ ଅଛନ୍ତି ବୋଲି ସଞ୍ଜୟ ଦତ୍ତ କହିଛନ୍ତି। ଜାରି କରାଯାଇଥିବା ଫାଷ୍ଟ ଲୁକ୍‌ରେ ସଞ୍ଜୟ ଦତ୍ତଙ୍କ ପୂରା ମୁହଁ ଦେଖାଯାଉନାହିଁ। ସେ ତାଙ୍କ ମୁହଁକୁ ଏକ କପଡ଼ାରେ ଲୁଚାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ୮୦ ହଜାର ମହୁମାଛି ପାଳିଛନ୍ତି ଏହି ଲୋକପ୍ରିୟ ଗାୟିକା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଆମେରିକାର ପପ୍‌ ଗାୟିକା ବିୟୋନ୍ସ ୮୦ ହଜାର ମହୂମାଛି ନିଜ ଘରେ ପାଳିବାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜେ ବାୟାନ୍ସେ ଏକ ସାକ୍ଷାତକାରରେ ଏକଥା...

ଖଳନାୟକ ଅଂଶୁମାନ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଲକ୍‌ଡାଉନ ପରେ...

ବକ୍ସ ଅଫିିସ୍‌ରେ କମାଲ୍‌ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି

ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦...

ତାପସୀଙ୍କ ‘ଥପ୍ପଡ’ ଦେଖି ଖୁସି ହେଲେ ଜାଭେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସାମାଜିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମରେ ଅଭିନୟ...

ଗଲଓ୍ବାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଗଲଓ୍ବାନ ଘାଟିରେ ହୋଇଥିବା ଭାରତ ଏବଂ ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ...

ଯାତ୍ରା ଜଗତର ଦୁଇ ମହାରଥୀ: ମଞ୍ଚର ନେପଥ୍ୟରେ ରହି କରନ୍ତି ସବୁକିଛି

ଯାତ୍ରା ଜଗତର ଦୁଇ ମହାରଥୀ। ଏମାନେ ମଞ୍ଚ ଉପରକୁ ଆସନ୍ତିନି। ମଞ୍ଚର ନେପଥ୍ୟରେ ରହି ସବୁକିଛି କରୁଥାନ୍ତି। ଏ ଦୁହେଁ ସବୁବେଳେ ଗୋଟିଏ କଥା ଚିନ୍ତା...

ଜୟଲଲିଥାଙ୍କ ୭୨ତମ ଜନ୍ମଦିନ ଅବସରରେ ଥାଲାଇବିର ନୂଆ ଲୁକ୍‌ ଶେୟାର କଲେ କଙ୍ଗନା

ମୁମ୍ବାଇ: ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟଲଲିଥାଙ୍କ ସୋମବାର ୭୨ତମ ଜନ୍ମଦିନ। ଏହି ଅବସରରେ ବଲିଉଡ୍‌ କୁଇନ କଙ୍ଗନା ରଣାଓ୍ବତ ତାଙ୍କର ଅପ୍‌ କମିଂ ଫିଲ୍ମ...

ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଜୁହି ଚାଓ୍ବଲା। ନଭେମ୍ବର ୧୩ରେ ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଥିବା...


Coronavirus Update

Archives

Model This Week

Why Dharitri