ରାସ୍ତା ମଝିରେ ଖରାପ ହେଲା ଅଳିଆ ବୋଝେଇ ହାଇଓ୍ବା: କଟକ ରୋଡ୍‌ରେ ଟ୍ରାଫିକ୍‌ ଜାମ ପରିସ୍ଥିତି

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): ସ୍ଥାନୀୟ ଲକ୍ଷ୍ମୀସାଗର ଟ୍ରାଫିକ୍‌ ଛକ ନିକଟରେ ଶୁକ୍ରବାର ଏକ ଅଳିଆ ବୋଝେଇ ହାଇଓ୍ବା ଖରାପ ହେବା ପରେ କଟକ ରୋଡ୍‌ ଅଞ୍ଚଳରେ ନାହିଁ ନ ଥିବା ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ରେ ଡାଳପତ୍ର ସାଙ୍ଗକୁ ଅଳିଆ ନେଇ ଯାଉଥିବା ଉକ୍ତ ହାଇଓ୍ବାରେ କୌଣସି କାରଣ ବଶତଃ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଗାଡ଼ିଟି ମଝି ରାସ୍ତାରେ ଅଟକି ରହିଥିଲା। ଲୋକମାନେ ଟ୍ରାଫିକ୍‌ ଜାମରେ ଫସିଥିଲେ। ତେବେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଉଥିବା ଏକ ଜେସିବି ହାଇଓ୍ବାକୁ ରାସ୍ତାରୁ ଦୂରେଇବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ସୁଫଳ ମିଳିପାରି ନ ଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ନିକଟରେ ଥିବା ଟ୍ରାଫିକ୍‌ ପୋଷ୍ଟ କର୍ମଚାରୀ ହାଇଓ୍ବାଟିକୁ ହଟାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ: ବେତନ ବଦଳରେ ଲାଗୁ ହେବ…

ଭୁବନେଶ୍ୱର,୧୩।୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ…

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri