ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ନିମ୍ନମାନର: ପ୍ରତିବାଦ କଲେ ବଡବିଲ କଲେଜ ଛାତ୍ରୀଛାତ୍ର

ବଡବିଲ, ୨୯।.୧୧ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ସହରାଞ୍ଚଳ ଦେଇ ୪ ଲେନ ବିଶିଷ୍ଟ ୧୦ ନମ୍ବର ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ଓ ଖାଲଖମା ଗୁଡିକର ତୁରନ୍ତ ମରାମତି କରି ଦୁର୍ଘଟଣାକୁ ଏଡାଇବା ନିମନ୍ତେ ବ୍ୟବସ୍ଥା ଦାବି କରି ବଡବିଲ କଲେଜର ଛାତ୍ରୀଛାତ୍ର ଗୁରୁବାର ମଧ୍ୟାହ୍ନରେ ରାଜ୍ୟ ରାଜପଥକୁ ଓହ୍ଲାଇବା ସହ ରାସ୍ତା ଉପରେ ଛିଡା ହୋଇ ଏହାର ପ୍ରତିବାଦ କରିଛନ୍ତି। ତେବେ ଖବର ପାଇ ବଡବିଲ ଥାନା ପୋଲିସ ସେଠାରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବଡବିଲ-ଝାଡଖଣ୍ଡ ରାଜ୍ୟକୁ ସଂଯୋଗ କରୁଥିବା ବିବିଏନ(ବଣେଇ ବର୍ଡର-ବଡବିଲ-ନାଲଦା) ୧୦ ନମ୍ବର ରାଜ୍ୟ ରାଜପଥର ୨୯୯ନଂ ଭଦ୍ରାସାହିସ୍ଥିତରୁ ୩୦୫ନଂ ଡାକବଙ୍ଗଳା ପର୍ଯ୍ୟନ୍ତ ୬ କି.ମି. ଦୂରତ୍ୱ ରାସ୍ତା ନିର୍ମାଣ ନିମନ୍ତେ ୩୩କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତା ନିର୍ମାଣ ନିମନ୍ତେ ଅନୁଗୋଳର ଏକ ଠିକାଦାର ସଂସ୍ଥା କାର୍ଯ୍ୟାଦେଶ ପାଇ ଥିଲାବେଳେ ରାସ୍ତା ନିର୍ମାଣର ସମୟ ଅବଧି ୨୦୧୮ ମସିହା ଜୁଲାଇ ୩୦ତାରିଖ ଠାରୁ ଆରମ୍ଭ ହୋଇ ୨୦୧୯ ମସିହା ଜୁଲାଇ ୨୯ତାରିଖରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଧାର୍ଯ୍ୟ ହୋଇଥିଲା। ହେଲେ ଉକ୍ତ କାର୍ଯ୍ୟକୁ ଅନ୍ୟଜଣେ ଠିକାଦାରଙ୍କୁ ଦିଆଯାଇଥିବା ବେଳେ ନିମ୍ନରାସ୍ତାର ରାସ୍ତା ନିର୍ମାଣ ଯୋଗୁ ଅନେକ ସ୍ଥାନରେ ପିଚୁ ଦବିଯାଇଥିବା ଜଣାପଡିଛି। ଏ ନେଇ ବଡବିଲ ଗୃହ ଓ ରାସ୍ତା ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ଦାସଙ୍କୁ ପଚାରିଥିଲେ ହେଁ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ, ଗଛ କଟା ନେଇ ବିଳମ୍ବ ହୋଇଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନ ଥିବା କହିଥିଲେ। ନିମ୍ନମାନର କାର୍ଯ୍ୟ ଓ ପିଚୁ ଦବିବା ନେଇ ସହକାରୀ ଯନ୍ତ୍ରୀ ଦାସ କହିଛନ୍ତି ଯେ, ପିଚୁ ଦବିଗଲେ ପୁନର୍ବାର କଣ୍ଟ୍ରାକ୍ଟର ନିର୍ମାଣ କରିଦେବେ। ଗତ ସୋମବାର ଜଣେ ବ୍ୟକ୍ତି ବାଇକରୁ ପଡି ଗୁରୁତର ଅବସ୍ଥାରେ ଅନ୍ୟତ୍ର ସ୍ଥାନାନ୍ତର ହୋଇ ମୃତ୍ୟୁମୁଖରେ ପଡିଥିବା ଘଟଣା ଜାଣି ଛାତ୍ରୀଛାତ୍ର ଉକ୍ତ ରାସ୍ତାର ତୁରନ୍ତ ମରାମତି ନିମନ୍ତେ ଦାବି କରିଛନ୍ତି। ଏହାସହ ଛାତ୍ରଛାତ୍ର ଏହି ୪ ଲେନ ବିଶିଷ୍ଟ ରାସ୍ତାର ଉନ୍ନତମାନ ନିର୍ମାଣ ନିମନ୍ତେ ଜିଲା ମୁଖ୍ୟାଳୟରୁ ଜଣେ ସ୍ବତନ୍ତ୍ର ଯନ୍ତ୍ରୀଙ୍କୁ ନିୟୋଜିତ କରିବା ସହ ଖୁବ୍‌ ଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri