ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ଶଙ୍ଖେଇ ଗ୍ରାମବାସୀ ହନ୍ତସନ୍ତ

ନୟାଗଡ଼ ଅଫିସ,୨୮।୭-ସମସ୍ତ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ତିଆରି କରାଯାଉଛି। ନୟାଗଡ଼ ଜିଲା ସଦର ବ୍ଲକ ନୋତର ପଞ୍ଚାୟତ ଶଙ୍ଖେଇ ଗ୍ରାମରେ ରାସ୍ତା କାମ ଅଧାପନ୍ତରିଆ ହୋଇ ପଡିରହିଛି। କାମ ନ ହେବା ଯୋଗୁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଠିକାଦାର ଜଣଙ୍କ କାର୍ଯ୍ୟରେ ବିଳମ୍ବ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଉନାହିଁ।

ରାସ୍ତାଠାରୁ ଶଙ୍ଖେଇ ଦେଇ ଫାସିପଡ଼ା ଯାଏ ୨ (୧.୯୯୮) କି.ମି. ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧ କୋଟି ୧୫ ଲକ୍ଷ ୬୦ ହଜାର ଟଙ୍କା ଅଟକଳ କରାଯାଇଛି। ୬ ଡିସେମ୍ବର ୨୦୧୭ରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୫ ଡିସେମ୍ବର ୨୦୧୯ରେ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ୧.୦୪୮ କି.ମି. ପିଚୁ ରାସ୍ତା ହେବାକୁ ଥିବା ବେଳେ ୯୫୦ ମିଟରର କଂକ୍ରିଟ ରାସ୍ତା ହେବାକୁ ସୂଚନା ଫଳକରେ ଦର୍ଶାଯାଇଛି। ରାସ୍ତା କାର୍ଯ୍ୟ ଦେଖିଲେ ଏହା ଡିସେମ୍ବର ଶେଷ ଆଡ଼କୁ ସରିବ କି ନାହିଁ ବୋଲି ଜଳ ଜଳ ଦେଖାଯାଉଛି। ଏହି ରାସ୍ତାରେ ଶଙ୍ଖେଇ, ଫାସିପଡ଼ା, ଆଡ଼ଚେର, ହରିପୁର, ଡିମିସର, କୋଡ଼ିଏ କାହାଣିଆ ଆଦି ଗ୍ରାମକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଶଙ୍ଖେଇ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ହୋଇଥିବା ବେଳେ ବଳକା ରାସ୍ତା ହୋଇପାରିନାହିଁ। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ହୋଇପାରି ନ ଥିବା ଯୋଗୁ ଅନ୍ୟ ବାଟରେ ବାଇକ୍‌ ଚାଳକମାନେ ଯାଉଛନ୍ତି। ଯେଉଁମାନେ ଉକ୍ତ ରାସ୍ତାରେ ଯାଉଛନ୍ତି ବାଧ୍ୟ ହୋଇ ପାଦରୁ ଚପଲ କାଢି ହାତରେ ଧରି ଯିବାକୁ ପଡୁଛି। ଉକ୍ତ ଗ୍ରାମ ଦେଇ ଦୁଆଣ୍ଟ ନଦୀ ପ୍ରବାହିତ ହେଉଥିବାରୁ ଉପରୋକ୍ତ ରାସ୍ତାକୁ ଉଚ୍ଚା କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଥିଲା। ହେଲେ ଠିକାଦାର ଜଣଙ୍କ ତଳୁଆ ରାସ୍ତା କରିଥିବାରୁ ଗ୍ରାମବାସୀ ତାହାକୁ ବିରୋଧ କରୁଛନ୍ତି। ପ୍ରାୟ ବର୍ଷେ ହେଲାଣି ଏହିଭଳି ଅଧାପନ୍ତରିଆ ଭାବେ ରାସ୍ତା କାର୍ଯ୍ୟ ପଡ଼ି ରହିଛି। କୌଣସି ଅଗ୍ରଗତି ହୋଇପାରିନାହିଁ। ଏ ନେଇ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି, ଉକ୍ତ ରାସ୍ତାରେ ପୋଲ ହେବାର ଅଛି। ପୋଲ ପାଇଁ ଢଳେଇ କାର୍ଯ୍ୟ ସରିଥିବା ବେଳେ ଆଉ କିଛି କାର୍ଯ୍ୟ ବାକି ଅଛି। ପୋଲ କାମ ସରିବା ପରେ ରାସ୍ତା କାର୍ଯ୍ୟ ହେବ ବୋଲି ସେ ପ୍ରକାଶ କରିଥିଲେ। ବର୍ତ୍ତମାନ ବର୍ଷା ଋତୁ ଥିବାରୁ କାମ ବନ୍ଦ ହୋଇ ପଡ଼ିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri