ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ଶଙ୍ଖେଇ ଗ୍ରାମବାସୀ ହନ୍ତସନ୍ତ

ନୟାଗଡ଼ ଅଫିସ,୨୮।୭-ସମସ୍ତ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ତିଆରି କରାଯାଉଛି। ନୟାଗଡ଼ ଜିଲା ସଦର ବ୍ଲକ ନୋତର ପଞ୍ଚାୟତ ଶଙ୍ଖେଇ ଗ୍ରାମରେ ରାସ୍ତା କାମ ଅଧାପନ୍ତରିଆ ହୋଇ ପଡିରହିଛି। କାମ ନ ହେବା ଯୋଗୁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଠିକାଦାର ଜଣଙ୍କ କାର୍ଯ୍ୟରେ ବିଳମ୍ବ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଉନାହିଁ।

ରାସ୍ତାଠାରୁ ଶଙ୍ଖେଇ ଦେଇ ଫାସିପଡ଼ା ଯାଏ ୨ (୧.୯୯୮) କି.ମି. ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧ କୋଟି ୧୫ ଲକ୍ଷ ୬୦ ହଜାର ଟଙ୍କା ଅଟକଳ କରାଯାଇଛି। ୬ ଡିସେମ୍ବର ୨୦୧୭ରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୫ ଡିସେମ୍ବର ୨୦୧୯ରେ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ୧.୦୪୮ କି.ମି. ପିଚୁ ରାସ୍ତା ହେବାକୁ ଥିବା ବେଳେ ୯୫୦ ମିଟରର କଂକ୍ରିଟ ରାସ୍ତା ହେବାକୁ ସୂଚନା ଫଳକରେ ଦର୍ଶାଯାଇଛି। ରାସ୍ତା କାର୍ଯ୍ୟ ଦେଖିଲେ ଏହା ଡିସେମ୍ବର ଶେଷ ଆଡ଼କୁ ସରିବ କି ନାହିଁ ବୋଲି ଜଳ ଜଳ ଦେଖାଯାଉଛି। ଏହି ରାସ୍ତାରେ ଶଙ୍ଖେଇ, ଫାସିପଡ଼ା, ଆଡ଼ଚେର, ହରିପୁର, ଡିମିସର, କୋଡ଼ିଏ କାହାଣିଆ ଆଦି ଗ୍ରାମକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଶଙ୍ଖେଇ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ହୋଇଥିବା ବେଳେ ବଳକା ରାସ୍ତା ହୋଇପାରିନାହିଁ। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ହୋଇପାରି ନ ଥିବା ଯୋଗୁ ଅନ୍ୟ ବାଟରେ ବାଇକ୍‌ ଚାଳକମାନେ ଯାଉଛନ୍ତି। ଯେଉଁମାନେ ଉକ୍ତ ରାସ୍ତାରେ ଯାଉଛନ୍ତି ବାଧ୍ୟ ହୋଇ ପାଦରୁ ଚପଲ କାଢି ହାତରେ ଧରି ଯିବାକୁ ପଡୁଛି। ଉକ୍ତ ଗ୍ରାମ ଦେଇ ଦୁଆଣ୍ଟ ନଦୀ ପ୍ରବାହିତ ହେଉଥିବାରୁ ଉପରୋକ୍ତ ରାସ୍ତାକୁ ଉଚ୍ଚା କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଥିଲା। ହେଲେ ଠିକାଦାର ଜଣଙ୍କ ତଳୁଆ ରାସ୍ତା କରିଥିବାରୁ ଗ୍ରାମବାସୀ ତାହାକୁ ବିରୋଧ କରୁଛନ୍ତି। ପ୍ରାୟ ବର୍ଷେ ହେଲାଣି ଏହିଭଳି ଅଧାପନ୍ତରିଆ ଭାବେ ରାସ୍ତା କାର୍ଯ୍ୟ ପଡ଼ି ରହିଛି। କୌଣସି ଅଗ୍ରଗତି ହୋଇପାରିନାହିଁ। ଏ ନେଇ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି, ଉକ୍ତ ରାସ୍ତାରେ ପୋଲ ହେବାର ଅଛି। ପୋଲ ପାଇଁ ଢଳେଇ କାର୍ଯ୍ୟ ସରିଥିବା ବେଳେ ଆଉ କିଛି କାର୍ଯ୍ୟ ବାକି ଅଛି। ପୋଲ କାମ ସରିବା ପରେ ରାସ୍ତା କାର୍ଯ୍ୟ ହେବ ବୋଲି ସେ ପ୍ରକାଶ କରିଥିଲେ। ବର୍ତ୍ତମାନ ବର୍ଷା ଋତୁ ଥିବାରୁ କାମ ବନ୍ଦ ହୋଇ ପଡ଼ିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ,୧୯ା୧୦(ସ୍ବ.ପ୍ର.): କୋରାପୁଟ ଜିଲାର ସୀମାନ୍ତ ଆଙ୍କଦଳି ଅଞ୍ଚଳରୁ ଏକ ପ୍ଲାଷ୍ଟିକ୍‌ ଡ୍ରମରେ ପୋତା ଯାଇଥିବା ବିପୁଳ ପରିମାରଣର ମାଓବାଦୀ ବିସ୍ଫୋରକ ଜବତ କରାଯାଇଛି। କୋରାପୁଟ ଡିଭିଏଫ୍‌...

ଡେଙ୍ଗୁ କବଳରେ ଲକ୍ଷ୍ମୀପୁର, ୩ ଦିନରେ ୧୫ ଚିହ୍ନଟ

କୋରାପୁଟ,୧୯ା୬(ସ୍ବ.ପ୍ର.): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସବୁବେଳେ ରୋଗୀଙ୍କ ଭିଡ଼ ଜମୁଛି। କିଛିଦିନ ତଳେ...

୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୧୯ା୯-ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ନିରଞ୍ଜନ...

ଗୋଧି ଗିଳୁଥିବା ଅହିରାଜକୁ ଗୁଳି ଘଟଣା: ଶିକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ରାଜନୈତିକ ଚାପ ଚର୍ଚ୍ଚା

ବନ୍ତଳା,୧୪ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆସ୍ଥିତ ପାଣ୍ଡୁରୀଶୁଣି ପାହାଡ଼ରେ ଗତ ୧୦ ତାରିଖରେ ଗୋଧି ଗିଳୁଥିବା ଏକ ଅହିରାଜକୁ ଶିକାରୀମାନେ ଗୁଳି କରିଥିବା...

ବାଙ୍ଗିରିପୋଷି, ବାରିପଦାରେ ଭାଜପା ଓ ମୋରଡାରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩।୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ମୟୂରଭଞ୍ଜ ଲୋକ ସଭା ଆସନ ଅନ୍ତର୍ଗତ ବାଙ୍ଗିରପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗଦା ମୁର୍ମୁ...

ହୀରାକୁଦ ଡ୍ୟାମ୍‌ର ୧୪ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୨୯ା୭(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ବୁଧବାର ୧୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମିଳିଥିବା ରିପୋର୍ଟ ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୦୭.୧୭ ଫୁଟ୍‌ ରହିଛି।...

ହର ହର ମହାଦେବ, ଜୟ ଶ୍ରୀରାମ ଲେଖି ୨ ଗିରଫ

ଆନନ୍ଦପୁର,୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ୧୯୯୯ ମସିହାରେ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନସ୍‌ ଓ...

ମହିଳା ଖବରଦାତାଙ୍କୁ ଆକ୍ରମଣ ପ୍ରତିବାଦ: ଭବାନୀପାଟଣାସ୍ଥିତ ଗାନ୍ଧୀଛକଠାରେ ବିକ୍ଷୋଭ

ଭବାନୀପାଟଣା, ୩୦।୧୨(ଡି.ଏନ୍‌.ଏ.): ଭୁବନେଶ୍ୱରର ରସୁଲଗଡ଼ଠାରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ରେ ମହିଳା ଖବରଦାତାଙ୍କୁ ଆକ୍ରମଣ ଏବଂ ଅସଦାଚରଣ ଘଟଣାକୁ ନେଇ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ...

Advertisement
Archives

Model This Week