ରାସ୍ତା କାଦୁଅ ପଚପଚ, ବାଟରେ ଅଟକିଲା ଆମ୍ବୁଲାନ୍ସ

ଝରିଗାଁ, ୫।୭(ସ୍ବ.ପ୍ର.) : ସାମାନ୍ୟ ବର୍ଷାରେ ରାସ୍ତା କାଦୁଅରେ ପଚପଚ। ଜରୁରିକାଳୀନ ରୋଗୀ, ଗର୍ଭବତୀଙ୍କୁ ଆଣିବା ପାଇଁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହୁଛି। ପ୍ରସୂତିଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନେବା ଲାଗି ସମ୍ପର୍କୀୟମାନେ ଗାଁରୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣୁଛନ୍ତି। ଏହିପରି ଏକ ଘଟଣା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତରେ ଗୁରୁବାର ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ବାଘଡଙ୍ଗରୀ ଗ୍ରାମର ଦୃପତି ପୂଜାରୀ(୨୫)ଙ୍କ ପ୍ରସବ ଯନ୍ତ୍ରଣା ଗୁରୁବାର ପୂର୍ବାହ୍ନ ୧୦ଟାରେ ହୋଇଥିଲା। ହେଲେ ଗାଁକୁ ମୋବାଇଲ ସେବା ନଥିବା ଯୋଗୁ ପରିବାର ଲୋକେ ଗାଁ ବାହାରେ ଗୋଟିଏ ଉଚ୍ଚ ସ୍ଥାନରେ ରହି ୧୦୮ ଆମ୍ବୁଲାନ୍ସକୁ ବହୁ କଷ୍ଟରେ ମଧ୍ୟାହ୍ନ ୧୨ଟାରେ ଯୋଗାଯୋଗ କରିଥିଲେ। ଅପରାହ୍ନ ୩ଟାରେ ଆମ୍ବୁଲାନ୍ସଟି ରାସ୍ତା ଖରାପ ରହିଥିବା ଯୋଗୁ ବାଘଡଙ୍ଗରୀ ଗ୍ରାମକୁ ନଯାଇ ଯୋଡାଆମ୍ବ ଛକ ନିକଟରେ ଅଟକି ରହିଥିଲା। ଏହାପରେ କୌଣସି ପ୍ରକାରରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଦୃପତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଦୃପତିଙ୍କୁ ଏକ ଖଟିଆରେ ପରିବାର ଲୋକେ ବୋହି ପ୍ରାୟ ୧ କି.ମି. କାଦୁଅ ପଚପଚ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ। ଏହାପରେ ଦୃପତିଙ୍କୁ ୧୦୮ଆମ୍ବୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଦୃପତି ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ରାନୀ ବଖରୀ

ସମ୍ବଲପୁର, ୨୩ା୭(ବ୍ୟୁରୋ): ନବବଧୂ ଭଳି ସଜେଇ ହୋଇଛି ରାନୀ ବଖରୀ। ୩ ମହଲା ବିଶିଷ୍ଟ ଐତିହାସିକ ରାଜପ୍ରାସାଦରେ ମୋଟ ୧୫ଟି କୋଠରି ରହିଛି। ତଳେ ୭,...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର,୨୫।୩(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

କଳାହାଣ୍ଡିରେ ବନ୍ଦ ହେଲା ସମସ୍ତ ଧାନମଣ୍ଡି

ଭବାନୀପାଟଣା,୧ା୭(ଡି.ଏନ୍‌.ଏ.): ଚଳିତ ରବିଋତୁରେ ଧାନ ସଂଗ୍ରହ ପାଇଁ ମେ’ ୨୫ରୁୁ ଆରମ୍ଭ ହୋଇଥିବା ସମସ୍ତ ମଣ୍ଡି ଜୁନ୍‌ ୩୦ରୁ ବନ୍ଦ ହୋଇଛି। ରବିବାର ସୁଦ୍ଧା କଳାହାଣ୍ଡି...

ବଳାତ୍କାର କରି ବ୍ଲାକମେଲିଂ କରୁଥିଲେ

କୁଚିଣ୍ଡା,୨୮ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୨୦ ଲକ୍‌ଡାଉନ ସମୟରେ ଟ୍ୟୁଶନରୁ ଫେରିବା ବାଟରେ କିରାଶାସନ ଗ୍ରାମର ବାଦଲ ମିଞ୍ଜ ଓ...

ସହାୟତା ଦାବି କଲେ ଘରୋଇ ଗାଡି ଚାଳକ

ସମ୍ବଲପୁର,୧୯ା୪(ବ୍ୟୁରୋ)-ଲକ୍‌ଡାଉନର ପ୍ରଭାବ ଘରୋଇ ବସ୍‌, ଟ୍ରକ, କାର ଓ ସମସ୍ତ ଚାରିଚକିଆ ଯାନ ଚଲାଇଥିବା ଡ୍ରାଇଭରମାନଙ୍କ ଉପରେ ପଡିଛି । ଗାଡି ଚଳାଚଳ ବନ୍ଦ ହେବାରୁ...

ପିଲାଙ୍କ ରଥଯାତ୍ରା, ନିଆରା ପରମ୍ପରା

ବରଗଡ଼ ଅଫିସ୍‌,୫।୭-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେବେ ବରଗଡ଼ ନାଏକପଡ଼ାର ଶିଶୁଙ୍କ ରଥଯାତ୍ରା ପାଳନ ସମ୍ପୂର୍ଣ୍ଣ ନିଆରା । ପିଲାମାନେ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ହେବ କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର,୪।୪(ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ-୧୯ ହସ୍ପିଟାଲ ଅସ୍ଥାୟୀ ଭାବେ ଖୋଲିବାକୁ ଜିଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲା...

ରିଲିଫ ପାଣ୍ଠିକୁ ଦାନ କଲା ଶୀତଳଷଷ୍ଠୀ ଯାତ୍ରା କମିଟି

ସମ୍ବଲପୁର, ୧୧।୪ (ବ୍ୟୁରୋ)-ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଏହି ପରିସ୍ଥିତିରେ ମୁକାବିଲା ଲାଗି ସମ୍ବଲପୁର ବଡବଜାର ଶ୍ରୀ ଶ୍ରୀ ଶିତଳେଶ୍ୱର ବାବା...

Advertisement
Archives

Model This Week