ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଏହାକୁ କେନ୍ଦ୍ର କରି ଗାଁ ଲୋକେ ଶେଷରେ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି।
ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ଓ ଖେଣ୍ଡରା ପଞ୍ଚାୟତ ଅଧୀନରେ ନହବେଡା- ଫକିରପୁର-ପଦ୍ମକେଶରପୁର ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ରହିଛି। ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇ ବିପଦସଙ୍କୁଳ ହୋଇ ପଡି ରହିଛି। ଏହି ରାସ୍ତାରେ ବର୍ଷାଦିନରେ ୧୦୨,୧୦୮ ଆମ୍ବୁଲାନ୍ସ ଯାଇ ପରେ ନାହିଁ। ବର୍ଷ ତମାମ ଯାତାୟାତରେ କଷ୍ଟ ଭୋଗୁଥିବା ଫକିରପୁର, ପଦ୍ମକେଶରପୁର, ଧଉଳିପାଟ, ବାଘିଆନଶା, କଙ୍କଡାଯୋଡି ଗ୍ରାମବାସୀ ବର୍ଷାଦିନରେ ସ୍ବାସ୍ଥ୍ୟ ସେବାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି। ଆଦିବାସୀ ଅଧ୍ୟୁଷିତ ତଥା ଜଙ୍ଗଲାଞ୍ଚଳରେ ଥିବା ଉପରୋକ୍ତ ଗ୍ରାମ ବାସୀନ୍ଦା କୃଷିଜୀବୀ ଓ ଶ୍ରମିକ ଅଟନ୍ତି। ଶ୍ରମିକମାନେ ଗାଁରୁ ବାହାରି ମୁଖ୍ୟ ରାସ୍ତାକୁ ଆସି ଯୋଡା, ଜୁରୁଡି ଖଣି ଅଞ୍ଚଳକୁ କାମ କରିବା ପାଇଁ ଯାତାୟାତ କରୁଥିବା ବେଳେ ରାସ୍ତାର ଦୟନୀୟ ସ୍ଥିତି ଯୋଗୁ କାମରୁ ଫେରିବାବେଳେ ରାତି ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗାଁ ଗୁଡିକର ଲୋକସଂଖ୍ୟା ୩ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ, ନିର୍ମାଣ ହେବାକୁ ଥିବା ୬କି.ମି ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ଦୋହରାଇ ଚାଲିଛନ୍ତି। ଅଭିଯୋଗ ଅନୁସାରେ ୩ବର୍ଷ ହେଲା ଉକ୍ତ ରାସ୍ତାରେ ପଞ୍ଚାୟତ ଦ୍ୱୟ ପକ୍ଷରୁ ମାଟି ମୁଠାଏ ମଧ୍ୟ ପଡି ନାହିଁ। ଓଲଟି ସମୟ ସମୟରେ ଗ୍ରାମବାସୀ ରାସ୍ତାର ଖାଲ ଜାଗା ଗୁଡିକରେ ନିଜ ଶ୍ରମ ଦାନରେ ମାଟି, ମୋରମ ପକାଇଥାନ୍ତି। ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଝୁମ୍ପୁରାସ୍ଥିତ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତାଟି କେବଳ ସର୍ଭେରେ ସୀମିତ ରହିଛି। ପଞ୍ଚାୟତ ସମିତି ପକ୍ଷରୁ ବିଧିବଦ୍ଧ ଭାବେ ହସ୍ତାନ୍ତର ହୋଇନାହିଁ। ବିଡିଓ ଜୟଶ୍ରୀ ବେଉରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଣ ହୋଇଛି ଦେଖୁଛି। ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପିକାଙ୍କୁ ଚକୋଲେଟ୍‌ ଦେଇଛି ଭିନ୍ନ ଏକ ପରିଚୟ

ନବରଙ୍ଗପୁର,୧୦।୭ (ବି.ପ୍ର.): ପିଲାରୁ ବୟସ୍କ ଯାଏଁ ସମସ୍ତଙ୍କର ଚକୋଲେଟ୍‌ ପାଇଁ ଥାଏ ଦୁର୍ବଳତା। ବଜାରରେ ମଧ୍ୟ ଚକୋଲେଟ୍‌ର ଚାହିଦା ବେଶ୍‌ ରହିଛି। ସେଥିପାଇଁ ଏହାକୁ ରୋଜଗାର...

ଲଗାଣ ବର୍ଷାରେ ଭାଙ୍ଗିଲା ଘର: ବାସହୀନ ଦୁଇ ପରିବାର

କୋକସରା,୨୩ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନ ପ୍ରତିନିଧି ଓ ପଞ୍ଚାୟତ...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୫: କନ୍ଧମାଳ ଜିଲାରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚଙ୍କୁ ରାତିରେ...

ରାଜ୍ୟର ୭ କଲେଜର ରୂପ ବଦଳିବ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ରାଜ୍ୟରେ ଥିବା ୭ ବଡ଼ବଡ଼ କଲେଜର ଚେହେରା ବଦଳିବ। ଭିତ୍ତିଭୂମିର ବିକାଶ ହେବା ସହ ସ୍ମାର୍ଟ ଶ୍ରେଣୀଗୃହ କିମ୍ବା ଉତ୍କର୍ଷ କେନ୍ଦ୍ର କରାଯିବ।...

ଧୋଇଗଲା କଲଭର୍ଟ ପାର୍ଶ୍ୱ ରାସ୍ତା

ଫୁଲବାଣୀ ଅଫିସ,୩୦ା୮- ତୁମୁଡ଼ିବନ୍ଧ ବ୍ଲକର ଉପାନ୍ତ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଲଙ୍କାଗଡ଼ ପଞ୍ଚାୟତ କାରୁକୁଡି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ...

କରୋନା ସହାୟତାରୁ ବଞ୍ଚିତ ୧୧ ହଜାର ଉଠାଦୋକାନୀ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ପାଇଁ ପ୍ରତ୍ୟେକ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ଏବେ...

ବାହୁଡା ଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୨ ଜୀବନ

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ କେନ୍ଦୁଆ ଗ୍ରାମରେ ବାହୁଡା ଯାତ୍ରାରେ ଅଘଟଣ ଘଟିଛି। ରଥକୁ ଟାଣି ସାଇଟ୍‌ କରୁଥିବା ବେଳେ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡା ଅଫିସ, ୪।୮: ଝାରସୁଗୁଡା ଜିଲା ଲଖନପୁର ବ୍ଳକ୍‌ କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବାକୁ...

Advertisement
Archives

Model This Week