Posted inରାଜ୍ୟ

ରାସ୍ତାରେ ପୋଲିସ ପକାଇଲା ତାରବାଡ଼: ଶହୀଦ ପରିବାର ଗୃହବନ୍ଦୀ

ଢେଙ୍କାନାଳ ଅଫିସ, ୨୪।୭- ପୋଲିସ ଦାଦାଗିରି। କ୍ଷମତାର ବଳ ଦେଖାଇ ରାସ୍ତାରେ ଜୋରଜବରଦସ୍ତ ପକାଇଦେଲେ ତାରବାଡ଼। ଯେଉଁଥିପାଇଁ ଦେଶ ସେବାରେ ପ୍ରାଣବଳି ଦେଇଥିବା ଜଣେ ଶହୀଦଙ୍କ ପରିବାରକୁ ଭୋଗିବାକୁ ପଡୁଛି ଗୃହବନ୍ଦୀ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅଞ୍ଚଳରେ। ମାନସିକ ଅଶାନ୍ତି ଭିତରେ ଦିନ ବିତାଉଥିବା ସମ୍ପୃକ୍ତ ଶହୀଦ ପରିବାର ଏ ନେଇ ସୋମବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଭିଯୋଗପତ୍ରର ନକଲ ମୁଖ୍ୟମନ୍ତ୍ରୀ, ଡିଜିପି, ଏସ୍‌ଓଜି ପୋଲିସ କମାଣ୍ଡାଣ୍ଟ, ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି।
ହିନ୍ଦୋଳ ବ୍ଲକ ରାସୋଳ ଥାନା ବେଡ଼ାପଡ଼ା ଗ୍ରାମର ବିଜନ ସାମଲଙ୍କ ଏକମାତ୍ର ପୁଅ ହେଉଛନ୍ତି ସୁବ୍ରତ ସାମଲ। ବୈପାରୀଗୁଡ଼ା ଏସ୍‌ଓଜି ବାଟାଲିୟନରେ କାର୍ଯ୍ୟରତ ଥିବାବେଳେ ୨୦୧୦ରେ ସେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ। ଏହାପରେ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଶହୀଦ ପରିବାରକୁ କଣ୍ଟାବଣିଆ ଥାନା ମଙ୍ଗଳପୁର ମୌଜାରେ ଜମି ପ୍ରଦାନ କରାଯାଇଥିଲା, ଯାହାର ଖତିଆନ ନଂ. ୭୫୪/୧୦୮୦ ଏବଂ ପ୍ଲଟ ନଂ. ୫୭୫୫। ୨୦୧୨ରୁ ବିଜନ ସପରିବାର ସେଠାରେ ଘର କରି ରହିଆସୁଛନ୍ତି।
ଏ ନେଇ ଶହୀଦ ଯବାନଙ୍କ ମା’ ସୁରମା ସାମଲ କୁହନ୍ତି, ତତ୍କାଳୀନ ସମୟରେ ଓଡ଼ାପଡ଼ା ତହସିଲଦାରଙ୍କ ଉପସ୍ଥିତିରେ କଣ୍ଟାବଣିଆ ଥାନାର ପୂର୍ବପାର୍ଶ୍ୱରେ ପୁରୁଣା ଜାତୀୟ ରାଜପଥଠାରୁ ପ୍ଲଟ ନଂ. ୫୭୫୯ ଦେଇ ଘର ଯାଏ ରାସ୍ତା ଚିହ୍ନଟ କରାଯାଇଥିଲା। କିନ୍ତୁ ୨୦୧୯ ଏପ୍ରିଲରୁ କଣ୍ଟାବଣିଆ ଥାନାଧିକାରୀ ଉକ୍ତ ରାସ୍ତାକୁ ତାରବାଡ଼ ପକାଇ ବନ୍ଦ କରିଦେଇଛନ୍ତି। ଘର ନିକଟରେ ଥିବା ଅନ୍ୟ ଏକରାସ୍ତାକୁ ଜିଏମ୍‌ଆର କମ୍ପାନୀ ବ୍ୟବହାର କରୁଛି। ସୂଚନା ଫଳକରେ ଉକ୍ତ ରାସ୍ତାକୁ ସର୍ବସାଧାରଣ ବ୍ୟବହାର କରିପାରିବେ ନାହିଁ ବୋଲି ଦର୍ଶାଯାଇଛି। ଫଳରେ ପରିବାର ଲୋକେ ଯାତାୟାତ କରିବାରେ ସମସ୍ୟା ଭୋଗୁଛନ୍ତି। ପୁନର୍ବାର ରାସ୍ତା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ। ପୁଅ ପୋଲିସ ବିଭାଗରେ ଚାକିରି କରିବା ଅଭିଶାପ ବୋଲି ସୁରମା କ୍ଷୋଭବ୍ୟକ୍ତ କରି କହିଛନ୍ତି।
ଏ ନେଇ କଣ୍ଟାବଣିଆ ଥାନାଧିକାରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ଛୁଟିରେ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ। ଏ ନେଇ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ଥାନା ନିକଟରେ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ବାସଭବନ ନିର୍ମାଣ ପାଇଁ ଏକ ଜାଗା ରହିଛି। ଉକ୍ତ ରାସ୍ତା ମଧ୍ୟରେ ମଦ ଦୋକାନ ରହିଥିବାରୁ ଅସାମାଜିକ ବ୍ୟକ୍ତିମାନେ ଚଳପ୍ରଚଳ କରୁଛନ୍ତି। ତେଣୁ ଅସ୍ଥାୟୀ ଭାବେ ରାସ୍ତାକୁ ପୋଲିସ ବନ୍ଦ କରିଦେଇଥିବା ସୂଚନା ମିଳିଛି। ପୋଲିସ ପକ୍ଷରୁ ରାସ୍ତା ଚିହ୍ନଟ ପାଇଁ ତହସିଲଦାରଙ୍କୁ ପତ୍ର ଲେଖାଯାଇଛି। ଶହୀଦ ପରିବାର ଚଳପ୍ରଚଳ କରିବାକୁ ରାସ୍ତା ଖୋଲିଦେବାକୁ କୁହାଯାଇଛି। ବୁଧବାର ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ମାଲକାନଗିରି ଜିଲା ସୀମାନ୍ତରେ ବସ୍‌ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା...

ଅଧାରେ ଅଟକିଛି ଜଗଦଳା ଜଳସେଚନ ପ୍ରକଳ୍ପ

ଝୁମ୍ପୁରା, ୫।୭ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତରେ ରହିଛି ଜଗଦଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହାର ଉନ୍ନତୀକରଣ କାମ ଅଧାରେ ଅଟକିଛି।...

କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ...

ତଦନ୍ତରେ ବଳ ଲଗାଇଥିଲେ ଭଲ ହୋଇଥାଆନ୍ତା: ଜୟନାରାୟଣ

ଭୁବନେଶ୍ବର, ୧ା୩(ବ୍ୟୁରୋ): ବିଧାନସଭାରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର...

ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଗଛ କଟା ନେଇ ଅସନ୍ତୋଷ

ଖଇରା, ୨ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ରେଞ୍ଜ ଅଧୀନ ଖଇରା ବ୍ଲକର ଦେଉଳି ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଆକାଶିଆ ଗଛ କାଟିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ ଗୋରୁ ମୃତ

ଖୋର୍ଦ୍ଧା ଅଫିସ,୨୬।୫: ଖୋର୍ଦ୍ଧା ଟାଉନ ଅଧୀନ ତରତୁଆ ନିକଟତବର୍ତ୍ତୀ ଚିଙ୍ଗୁଡ଼ି ଝରଠାରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଟି ଗାଡିର ଡ୍ରାଇଭର ଗୁରୁତର...

ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ

ପୁରୀ ଅଫିସ,୧।୭: ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ...

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ଶୁକ୍ରବାର ସାରେ ବସିବ। ସା ୬ଟାରେ ଭର୍ଚୁଆଲ ମୋଡରେ ଏହି ବୈଠକ ହେବା ନେଇ ସୂଚନା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week